Competitions: ଫାଶିମାଲ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସମ୍ବାଦ ଆମ ଓଡ଼ିଶା ପ୍ରତିଯୋଗିତା

Sep 06, 2026 - 14:12
Competitions: ଫାଶିମାଲ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସମ୍ବାଦ ଆମ ଓଡ଼ିଶା ପ୍ରତିଯୋଗିତା

"ଫାଶିମାଲ, ଜମନକିରା: ଆଜି ଫାଶିମାଲ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଏସଏସଡି, ଫାଶିମାଲ ଠାରେ ସମ୍ବାଦ -ଆମ ଓଡ଼ିଶା ତରଫରୁ ବିଭିନ୍ନ ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।Advertisment ୫୩ ଜଣ ପରୀକ୍ଷାର୍ଥୀ ଓଡ଼ିଆ ଭାଷା ଜ୍ଞାନ ପରୀକ୍ଷା ଦେଇଥିଲେ ଏହି ଅବସରରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ମୋଟ ୩୮ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

ଷଷ୍ଠ ରୁ ଅଷ୍ଟମ ଶ୍ରେଣୀ ପାଇଁ ସୁନ୍ଦର ହସ୍ତାକ୍ଷର ପ୍ରତିଯୋଗିତା କରାଯାଇଥିଲା, ଏଥିରେ ୧୧୭ ଜଣ ଛାତ୍ରଛାତ୍ରୀ ଉତ୍ସାହର ସହ ଭାଗ ନେଇଥିଲେ।

ସେହିପରି ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଓଡ଼ିଆ ଭାଷା ଜ୍ଞାନ ପରୀକ୍ଷା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ୫୩ ଜଣ ପରୀକ୍ଷାର୍ଥୀ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମକୁ କନ୍ୟାଶ୍ରମର ପ୍ରଧାନ ଶିକ୍ଷୟତ୍ରୀ ସନ୍ତୋଷିନୀ ନାୟକଙ୍କ ସଂଯୋଜନାରେ ସମ୍ବାଦର ରିପୋର୍ଟର ହରମୋହନ ପଟେଲ ପରିଚାଳନା କରିଥିଲେ।

ଏଥିରେ ଫାଶିମାଲ ସିଆରସିସି ଗୋପାଳ ଜୀ ନାଏକ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ  ଦୀନବନ୍ଧୁ ବେହେରା  ଭିଟି ଶିକ୍ଷକ ସୁଧାଂଶୁ ନାଏକ, ଗୁଲୁଜିପାଲି ୟୁପିଏସର ସହକାରୀ ଶିକ୍ଷୟିତ୍ରୀ  ରୀମା ନାଏକ, ଏବଂ  ଗୁଡ୍ ସମାରିଟାନ ଇଂଲିଶ ମିଡିୟମ ସ୍କୁଲର , ଗରିଆବlହାଲ ଶିକ୍ଷୟିତ୍ରୀ ସୁଶ୍ରୀ ଆନ୍ନା ମେଡମ ,ରୋଜି ନାଏକ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ।

ଶିକ୍ଷକମାନେ କହିଥିଲେ, ଏଭଳି ପ୍ରତିଯୋଗିତା ଦ୍ୱାରା ପିଲାଙ୍କ ମଧ୍ୟରେ ଲୁଚି ରହିଥିବା ପ୍ରତିଭା ବିକଶିତ ହୋଇଥାଏ।

ପାଠ ସହିତ ଚିତ୍ର, ହାତ ଲେଖା ଓ ଭାଷା ଜ୍ଞାନ ପିଲାଙ୍କୁ ଜଣେ ସଂପୂର୍ଣ୍ଣ ମଣିଷ ଭାବେ ଗଢି ତୋଳେ।

ମାତୃଭାଷା ଓଡ଼ିଆ ପ୍ରତି ମମତା ବଢ଼ିଲେ ହିଁ ନିଜ ସଂସ୍କୃତି ଓ ପରମ୍ପରା ପ୍ରତି ସମ୍ମାନ ବଢ଼ିବ।

ସମ୍ବାଦ ଆମ ଓଡ଼ିଶାର ଭାଷା, ସାହିତ୍ୟ ଓ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଯେଉଁ ପ୍ରୟାସ କରୁଛି ତାହା ପ୍ରଶଂସନୀୟ।

Accident: ଦ୍ରୁତ ଗତି ହେଲା କାଳ, ଅଳ୍ପକେ ବର୍ତ୍ତିଲା ଯାତ୍ରୀଙ୍କ ଜୀବନ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)