Ragging in Ekalavya School: ଏକଲବ୍ୟ ବିଦ୍ୟାଳୟରେ ରୢାଗିଂ: ଛାତ୍ରଙ୍କୁ ୮ଶହ ଥର ବସଉଠ, ଚିକିତ୍ସା ପରେ ଘରକୁ ନେଲେ ପରିବାର

Aug 21, 2026 - 07:36
Ragging in Ekalavya School: ଏକଲବ୍ୟ ବିଦ୍ୟାଳୟରେ ରୢାଗିଂ: ଛାତ୍ରଙ୍କୁ ୮ଶହ ଥର ବସଉଠ, ଚିକିତ୍ସା ପରେ ଘରକୁ ନେଲେ ପରିବାର

"ସୁନ୍ଦରଗଡ଼: ସୁନ୍ଦରଗଡ଼ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ରୀତିମତ ରୢାଗିଂ ଚାଲିଛି।

ରାତି ହେଲେ ଉପର ଶ୍ରେଣୀର ପିଲା କବାଟ, ଝରକା କିଳି ତଳଶ୍ରେଣୀର ନୂଆପିଲାଙ୍କୁ ବସଉଠ କରାଇବା ସହ ନିର୍ଘାତ ମାଡ଼ ମାରୁଛନ୍ତି।

ତାଙ୍କ ଅଇଁଠା ବାସନ, ପୋଷାକ ସଫା କରିବା ଓ ଗୋଡ଼ ମୋଡ଼ିଦେବାକୁ ବାଧ୍ୟ କରୁଛନ୍ତି, ମନା କଲେ ବନ୍ଦ କୋଠରିରେ ରାଗିଂ କରୁଥିବା ଅଭିଯୋଗ ହୋଇଛି।

କିଛି ମାସ ହେଲା ତଳଶ୍ରେଣୀର ପିଲା ରୢାଗିଂର ଶିକାର ହେଉଥିବାବେଳେ ଏକ ସାଂଘାତିକ ଘଟଣା ପଦାକୁ ଆସିଛି।

ଗତ ୧୪ ତାରିଖ ରାତିରେ ୱାର୍ଡେନ୍‌ ଛାତ୍ରାବାସର ମୁଖ୍ୟ ଗ୍ରିଲ୍ ଫାଟକରେ ତାଲାପକାଇ ଚାଲିଯିବା ପରେ ସପ୍ତମ ଶ୍ରେଣୀର ୫ ଜଣ ଛାତ୍ର କବାଟ, ଝରକା ବନ୍ଦ କରି ୩ ମାସ ତଳେ ଛାତ୍ରବାସକୁ ଆସିଥିବା ଷଷ୍ଠ ଶ୍ରେଣୀର ଜଣେ ଛାତ୍ରଙ୍କୁ କାନ ଧରି ବସଉଠ କରାଇଲେ।

Advertisment Neglect: ଦୟନୀୟ ଅବସ୍ଥାରେ ସାରଙ୍ଗଡ଼ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ହଜାରେ ଥର ବସଉଠ ହେବାକୁ କହିବା ପରେ ଛାତ୍ର ଜଣକ କାନ୍ଦୁଣୁମାନ୍ଦୁଣୁ ହୋଇ ଯାଇଥିଲେ।

ହ୍ୟାଙ୍ଗର୍‌ରେ ପିଟି ବାଧ୍ୟ କଲେ।

ମାଡ଼ ଭୟରେ ଛାତ୍ର ୮ ଶହ ଥର ବସଉଠ ହେଲେ, ତା"ପରେ ତଳେ ପଡ଼ି ଯାଇଥିଲେ।

ଛାତ୍ର ଜଣଙ୍କର ଦୋଷ ଥିଲା, ସେ ବଡ଼ ପିଲାଙ୍କ ଅଇଁଠା ଥାଳି ମାଜିବା, ଲୁଗାସଫା କରିବା, ଗୋଡ଼ ମୋଡ଼ିଦେବାକୁ ମନା କରିଥିଲେ।

ଦୁଇଦିନ ପରେ ୧୭ ତାରିଖ ସକାଳୁ ପରେଡ୍ କଲାବେଳେ ହଠାତ୍‌ ଚେତା ହରାଇଥିଲେ ପୀଡ଼ିତ ଛାତ୍ର ଜଣକ।

ସ୍କୁଲ କର୍ତ୍ତୃପକ୍ଷ ତୁରନ୍ତ ତାଙ୍କୁ ସୁନ୍ଦରଗଡ଼ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଖବର ପାଇ ବାପା ଦୂର ଗାଁରୁ ଧାଇଁ ଆସିଥିଲେ ଡାକ୍ତରଖାନା।

ପୁଅକୁ ଅକ୍ସିଜେନ୍ ଲାଗିଥିବା ଦେଖି କାନ୍ଦି ପକାଇଥିଲେ।

ଅଢ଼େଇ ଘଣ୍ଟା ପରେ ଚେତା ଆସିଲା।

ବାପାଙ୍କୁ ସାମ୍ନାରେ ଦେଖି ବିକଳ ହୋଇ କାନ୍ଦିଥିଲା ପୁଅ।

Horoscope 2026 August 21: ଜାଣନ୍ତୁ ଆଜିର ରାଶିଫଳ...

୧୮ ତାରିଖ ମଧ୍ୟାହ୍ନରେ ସୁସ୍ଥହେବା ପରେ ଡାକ୍ତରଖାନାରୁ ପୁଅକୁ ଘରକୁ ନେଇଗଲେ।

ଏବେ ପୁଅ ବିଦ୍ୟାଳୟକୁ ଯିବାକୁ ଡରୁଛି।

ବାପା କହୁଛନ୍ତି, ପିଲାକୁ ମୁଁ କେବେ ହାତ ଉଠାଇନି, ଅନ୍ୟ ପିଲା ପିଟିଲେ କେମିତି ସହିବି।

ଏ ଘଟଣାରେ ସେ ପିଲାମାନଙ୍କ ସହ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳା ଓ ଅଣଦେଖାକୁ ଦାୟୀ କରିଛନ୍ତି।

ଅନ୍ୟପଟେ ଏତେ ବଡ଼ ଘଟଣାକୁ ୭ ଦିନ ବିତିଗଲାଣି।

ଏଯାଏ ବିଦ୍ୟାଳୟ କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି।

ଏ ସମ୍ପର୍କରେ ଖବର ନେବାକୁ ବିଦ୍ୟାଳୟକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ପ୍ରିନ୍ସିପାଲ ଫାଟକ ଭିତରକୁ ପଶିବାକୁ ଦେଇ ନଥିଲେ।

ଭାରପ୍ରାପ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ବିବେକାନନ୍ଦ ମହାନ୍ତି କହିଛନ୍ତି, ଘଟଣା ସମ୍ପର୍କରେ ଆମେ ଅବଗତ ଅଛୁ, ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media