Children's Day Celebration: କୁନି ପିଲାଙ୍କ କୁନି କୁନି ସ୍ୱପ୍ନ! ଶିଶୁ ଦିବସରେ କିଏ ଡାକ୍ତର ତ କିଏ ପୋଲିସ
ଆଜି ହେଉଛି ଶିଶୁ ଦିବସ।
ବିଦ୍ୟାଳୟଠାରୁ ଆରମ୍ଭ କରି ବିଭିନ୍ନ ଶିକ୍ଷାନୁଷ୍ଠାନରେ ଉତ୍ସବର ମାହୋଲ।
ହସ, ଖୁସି ଆଉ ଉତ୍ସାହରେ ମସଗୁଲ ହୋଇଛନ୍ତି କୁନି କୁନି ପିଲା।
ନାଚ, ଗୀତ, ଖେଳକୁଦ ଓ ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ପାଳନ ହେଉଛି ଶିଶୁ ଦିବସ।
Advertisment ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିନ ନଭେମ୍ବର ୧୪କୁ ଶିଶୁ ଦିବସ ଭାବେ ପାଳନ କରାଯାଉଛି।
ଏହି ଅବସରରେ ଭୁବନେଶ୍ୱର ନୀଳାଦ୍ରି ବିହାର ଶିଶୁ ମନ୍ଦିରରେ ଦେଖିବାକୁ ମିଳିଛି ନିଆରା ଆୟୋଜନ।
କିଏ ଡାକ୍ତର ତ କିଏ ପୋଲିସ, ଆଉ କିଏ ସାଜିଛି ଚାଚା ନେହେରୁ।
ବିଭିନ୍ନ ବେଶରେ ସଜେଇ ହୋଇ କୁନି ପିଲାମାନେ ଦେଇଛନ୍ତି ସାମାଜିକ ସଚେତନତାର ବାର୍ତ୍ତା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
