Congress: ନଭେମ୍ବର ୧ରେ ରାମଲୀଳା ମୈଦାନରେ କଂଗ୍ରେସର ‘ଭୋଟ୍ ବଞ୍ଚାଅ’ ମହାସମାବେଶ

Oct 26, 2026 - 20:21
Congress: ନଭେମ୍ବର ୧ରେ ରାମଲୀଳା ମୈଦାନରେ କଂଗ୍ରେସର ‘ଭୋଟ୍ ବଞ୍ଚାଅ’ ମହାସମାବେଶ

ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଓ ନିର୍ବାଚନ ପ୍ରକ୍ରିୟାରେ କଥିତ ଅନିୟମିତତାକୁ ନେଇ କଂଗ୍ରେସ ଆସନ୍ତା ନଭେମ୍ବର ୧ ତାରିଖରେ ନୂଆଦିଲ୍ଲୀର ରାମଲୀଳା ମୈଦାନରେ 'ଭୋଟ୍ ବଞ୍ଚାଅ, ଦେଶ ବଞ୍ଚାଅ' ନାମରେ ଏକ ବିଶାଳ ସମାବେଶ କରିବ।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ସୋମବାର ଏହି ଘୋଷଣା କରିଛନ୍ତି।

ଏହି ସମାବେଶରେ ଭାରତୀୟ ନିର୍ବାଚନ କମିସନଙ୍କ କାର୍ଯ୍ୟପ୍ରଣାଳୀ ଓ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ନେଇ ଦଳ ନିଜର ଆପତ୍ତି ଉଠାଇବ।

ଏହା ସହ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଓ ଏସ୍‌ଆଇଆର୍‌ ପ୍ରକ୍ରିୟାକୁ ତୁରନ୍ତ ବନ୍ଦ କରିବାକୁ ଦାବି କରାଯିବ।

Advertisment ଆହୁରି ପଢନ୍ତୁ : father mortgages land ଚେନ୍ନାଇରୁ ଚିତ୍ତରଞ୍ଜନଙ୍କ ଶବ ଫେରାଇ ଆଣିବାକୁ ଜମି ବନ୍ଧକ ରଖିଲେ ବୃଦ୍ଧ ବାପା ଖଡ଼ଗେ ଅଭିଯୋଗ କରିଛନ୍ତି ଯେ, ଦେଶର ଲକ୍ଷ ଲକ୍ଷ ନାଗରିକଙ୍କ ଭୋଟ୍ ଦେବାର ସାମ୍ବିଧାନିକ ଅଧିକାର ବିପଦରେ ରହିଛି।

ଭୋଟର ତାଲିକାରୁ ଯୋଗ୍ୟ ଭୋଟରଙ୍କ ନାମ ବାଦ୍ ପଡ଼ୁଥିବା ନେଇ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଇଛନ୍ତି।

ଏହି ପ୍ରସଙ୍ଗରେ ଜନସାଧାରଣ ଙ୍କୁ ଏକାଠି ହୋଇ ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ସ୍ୱର ଉଠାଇବାକୁ ସେ ଆହ୍ୱାନ ଦେଇଛନ୍ତି।

ଏହି ସମାବେଶରେ ବିରୋଧୀ ଇଣ୍ଡିମେଣ୍ଟର ଅନ୍ୟ ଦଳଗୁଡ଼ିକର ନେତାମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି।

ଆହୁରି ପଢନ୍ତୁ : Public welfare: ଜନକଲ୍ୟାଣମୂଳକ ବିକାଶ ପାଇଁ ସଂସଦଗୁଡ଼ିକୁ ସଶକ୍ତ କରିବାକୁ ଓମ୍‌ ବିର୍ଲାଙ୍କ ଆହ୍ୱାନ ତେଣେ କଂଗ୍ରେସ ସମାବେଶର ଦିନକ ପରେ, ନଭେମ୍ବର ୨ ତାରିଖରେ ତେଲେଙ୍ଗାନାରେ ବିଜେପି ଏକ ପଦଯାତ୍ରା କରିବ।

ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଯୋଗଦେବେ ବୋଲି ତେଲେଙ୍ଗାନା ବିଜେପି ସଭାପତି ଏନ୍‌ ରାମଚନ୍ଦର ରାଓ ସୋମବାର କହିଛନ୍ତି।

'ଲୋକତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ' ବାର୍ତ୍ତା ନେଇ ଏହି ପଦଯାତ୍ରା ଆୟୋଜନ କରାଯିବ।

ରାଓ କଂଗ୍ରେସ ଉପରେ ଏସ୍‌ଆଇଆର୍‌କୁ ନେଇ ଭ୍ରମାତ୍ମକ ପ୍ରଚାର କରୁଥିବା ଅଭିଯୋଗ ଆଣିଛନ୍ତି।

ଭୋଟର ତାଲିକାରୁ ନାମ ବାଦ୍ ପଡ଼ିଥିବା ନେଇ କଂଗ୍ରେସର ଅଭିଯୋଗକୁ ସେ ଚ୍ୟାଲେଞ୍ଜ କରିଛନ୍ତି।

ଯୋଗ୍ୟ ଭୋଟରଙ୍କ ନାମ ଭୁଲ୍‌ରେ ବାଦ୍ ପଡ଼ିଥିଲେ, ସେମାନେ ପୁଣି ନାମ ସାମିଲ କରିବା ପାଇଁ ଆବେଦନ କରିପାରିବେ ବୋଲି ସେ କହିଛନ୍ତି।

ଭୋଟର ତାଲିକା ସଂଶୋଧନ କୁ କେନ୍ଦ୍ର କରି କଂଗ୍ରେସ ଓ ବିଜେପି ମଧ୍ୟରେ ରାଜନୈତିକ ମୁକାବିଲା ତୀବ୍ର ହେଉଥିବାବେଳେ ନଭେମ୍ବର ପହିଲାର ସମାବେଶ ଓ ପରଦିନର ପଦଯାତ୍ରା ଉପରେ ରାଜନୈତିକ ମହଲର ନଜର ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)