Indian Citizenship: ଭାରତୀୟ ନାଗରିକତ୍ୱ ଫେରିପାଇଲେ ୯୪ ବର୍ଷୀୟା ବୃଦ୍ଧା: ଆମେରିକା ନାଗରିକତ୍ୱ ତ୍ୟାଗ କରି ଗାଁକୁ ଫେରିଲେ
"ବାପଟଲା: ନିଜ ଜନ୍ମମାଟି ଓ ମାତୃଭୂମିର ଆକର୍ଷଣ ଆଗରେ ଆମେରିକାର ସମସ୍ତ ସୁଖ-ସୁବିଧା ଫିକା ପଡ଼ିଯାଇଛି।
ଆନ୍ଧ୍ରପ୍ରଦେଶର ବାପଟଲା ଜିଲ୍ଲାର ଜଣେ ୯୪ ବର୍ଷୀୟା ବୃଦ୍ଧା ନିଜ ଜୀବନର ଶେଷ ସମୟ ଜନ୍ମମାଟିରେ ବିତାଇବା ପାଇଁ ଆମେରିକାର ନାଗରିକତ୍ୱ ତ୍ୟାଗ କରି ପୁଣିଥରେ ଆନୁଷ୍ଠାନିକ ଭାବେ ଭାରତୀୟ ନାଗରିକତ୍ୱ ଗ୍ରହଣ କରିଛନ୍ତି।
ଏହି ବୃଦ୍ଧା ଜଣକ ହେଉଛନ୍ତି ଚିନ୍ତାଗୁମ୍ପାଲା ଗ୍ରାମର କୋଣ୍ଡ୍ରାଗୁଣ୍ଟା ମହାଲକ୍ଷ୍ମମ୍ମା।
ସ୍ୱାମୀଙ୍କ ମୃତ୍ୟୁ ପରେ ସେ ନିଜ ପୁଅ ସହ ଆମେରିକା ଚାଲିଯାଇଥିଲେ ଏବଂ ପରବର୍ତ୍ତୀ ସମୟରେ ସେଠାକାର ନାଗରିକତ୍ୱ ହାସଲ କରିଥିଲେ।Advertisment ମହାଲକ୍ଷ୍ମମ୍ମାଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ ତେବେ ବିଦେଶରେ ଦୀର୍ଘ ବର୍ଷ ବିତାଇବା ପରେ ମଧ୍ୟ ନିଜ ଜନ୍ମମାଟିର ସ୍ମୃତି ତାଙ୍କ ମନରୁ ଯାଇନଥିଲା।
ସେ ନିଜ ଗାଁକୁ ଫେରିଆସିବା ପାଇଁ ଦୃଢ଼ ନିଷ୍ପତ୍ତି ନେଇଥିଲେ।
ଜୀବନର ଶେଷ ସମୟତକ ଭାରତରେ ବିତାଇବା ଏବଂ ମୃତ୍ୟୁ ପରେ ନିଜ ନିଜ ଗ୍ରାମରେ ହିଁ ଅନ୍ତିମ ସଂସ୍କାର କରାଯିବା ତାଙ୍କର ଏକମାତ୍ର ଶେଷ ଇଚ୍ଛା ଥିଲା ଏବଂ ସେ ଭାରତୀୟ ନାଗରିକତ୍ଵ ଫେରିପାଇବା ପାଇଁ ଆବେଦନ ମଧ୍ୟ କରିଥିଲେ।
ପ୍ରଶାସନ ପକ୍ଷରୁ ସମସ୍ତ ଆଇନଗତ ପ୍ରକ୍ରିୟା ଶୀଘ୍ର ସମ୍ପନ୍ନ କରାଯାଇ ମହାଲକ୍ଷ୍ମମ୍ମାଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରାଯାଇଛି।
ବୁଧବାର ଦିନ ବାପଟଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲାପାଳ ତାଙ୍କୁ ଆନୁଗତ୍ୟର ଶପଥ ପାଠ କରାଇବା ସହ ଭାରତୀୟ ନାଗରିକତ୍ୱର ସମସ୍ତ ସରକାରୀ ଦଲିଲ୍ ହସ୍ତାନ୍ତର କରିଛନ୍ତି।
୯୪ ବର୍ଷ ବୟସରେ ଜନ୍ମମାଟି ପ୍ରତି ଏଭଳି ଭଲପାଇବା ଏବଂ ସ୍ୱଦେଶ ପ୍ରତ୍ୟାବର୍ତ୍ତନର ଏହି ଭାବପୂର୍ଣ୍ଣ ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
India Helicopte: ଦୁର୍ଘଟଣା ପରେ ବି ଭାରତୀୟ ସେନାର ଚିତାଲ ହେଲିକପ୍ଟର ଉଡ଼ାଣ ଜାରି "