Coordinated Drive to Eliminate Child Labour ଶିଶୁ ଶ୍ରମିକ ଓ ଶିଶୁ ଭିକ୍ଷାବୃତ୍ତି ଉଚ୍ଛେଦ ପାଇଁ ଆରମ୍ଭ ହେବ ସମନ୍ବିତ ଉଦ୍ୟମ

Nov 26, 2026 - 16:39
Coordinated Drive to Eliminate Child Labour ଶିଶୁ ଶ୍ରମିକ ଓ ଶିଶୁ ଭିକ୍ଷାବୃତ୍ତି ଉଚ୍ଛେଦ ପାଇଁ ଆରମ୍ଭ ହେବ ସମନ୍ବିତ ଉଦ୍ୟମ

ଭୁବନେଶ୍ୱର: ରାଜ୍ୟର ପୌରାଞ୍ଚଳଗୁଡ଼ିକରେ ଶିଶୁ ଶ୍ରମିକ ଓ ଶିଶୁ ଭିକ୍ଷାବୃତ୍ତିର ଚିହ୍ନଟ, ନିରାକରଣ ଓ ଉଚ୍ଛେଦ ନିମନ୍ତେ ଏକ ସମନ୍ବିତ ଯୋଜନା ଆରମ୍ଭ କରାଯିବ।

ଆଜି (ଗୁରୁବାର) ଏ‌ହି ପ୍ରସଙ୍ଗରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଅନୁଷ୍ଠିତ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି।

Advertisment Odisha Child Labour: ୨୦୨୯ ସୁଦ୍ଧା ଓଡ଼ିଶାରୁ ଶିଶୁ ଶ୍ରମିକ ଶୂନ୍ୟ ହେବ: ଶ୍ରମମନ୍ତ୍ରୀ ଏହି ପଦକ୍ଷେପର ଅଂଶସ୍ୱରୂପ, ଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରି ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ବୈଠକ ଆୟୋଜନ କରିବା, ଶିଶୁ ଶ୍ରମ ଓ ଶିଶୁ ଭିକ୍ଷାବୃତ୍ତି ଚିହ୍ନଟ, ନିରାକରଣ ଓ ଉଚ୍ଛେଦ ପାଇଁ ସହରଭିତ୍ତିକ ବ୍ୟାପକ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବାକୁ ପୌରସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।

Child Labourers Rescued ବିନିକାର ହୋଟେଲ୍‌, ଢାବା ଓ ଗ୍ୟାରେଜ୍‌ରେ ଚଢ଼ାଉ: ୭ ଶିଶୁ ଶ୍ରମିକ ଉଦ୍ଧାର ବୈଠକରୁ ମିଳିଥିବା ସୂଚନାନୁସାରେ, ଶିଶୁ ଅଧିକାର ସୁରକ୍ଷା ପାଇଁ ଓଡ଼ିଶା ରାଜ୍ୟ ଆୟୋଗଙ୍କ ପରାମର୍ଶ ଆଧାରରେ ବିଭାଗ ସମସ୍ତ ମହାନଗର ନିଗମ ଆୟୁକ୍ତ ଓ ନିର୍ବାହୀ ଅଧିକାରୀମାନଙ୍କୁ ନିଜ ନିଜ ଜିଲ୍ଲା ପ୍ରଶାସନ ସହ ଘନିଷ୍ଠ ସମନ୍ୱୟ ରକ୍ଷା କରି ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ କହିଛି।

ଏଥିସହ ଅଧିକ ବିପଦପୂର୍ଣ୍ଣ ଓ ସମ୍ବେଦନଶୀଳ ସ୍ଥାନ ଯଥା ଟ୍ରାଫିକ୍ ଛକ, ରାସ୍ତାଘାଟ, ବଜାର, ବସଷ୍ଟାଣ୍ଡ, ରେଳ ଷ୍ଟେସନ, ବାଣିଜ୍ୟିକ ପ୍ରତିଷ୍ଠାନ ଓ ନିର୍ମାଣସ୍ଥଳୀଗୁଡ଼ିକରେ ନିୟମିତ ମିଳିତ ଯାଞ୍ଚ ଓ ଉଦ୍ଧାର ଅଭିଯାନ କରାଯିବ।

ଏହି ଅଭିଯାନ ପୁଲିସ, ଶ୍ରମ ବିଭାଗ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ଗୁଡ଼ିକର ସମନ୍ୱୟରେ ପରିଚାଳିତ ହେବ।

ଶିଶୁମାନଙ୍କୁ ଶୋଷଣ କରୁଥିବା ସଂଗଠିତ ଭିକ୍ଷାବୃତ୍ତି ରାକେଟ୍ ଓ ଏଥିରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି।

ଏହି ଉଦ୍ୟମରେ ମାନବ ଚାଲାଣ ନିରୋଧୀ ୟୁନିଟ୍ ଏବଂ ମହିଳାଙ୍କ ବିରୋଧରେ ଅପରାଧ ତଦନ୍ତ ୟୁନିଟ୍ ଭଳି ସମ୍ପୃକ୍ତ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକୁ ମଧ୍ୟ ସାମିଲ କରାଯିବ।

ଏହି ସମସ୍ୟାର ସମାଧାନରେ ଜନସାଧାରଣଙ୍କ ସହଭାଗିତାର ଗୁରୁତ୍ୱକୁ ଉପଲବ୍ଧି କରି ପୌରସଂସ୍ଥାଗୁଡ଼ିକୁ ଜନସଚେତନତା ଅଭିଯାନ ଆୟୋଜନ କରିବାକୁ ମଧ୍ୟ କୁହାଯାଇଛି।

ଯାଜପୁରରେ ନିଖୋଜ ମାମଲା ସର୍ବାଧିକ: କେଉଁଠି ଶିଶୁ ବିକ୍ରି ତ କେଉଁଠି ଶିଶୁ ଶ୍ରମିକ ଚାଲାଣ ଏହି ନିର୍ଦ୍ଦେଶକୁ 'ଅତ୍ୟନ୍ତ ଜରୁରୀ' ଭାବେ ଶ୍ରେଣୀଭୁକ୍ତ କରି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ମହାନଗର ନିଗମ ଆୟୁକ୍ତ ଓ ନିର୍ବାହୀ ଅଧିକାରୀଙ୍କୁ ଏହାର କାର୍ଯ୍ୟାନ୍ୱୟନକୁ ବ୍ୟକ୍ତିଗତ ଭାବେ ତଦାରଖ କରିବା ସହ ନିୟମିତ ଅଗ୍ରଗତି ରିପୋର୍ଟ ନିର୍ଦ୍ଦେଶାଳୟକୁ ଦାଖଲ କରିବାକୁ କୁହାଯାଇଛି।

ଏହି ରିପୋର୍ଟରେ ପ୍ରସ୍ତୁତ କାର୍ଯ୍ୟଯୋଜନା, ଯାଞ୍ଚ ଓ ଉଦ୍ଧାର ଅଭିଯାନ ସହ ଶିଶୁମାନଙ୍କ ଥଇଥାନ ପାଇଁ ନିଆଯାଇଥିବା ପଦକ୍ଷେପର ବିସ୍ତୃତ ବିବରଣୀ ରହିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)