Congress: ବିଜେପି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛି: କଂଗ୍ରେସ

Jun 26, 2026 - 13:53
Congress: ବିଜେପି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛି: କଂଗ୍ରେସ

"ରାୟଗଡା: ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ନୂତନ ଶିକ୍ଷା ନୀତି ଏବଂ ସରକାରଙ୍କ ଆଭିମୁଖ୍ୟକୁ ନେଇ ରାୟଗଡା ଜିଲ୍ଲା କଂଗ୍ରେସ ତରଫରୁ ଡବଲ ଇଂଜିନ ସରକାରଙ୍କୁ କଡା ସମାଲୋଚନା କରାଯାଇଛି I ଜିଲ୍ଲା କଂଗ୍ରେସ ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ  ପ୍ରଦେଶ ମହିଳା କଂଗ୍ରେସ କମିଟି ସଭାପତି ମିନାକ୍ଷୀ ବାହିନୀପତି ସରକାରଙ୍କ ଶିକ୍ଷା ନୀତିକୁ ନେଇ ତୀବ୍ର ନିନ୍ଦା କରି କହିଛନ୍ତି ଏହି ନୀତି ଦେଶର ଆଗାମୀ ଭବିଷ୍ୟତ କୁହା ଯାଉଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳିବା ସହ ସେମାନଙ୍କ ଜୀବନକୁ ଅନ୍ଧକାର ମଧ୍ୟକୁ ଠେଲି ଦେଇଛି I ଶିକ୍ଷା ମନ୍ତ୍ରୀ ବିବେକଶୂନ୍ୟ ହୋଇ କାର୍ଯ୍ୟ କରିବା ସହ ଅବାନ୍ତର ପ୍ରତିକ୍ରିୟା ରଖୁଛନ୍ତି IAdvertisment ଆହୁରି ପଢ଼ନ୍ତୁ: SambalpurCollector: ତହସିଲଦାରଙ୍କୁ କଡା ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ, ତୁରନ୍ତ ଖୋଲ ଘର ସିଲ୍ ନିଟ ପ୍ରଶ୍ନ ପତ୍ର ଲିକ ହେଲା ପରେ ବହୁ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିଲେ I ସେମାନଙ୍କୁ ସମବେଦନା ପରିବର୍ତ୍ତେ ଏଥିରେ ପ୍ରଭାବିତ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ପରିବାର କେଉଁ ମାନସିକ ସ୍ଥିତିରେ ଅଛନ୍ତି ତାହା ବିଜେପି ସରକାର ବୁଝୁ ନାହିଁ ଏବଂ ସେମାନଙ୍କ ଭବିଷ୍ୟତକୁ ଧ୍ବଂସ କରିବାରେ ବିଜେପି ଲାଗିଛି ବୋଲି ପିସିସି ମହିଳା ସଭାନେତ୍ରୀ ଶ୍ରୀମତୀ ବାହିନୀପତି ଅଭିଯୋଗ କରିଛନ୍ତି I ପ୍ରଦେଶ ଅଳ୍ପ ସଂଖ୍ୟକ ବିଭାଗ ସଭାପତି ମହମ୍ମଦ ଜଇନୁଲ ହକ ଦାବି କରିଛନ୍ତି ଯେ ବିଜେପି ସରକାର ନିଟ ପେପର ଲିକ ଘଟଣାର ତଦନ୍ତ ରିପୋର୍ଟ ସାର୍ବଜନୀନ କରନ୍ତୁ I ବିଭିନ୍ନ ପରୀକ୍ଷାକୁ ବିଜେପି ସରକାର ବ୍ୟବସାୟରେ ପରିଣତ କରିଛି I ଏହି ଶିକ୍ଷା ଦୁର୍ନୀତି ଦେଶରେ ଯୋଜନାବଦ୍ଧ ଭାବେ ଚାଲିଛି ଏବଂ ଏଥିରେ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ହେଉଛି I ଆହୁରି ପଢ଼ନ୍ତୁ: India Helicopte: ଦୁର୍ଘଟଣା ପରେ ବି ଭାରତୀୟ ସେନାର ଚିତାଲ ହେଲିକପ୍ଟର ଉଡ଼ାଣ ଜାରି ସବୁଠୁ ଆଶ୍ଚର୍ଯ୍ୟ କଥା ଶିକ୍ଷା ମନ୍ତ୍ରୀ ନୈତିକ ଦାୟିତ୍ୱ ମଧ୍ୟ ନେଉ ନାହାନ୍ତି କିମ୍ବା ନୈତିକତା ଦୃଷ୍ଟିରୁ ଇସ୍ତଫା ମଧ୍ୟ ଦେଉନାହାନ୍ତି I ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୁରନ୍ତ ଇସ୍ତଫା ପ୍ରଦାନ କରନ୍ତୁ ବୋଲି ସଂଖ୍ୟାଲଘୁ ସେଲର ରାଜ୍ୟ ସଭାପତି ଶ୍ରୀ ହକ ଦାବି କରିଥିଲେ I  ଏହି କାର୍ଯ୍ୟକ୍ରମରେ କଂଗ୍ରେସର ବରିଷ୍ଠ ନେତା ଶଙ୍କର୍ଷଣ ମଙ୍ଗରାଜ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ନିଖିଲ ପଟନାୟକ, ଯୁବ ନେତା ହରିଶ ପଟନାୟକ, ଅସଲାମ ଖାନ, ମହିଳା କଂଗ୍ରେସ ରାଜ୍ୟ ସମ୍ପାଦିକା ନନ୍ଦୀ ଗୌରୀ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ I ଶିକ୍ଷା ନୀତି ଏବଂ ସରକାରଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ନ ହେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀମତୀ ବାହିନୀପତି ପ୍ରକାଶ କରିଛନ୍ତି I "