Constable's house: କନେଷ୍ଟବଳଙ୍କ ଘରୁ ମିଳିଲା ବ୍ୟକ୍ତିଙ୍କ ମୃତଦେହ, ସନ୍ଦେହଜନକ ମୃତ୍ୟୁକୁ ନେଇ ଜୋର ଧରିଲା ଚର୍ଚ୍ଚା
"ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ତଥା ବାଲିପଦର ଫାଣ୍ଡି ଇଲାକାରେ ବନ୍ଦ କୋଠରୀରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଠାବ ହୋଇଛି।
ଉକ୍ତ ଘରଟି ସ୍ଥାନୀୟ ଫାଣ୍ଡିର ଜଣେ କନେଷ୍ଟବଳଙ୍କହୋଇଥିବା ଜଣାପଡ଼ିଛି।
ମୃତକ ଜଣକ ହେଲେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ନିକଟ କୁମ୍ଭାରପଡ଼ା ଗ୍ରାମର ଶରତ ଚନ୍ଦ୍ର ପଣ୍ଡା (୩୫)।
ଶରତ ବ୍ରହ୍ମପୁରରେ ପତ୍ନୀ ଓ ପିଲାଙ୍କ ସହ ରହୁଥିବା ବେଳେ ଗତକାଲି ନିଜର ୪ ବର୍ଷର ପୁଅକୁ ସାଙ୍ଗରେ ନେଇ ଗାଁକୁ ଯିବାକୁ କହି ଘରୁ ବାହାରି ଥିଲେ।
ତେବେ ସେ କିଭଳି ବାଲିପଦରକୁ ଆସି ଉକ୍ତ କନେଷ୍ଟବଳ ଘର ଭିତରୁ ଗଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।
Advertisment ଆହୁରି ପଢନ୍ତୁ : Russian Oil Tanker: ସମୁଦ୍ରରେ ଭାସିଭାସି କୂଳରେ ପହଞ୍ଚିଲା ରୁଷ ଟ୍ୟାଙ୍କର୍ ତେଲ: ୨ ହଜାର ବର୍ଗ କିମିରୁ ଅଧିକ ଅଞ୍ଚଳରେ ହାହାକାର ପୁଲିସ କହିବା ଅନୁଯାୟୀ ଉକ୍ତ ବ୍ୟକ୍ତି ମୃତ ବ୍ୟକ୍ତି ଜଣକ ନିଶାଶକ୍ତ ଅବସ୍ଥାରେ ଅନ୍ୟ ଘରକୁ ପଶିବାକୁ ମଧ୍ୟ ଚେଷ୍ଟା କରୁଥିଲେ।
ଉପର ମହଲାରେ ଥିବା କନେଷ୍ଟବଳଙ୍କ ଘର ତାଲା ଖୋଲା ଥିବାରୁ ସେ ପଶି ଆତ୍ମହତ୍ୟା କରାଯାଇଥିବା ଅନୁମାନ କରାଯାଉଥିବା ପୁଲିସ କହିଛି।
ଅନ୍ୟପଟେ ପରିବାରରେ କୌଣସି ମନୋମାଳିନ୍ୟ କିମ୍ବା ଝଗଡ଼ା ହୋଇନଥିବା ତାଙ୍କ ଭାଇ ଓ ପତ୍ନୀ ମଧ୍ୟ ପ୍ରକାଶ କରିଛନ୍ତି।
ତେବେ ସେ କେଉଁ ପରିସ୍ଥିତିରେ କନେଷ୍ଟବଳଙ୍କ ଘରେ ପଶିଲେ ଆଉ ଏଭଳି ଚରମ ପଦକ୍ଷେପ ନେଲେ ନାନା ପ୍ରଶ୍ନ ସୃଷ୍ଟି କରୁଛି।
ପୁଲିସ ଭଞ୍ଜନଗର ମେଡ଼ିକାଲକୁ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
