China Espionage: ବିଦେଶୀ ଗୁଇନ୍ଦା ସଂସ୍ଥା ପାଇଁ ଗୁପ୍ତଚରୀ ଅଭିଯୋଗ: ଚୀନ୍ ଅଧିକାରୀଙ୍କୁ ମୃତ୍ୟୁଦଣ୍ଡ
ବେଜିଂ: ବିଦେଶୀ ଦେଶ ପାଇଁ ଗୁପ୍ତଚରୀ ଏବଂ ଜାତୀୟ ଗୁପ୍ତ ତଥ୍ୟ ଲିକ୍ କରିବା ଅଭିଯୋଗରେ ଜଣେ ଚୀନ୍ ସରକାରୀ ଅଧିକାରୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି।
ସରକାରୀ ସଂଗଠନ ସହିତ ଜଡିତ ପ୍ରକାଶନ କମ୍ପାନି ଗୋଲ୍ଡ ୱାଲ୍ ପ୍ରେସ୍ ଏସମ୍ପର୍କରେ ରିପୋର୍ଟ କରିଛି।
କମ୍ପାନି ଅନୁଯାୟୀ, ଅଧିକାରୀ ଜଣକ ଏକ ବିଦେଶୀ ଗୁପ୍ତଚର ସଂସ୍ଥାକୁ ୩୫ଟି ସୂଚନା ପ୍ରଦାନ କରିଥିଲେ ଯାହାକୁ ଚୀନ୍ ଜାତୀୟ ଗୁପ୍ତ ତଥ୍ୟ ଭାବରେ ବର୍ଗୀକୃତ କରିଥାଏ।
ବଦଳରେ ତାଙ୍କୁ ଏକ ମିଲିୟନ ୟୁଆନ୍ ବା ୧୫୦ ହଜାର ହଲାରୁ ଅଧିକ ଅର୍ଥ ମିଳିଥିଲା।
Advertisment କାମ କରିବାକୁ ପ୍ରବର୍ତ୍ତାଇଥିଲା ସଂସ୍ଥା ଗୋଲ୍ଡ ୱାଲ ପ୍ରେସ୍ର ଏକ ବିବୃତି ଅନୁଯାୟୀ, ଦୋଷୀ ସାବ୍ୟସ୍ତ ହୋଇଥିବା ଅଧିକାରୀ ଯାହାଙ୍କ ଉପନାମ 'ମା' ଥିଲା।
ସେ ବିଦେଶରେ କାମ କରୁଥିବା ସମୟରେ ଏକ ବିଦେଶୀ ଗୁପ୍ତଚର ସଂସ୍ଥା ସହିତ ଯୋଗାଯୋଗ କରିଥିଲେ।
ସଂସ୍ଥା ତାଙ୍କୁ ସେମାନଙ୍କ ପାଇଁ କାମ କରିବାକୁ ପ୍ରବର୍ତ୍ତାଇଥିଲା।
ତା'ପରେ ଉଭୟଙ୍କ ମଧ୍ୟରେ ଏକ ସହଯୋଗ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା।
ଯେଉଁଥିରେ ଗୋପନୀୟତା ଏବଂ ବିଶ୍ୱସ୍ତତା ସମ୍ପର୍କିତ ସର୍ତ୍ତାବଳୀ ଅନ୍ତର୍ଭୁକ୍ତ ଥିଲା।
ପ୍ରତିବଦଳରେ 'ମା'ଙ୍କୁ ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ପ୍ରଦାନ କରାଯାଉଥିଲା।
୧,୫୦୦ ମିଆଁମାର ନାଗରିକଙ୍କୁ ଫେରାଇବା ପାଇଁ ତିନୋଟି ନୌସେନା ଜାହାଜ ସାଧାରଣତଃ ଚୀନ୍ କୋର୍ଟଗୁଡ଼ିକ ଜାତୀୟ ସୁରକ୍ଷା ଏବଂ ଗୁପ୍ତଚର ମାମଲା ସହିତ ଜଡିତ ସୂଚନା ପ୍ରକାଶ କରନ୍ତି ନାହିଁ।
ତେବେ ସାମ୍ପ୍ରତିକ ବର୍ଷଗୁଡ଼ିକରେ ଚୀନ୍ର ଶକ୍ତିଶାଳୀ ଜାତୀୟ ସୁରକ୍ଷା ମନ୍ତ୍ରଣାଳୟ ଏବଂ ଗୋଲ୍ଡ ୱାଲ୍ ପ୍ରେସ୍ ଏପରି ମାମଲାଗୁଡ଼ିକର ସାର୍ବଜନୀନ ପ୍ରକାଶନ ବୃଦ୍ଧି କରିଛନ୍ତି।
ଏଥିରେ ସୋସିଆଲ ମିଡିଆ ମାଧ୍ୟମରେ ଗୁପ୍ତଚର ଗିରଫଦାରୀ ଏବଂ ଜାତୀୟ ସୁରକ୍ଷା ମାମଲା ବିଷୟରେ ସୂଚନା ସେୟାର କରିବା ଅନ୍ତର୍ଭୁକ୍ତ ରହିଛି।
ଏହା ସହିତ ଗୁପ୍ତଚରୀ ବିପଦ ଏବଂ ବିଦେଶୀ ଗୁପ୍ତଚର ଏଜେନ୍ସିଗୁଡ଼ିକ ବିରୋଧରେ ସତର୍କ ରହିବାର ଆବଶ୍ୟକତା ବିଷୟରେ ଜନସାଧାରଣଙ୍କୁ ସଚେତନ କରାଯାଉଛି।
ଏଥିପାଇଁ ଚଳଚ୍ଚିତ୍ର ଏବଂ କମିକ୍ସର ବ୍ୟବହାର କରାଯାଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
