Former IPS Kamyaa Mishra: ଚାକିରି ଛାଡ଼ିବା ପରେ ପୁଣି ଚର୍ଚ୍ଚାରେ ‘ଲେଡି ସିଂହମ’ ଆଇପିଏସ୍ କାମ୍ୟା ମିଶ୍ର

Jun 26, 2026 - 18:08
Former IPS Kamyaa Mishra: ଚାକିରି ଛାଡ଼ିବା ପରେ ପୁଣି ଚର୍ଚ୍ଚାରେ ‘ଲେଡି ସିଂହମ’ ଆଇପିଏସ୍ କାମ୍ୟା ମିଶ୍ର

"ନୂଆଦିଲ୍ଲୀ: "ଲେଡି ସିଂହମ" ନାମରେ ପରିଚିତ ବିହାର କ୍ୟାଡରର ପୂର୍ବତନ ଆଇପିଏସ୍ ଅଧିକାରୀ କାମ୍ୟା ମିଶ୍ର ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି।

ଚାକିରିରୁ ଇସ୍ତଫା ଦେବା ପରେ ସେ ବର୍ତ୍ତମାନ ନିଜ ବାପାଙ୍କ ବ୍ୟବସାୟ ସମ୍ଭାଳୁଛନ୍ତି। ‌ସୋସିଆଲ ମିଡିଆରେ କାମ୍ୟାଙ୍କ ଅନେକ ଫଟୋ ପୋଷ୍ଟ ହୋଇଛି।

ଏଥିରେ କେତେବେଳେ ନିଜ ଆଇପିଏସ୍ ସ୍ୱାମୀ ଅବଧେଶ ସରୋଜ ଦୀକ୍ଷିତଙ୍କ ସହ ସେ ସୁଟ୍ ଓ ଶାଢ଼ିରେ ଷ୍ଟାଇଲିସ୍ ଲୁକ୍‌ରେ ନଜର ଆସୁଛନ୍ତି, ତ ଆଉ କେତେବେଳେ ଏକାକୀ ସରଳ ଅନ୍ଦାଜରେ ସମସ୍ତଙ୍କ ମନ ଜିତୁଛନ୍ତି।ପୂର୍ବତନ ଆଇପିଏସ୍ ଅଧିକାରୀ କାମ୍ୟା ମିଶ୍ର ଏକ ଡିଜିଟାଲ୍ ମିଡିଆ ପ୍ଲାଟଫର୍ମ "ପିଞ୍ଚ"କୁ ସାକ୍ଷାତ୍କାର ଦେଇଥିଲେ।

ଏହା ପରଠାରୁ ତାଙ୍କ ଉପରେ ସମସ୍ତଙ୍କ ନଜର ରହିଛି।

ତାଙ୍କ ଷ୍ଟାଇଲ୍ କୌଣସି ଅଭିନେତ୍ରୀଙ୍କଠାରୁ କମ୍ ଲାଗୁନାହିଁ।

୨୦୨୧ର ବିବାହ ସମୟର ଲୁକ୍ ହେଉ କିମ୍ବା ନିକଟରେ ସେୟାର ହୋଇଥିବା ଫଟୋ, ପ୍ରତ୍ୟେକ ଅବତାରରେ କାମ୍ୟାଙ୍କ ଫ୍ୟାସନ୍ ଓ ଆକର୍ଷଣୀୟ ଅନ୍ଦାଜ ନଜରକୁ ଆସିଥାଏ।Advertisment ଭୂକମ୍ପ ବିପର୍ଯ୍ୟୟ ସହାୟତା ପାଇଁ ପହଞ୍ଚିଲା ସେନା ମେଡିକାଲ୍ ଦଳ ଓ ୩୫ ଟନ୍ ସାମଗ୍ରୀ ଏକ ଫଟୋରେ କାମ୍ୟା ମିଶ୍ର ନିଜ ଆଇପିଏସ୍ ସ୍ୱାମୀ ଅବଧେଶ ସରୋଜ ଦୀକ୍ଷିତଙ୍କ ସହ ନଜର ଆସିଛନ୍ତି।

ଉଭୟେ ଗାଜର ରଙ୍ଗର ପୋଷାକ ପିନ୍ଧି "ଟ୍ୱିନିଂ" ଲୁକ୍‌ରେ ଦେଖାଯାଇଛନ୍ତି।

କାମ୍ୟା ସୁନେଲି ବର୍ଡର ଥିବା ସୂତା ଶାଢ଼ି ପିନ୍ଧିଥିବାବେଳେ, ଅବଧେଶ ସେହି ରଙ୍ଗର କୁର୍ତ୍ତା ସହ ଧଳା ପାଇଯାମା ପିନ୍ଧିଛନ୍ତି।

ଅନ୍ୟ ଏକ ଫଟୋରେ କାମ୍ୟାଙ୍କ କଳା ରଙ୍ଗର ପୋଷାକରେ ଏକ ଆକର୍ଷଣୀୟ ଓ କ୍ଲାସି ଲୁକ୍ ଦେଖିବାକୁ ମିଳୁଛି।

ସୁଟ୍‌ରେ କୌଣସି ବୁଣାବୁଣି  କିମ୍ବା ଅନ୍ୟ କାମ ନଥିବାବେଳେ, ସେ ଏହା ସହ ଗାଢ ସବୁଜ ରଙ୍ଗର ସିଲ୍କ ଚୁନି ପିନ୍ଧିଛନ୍ତି।

ଚୁନିଟିରେ ସୁନେଲି ଜରିରେ ଫୁଲର ଡିଜାଇନ୍ କରାଯାଇଥିବା ସହ ଉଭୟ ପାର୍ଶ୍ୱରେ ବେଲ୍ ଡିଜାଇନ୍ ଏବଂ ଛୋଟ ବୁଟି ମୋଟିଫ୍ ଦ୍ୱାରା ଚଉଡ଼ା ଜରି ବର୍ଡର ଦିଆଯାଇଛି।

"