Congress: ରାଜ୍ୟସଭା ନିର୍ବାଚନ ପୂର୍ବରୁ ବିଧାୟକଙ୍କୁ କର୍ଣ୍ଣାଟକ ସ୍ଥାନାନ୍ତର କଲା ମଧ୍ୟପ୍ରଦେଶ କଂଗ୍ରେସ

Jun 10, 2026 - 05:10
Congress: ରାଜ୍ୟସଭା ନିର୍ବାଚନ ପୂର୍ବରୁ ବିଧାୟକଙ୍କୁ କର୍ଣ୍ଣାଟକ ସ୍ଥାନାନ୍ତର କଲା ମଧ୍ୟପ୍ରଦେଶ କଂଗ୍ରେସ

"ବେଙ୍ଗାଲୁରୁ: ଜୁନ୍‌ ୧୮ ରାଜ୍ୟସଭା ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶ କଂଗ୍ରେସ ଏହାର ବିଧାୟକମାନଙ୍କୁ କଂଗ୍ରେସ ଶାସିତ ରାଜ୍ୟ କର୍ଣ୍ଣାଟକ ସ୍ଥାନାନ୍ତର କରିଛି।

କ୍ରସ୍‌-ଭୋଟିଂକୁ ଏଡ଼ାଇବାପାଇଁ ଏବଂ ଦଳରେ ଏକତା ବଜାୟ ରଖିବାପାଇଁ କଂଗ୍ରେସ ଏହି ନିଷ୍ପତ୍ତି ନେଇଛି।

ଏଥିସହ କଂଗ୍ରେସ ମଧ୍ୟ ବିଜେପି ଦ୍ବାରା ଘୋଡ଼ା ବେପାର ଭଳି ସ୍ଥିତିକୁ ନେଇ ଭୟ କରିିଛି।

୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭା ରାଜ୍ୟସଭା ନିର୍ବାଚନ ପାଇଁ ଏକ ନିର୍ବାଚନୀ କଲେଜ୍‌ ଗଠନ କରିଛି।Advertisment ବର୍ତ୍ତମାନ ମଧ୍ୟପ୍ରଦେଶ ବିଧାନସଭାରେ ସଦସ୍ୟ ସଂଖ୍ୟା ୨୨୯ ଥିବାବେଳେ ଜଣେ ପ୍ରାର୍ଥୀଙ୍କୁ ରାଜ୍ୟସଭାରେ ଆସନ ସୁରକ୍ଷିତ କରିବାପାଇଁ ୫୮ଟି (ଫାଷ୍ଟ ପ୍ରିଫରେନ୍ସ) ଭୋଟ୍‌ର ଆବଶ୍ୟକତା ରହିଛି।

ବିଜେପିର ବିଧାନସଭାରେ ୧୬୪ ଜଣ ବିଧାୟକ ଥିବାବେଳେ ଏହା ୩ରୁ ୨ଟି ଆସନରେ ଆରାମରେ ଜିତି ପାରିବ।

ଏହା ଜାତୀୟ ସାଧାରଣ ସମ୍ପାଦକ ତରୁଣ ଛୁଗ ଏବଂ ବିଜେପି ରାଜ୍ୟ ସମ୍ପାଦକ ରାଜନୀଶ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିଛି।

୨ଟି ଆସନ ପାଇବାପାଇଁ ବିଜେପିକୁ ୧୧୬ଟି ‌‌ଭୋଟ୍‌ର ଆବଶ୍ୟକତା ଅଛି।

ମଧ୍ୟପ୍ରଦେଶ ଫିଶରମେନ ୱେଲଫେୟାର ବୋର୍ଡ ଅଧ୍ୟକ୍ଷ ମହେଶ କେୱତଙ୍କୁ ଦଳ ପରେ ଏହାର ତୃତୀୟ ପ୍ରାର୍ଥୀ ଭାବେ ଘୋଷଣା କରିବାପରେ ଲଢ଼େଇ ଅଧିକ ତୀବ୍ର ହୋଇଛି।

ଅନ୍ୟପକ୍ଷେ ପୂର୍ବତନ ସାଂସଦ ମୀନାକ୍ଷି ନଟରାଜନଙ୍କୁ କଂଗ୍ରେସ ଏହାର ପ୍ରାର୍ଥୀ ଭାବେ ମନୋନିତ କରିଛି ଏବଂ ବିଜୟ ପାଇଁ ତାଙ୍କୁ ସମର୍ଥନ ମିଳିବ ବୋଲି କଂଗ୍ରେସ ଦୃଢ଼ ବିଶ୍ବାସ ରଖିଛି।

ସୋମବାର ରାତିରେ ବିରୋଧୀ ଦଳ ନେତା ଉମଙ୍ଗ ସିଙ୍ଘରଙ୍କ ବାସଭବନରେ କଂଗ୍ରେସ ବିଧାୟକ ଦଳ ବୈଠକ କରିଛି ଏବଂ ଏହି ବୈଠକରେ ବିଧାୟକମାନଙ୍କୁ ନିର୍ବାଚନ ପର୍ଯ୍ୟନ୍ତ ଅନ୍ୟତ୍ର ସ୍ଥାନାନ୍ତର କରିବାପାଇଁ ନିଷ୍ପତ୍ତି ନିଆଯାଇଛି।

ଆହୁରି ପଢ଼ନ୍ତୁ: Congress Protest ଭତ୍ତା ପ୍ରଦାନରେ ଅନିୟମିତତା, କଂଗ୍ରେସର ବିକ୍ଷୋଭ ସୌନସାର ବିଧାୟକ ବିଜୟ ରେବନ୍ତ ଚୌରେ ଏନେଇ ସ୍ପଷ୍ଟୀକରଣ ଦେଇ କହିଛନ୍ତି ‌ଯେ ସମସ୍ତ କଂଗ୍ରେସ ବିଧାୟକମାନଙ୍କୁ ବେଙ୍ଗାଲୁରୁ ସ୍ଥାନାନ୍ତର କରାଯାଇଛି।

ସିଙ୍ଘର ଅଭିଯୋଗ କରିଛନ୍ତି ଯେ ବିଜେପି କଂଗ୍ରେସ ବିଧାୟକମାନଙ୍କୁ କିଣିବାପାଇଁ ଉଦ୍ୟମ କରୁଛି।

କଂଗ୍ରେସ ବିଧାୟକଙ୍କୁ କିଣିବାପାଇଁ ଟଙ୍କା ଅଫର୍‌ ଦିଆଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି।

ତେବେ ଭୋଟ୍‌ ହେବା ଦିନ ବିଜେପି ଷଡ଼ଯନ୍ତ୍ର ଫେଲ୍‌ ମାରିବ ବୋଲି ସିଙ୍ଘର କହିଛନ୍ତି।

"