CJP Unveils Expansion Plan: Cockroach Janta Partyର ଭବିଷ୍ୟତ ଯୋଜନା ଖୁଲାସା କଲେ ଅଭିଜିତ ଦୀପକେ, ଖୁବ୍ ଶୀଘ୍ର…
କକରୋଚ୍ ଜନତା ପାର୍ଟି (Cockroach Janta Party-CJP) ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ ଦୁଇ ଦିନିଆ ରଣନୀତି ବୈଠକ ଆରମ୍ଭ କରିଥିବା ବେଳେ ସଂଗଠନର ପ୍ରତିଷ୍ଠାତା ଅଭିଜିତ ଦୀପକେ ଦଳର ପରବର୍ତ୍ତୀ ଯୋଜନା ଏବଂ ଦେଶବ୍ୟାପୀ ସମ୍ପ୍ରସାରଣ ନେଇ ସୂଚନା ଦେଇଛନ୍ତି।
ଗଣମାଧ୍ୟମକୁ ଦୀପକେ କହିଛନ୍ତି ଯେ, ସିଜେପି ଏକ ଚାପ ସୃଷ୍ଟିକାରୀ ଗୋଷ୍ଠୀ (Pressure Group) ଭାବେ କାମ କରିବ ଏବଂ ବର୍ତ୍ତମାନ ପାଇଁ ରାଜନୈତିକ ଦଳ ଗଠନ କରିବାର କୌଣସି ଯୋଜନା ନାହିଁ। ଝାଡ଼ଖଣ୍ଡରେ ଚାଲିଥିବା ଛାତ୍ର ଆନ୍ଦୋଳନରେ ମଧ୍ୟ ସିଜେପି ସାମିଲ ହୋଇପାରେ ବୋଲି ସେ ସଙ୍କେତ ଦେଇଛନ୍ତି।
ମାତ୍ର ଦୁଇ ମାସ ପୂର୍ବରୁ ୩୦ ବର୍ଷୀୟ ଅଭିଜିତ ଦୀପକେ ବ୍ୟଙ୍ଗାତ୍ମକ ଧାରାରେ କକରୋଚ୍ ଜନତା ପାର୍ଟିର ଆରମ୍ଭ କରିଥିଲେ। ଆରମ୍ଭରେ ଏହାକୁ ସୋସିଆଲ୍ ମିଡିଆର ଏକ ସାମୟିକ ଟ୍ରେଣ୍ଡ ବୋଲି ଅନେକ ଭାବୁଥିଲେ। କିନ୍ତୁ ପରେ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ବିରୋଧୀ ଛାତ୍ର ଆନ୍ଦୋଳନର ନେତୃତ୍ୱ ନେଇ ସିଜେପି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା।
ଜୁଲାଇ ୨୦ରେ ହିଂସାକାଣ୍ଡରେ ପ୍ରଭାବିତ ହୋଇଥିବା ଏହି ଆନ୍ଦୋଳନ ଫଳରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଥିଲେ।
ସେବେ ଠାରୁ ସିଜେପି ବେକାରି ଏବଂ ଶିକ୍ଷା ବ୍ୟବସ୍ଥାରେ ଅନିୟମିତତାକୁ ନେଇ ଅସନ୍ତୁଷ୍ଟ ଲକ୍ଷ ଲକ୍ଷ ଯୁବପିଢ଼ିଙ୍କ ପାଇଁ ଏକ ମଞ୍ଚରେ ପରିଣତ ହୋଇଛି।
ରାଜନୈତିକ ଦଳ ଗଠନର କୌଣସି ଯୋଜନା ନାହିଁ
ଦିଲ୍ଲୀର ଆନ୍ଦୋଳନ ସଫଳ ହୋଇଥିଲେ ମଧ୍ୟ ପ୍ରକୃତ ଚ୍ୟାଲେଞ୍ଜ ଏବେ ଆରମ୍ଭ ହୋଇଛି ବୋଲି ଦୀପକେ କହିଛନ୍ତି। ତାଙ୍କ କହିବା ଅନୁଯାୟୀ, ସିଜେପି ଏକ ପ୍ରତିବାଦ ଆନ୍ଦୋଳନ ଭାବେ ହିଁ କାମ କରିବ।
ଆମେ ରାଜନୈତିକ ଦଳ ଗଠନ କରିବା ବିଷୟରେ ଭାବୁନାହୁଁ। ମନେହେଉଛି ଗଣମାଧ୍ୟମ ଏହାକୁ ନେଇ ଅଧିକ ଆଗ୍ରହୀ। ଆମେ ଏକ ଚାପ ସୃଷ୍ଟିକାରୀ ଗୋଷ୍ଠୀ ଭାବେ କାମ କରିବୁ ବୋଲି ଅଭିଜିତ ଦୀପକେ କହିଛନ୍ତି।
ଦିଲ୍ଲୀର ଯନ୍ତର ମନ୍ତରରେ ହୋଇଥିବା ଆନ୍ଦୋଳନର ମୁଖ୍ୟ ଚେହେରା ଭାବେ ଉଭା ହୋଇଥିବା ଦୀପକେ କହିଛନ୍ତି ଯେ, ଏହି ଦୁଇ ଦିନିଆ ରଣନୀତି ବୈଠକର ଉଦ୍ଦେଶ୍ୟ ହେଉଛି ଦେଶବ୍ୟାପୀ ଆନ୍ଦୋଳନକୁ ବିସ୍ତାର କରିବା ପାଇଁ ଏକ ସ୍ପଷ୍ଟ ରୋଡମ୍ୟାପ୍ ପ୍ରସ୍ତୁତ କରିବା।
ସିଜେପି ପୂର୍ବରୁ ଦେଶର ବିଭିନ୍ନ ରାଜ୍ୟର ଯୁବପିଢ଼ିଙ୍କ ସହ ସିଧାସଳଖ ଆଲୋଚନା କରିବା ପାଇଁ ଦେଶବ୍ୟାପୀ ଲିସନିଂ ଟୁର୍ (Listening Tour) ଆୟୋଜନ କରିବାର ଯୋଜନା ଘୋଷଣା କରିସାରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।