Student Dies After Midday Meal: ମଧ୍ୟାହ୍ନ ଭୋଜନ ଖାଇବା ପରେ ଚେତାଶୂନ୍ୟ ହେଲେ ଛାତ୍ର, ହସ୍ପିଟାଲରେ ଚାଲିଗଲା ଜୀବନ
ସକାଳେ ହସି ହସି ସ୍କୁଲକୁ ଆସିଥିଲେ, ସାଙ୍ଗମାନଙ୍କ ସହ କ୍ଲାସ୍ କଲେ । ମଧ୍ୟାହ୍ନ ଭୋଜନ ମଧ୍ୟ ଖାଇଲେ। କିନ୍ତୁ ଖାଇବା ପରେ ହଠାତ୍ ବଦଳିଗଲା ପରିସ୍ଥିତି। ମଧ୍ୟାହ୍ନ ଭୋଜନ ଅସୁସ୍ଥ ହୋଇ ପଡ଼ିଥିବା ଅଷ୍ଟମ ଶ୍ରେଣୀର ଛାତ୍ର ମଙ୍ଗରାଜ ସାଥୁଆ ମହାପାତ୍ରଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଢେଙ୍କାନାଳ ଜିଲ୍ଲା ଭୁବନ ହାଇସ୍କୁଲରେ ଘଟିଛି ଅଭାବନୀୟ ଘଟଣା । ମୃତ ଛାତ୍ର ହେଲେ ଅଷ୍ଟମ ଶ୍ରେଣୀର ଛାତ୍ର ମଙ୍ଗରାଜ ସାଥୁଆ ମହାପାତ୍ର ।
ମଧ୍ୟାହ୍ନ ଭୋଜନ ପରେ ହଠାତ୍ ତାଙ୍କ ଦେହ ଥରିବା ସହ ବାନ୍ତି ହୋଇଥିଲା। ସ୍କୁଲ କର୍ତ୍ତୃପକ୍ଷ ତୁରନ୍ତ ତାଙ୍କୁ ଭୂବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ହସ୍ପିଟାଲରେ ଚିକିତ୍ସା ଚାଲିଥିବାବେଳେ ମଙ୍ଗରାଜଙ୍କର ମୃତ୍ୟୁ ହୋଇଥିଲା। ତେବେ କେଉଁ କାରଣରୁ ଏଭଳି ଅଘଟଣ ଘଟିଲା, ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ। ଘଟଣା ପରେ ପରିବାର ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।
ଖବର ପାଇ ଭୁବନ ଗୋଷ୍ଠୀ ଶିକ୍ଷା ଅଧିକାରୀ ମେଡିକାଲରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ସହ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଚାଲିଥିବା କହିଛନ୍ତି। ମୃତ୍ୟୁର ପ୍ରକୃତ କାରଣ ମେଡିକାଲ ରିପୋର୍ଟ ଓ ତଦନ୍ତ ପରେ ସ୍ପଷ୍ଟ ହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।