child labour rescue ସୁନ୍ଦରଗଡ଼ରୁ ଶିଶୁ ଶ୍ରମିକ ଉଦ୍ଧାର, ଜଣେ ଗିରଫ

Jun 22, 2026 - 23:09
child labour rescue ସୁନ୍ଦରଗଡ଼ରୁ ଶିଶୁ ଶ୍ରମିକ ଉଦ୍ଧାର, ଜଣେ ଗିରଫ

"ସୁନ୍ଦରଗଡ଼:  ଝାରସୁଗୁଡ଼ାର ଜଣେ ଶିଶୁ ଶ୍ରମିକ (୯)ଙ୍କୁ ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଫୁଲଧୁଡ଼ିରୁ ଉଦ୍ଧାର କରାଯାଇଛି।

ଯେଉଁ ବ୍ୟକ୍ତି ତାଙ୍କୁ ନେଇ ଖଟାଉଥିଲେ ପୁଲିସ ତାଙ୍କୁ ଅଟକ ରଖିଛି।

Advertisment ସୂଚନାନୁସାରେ, ଆଜି ପୂର୍ବାହ୍‌ଣରେ ଶିଶୁଟି କାନ୍ଧରେ ଭାର ବୋହି ନେଉଥିବା ଦେଖି କେହି ଶିଶୁ କଲ୍ୟାଣ କମିଟିର ଟୋଲ୍‌ ଫ୍ରି ନଂ ୧୦୯୮କୁ ଫୋନ୍‌ କରିଥିଲେ।

ସୂଚନା ପାଇ ଶିଶୁ କଲ୍ୟାଣ କମିଟି ସଦସ୍ୟ ଜିତୁ ପଟେଲ୍‌ ଓ ହେଲ୍‌ପଲାଇନ୍‌ ପରିଦର୍ଶନ ମଧୁସୂଦନ ଭୁଏ ଶିଶୁ ନିକଟରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ।

ଶିଶୁ ନିକଟରୁ ସମସ୍ତ କଥା ଶୁଣିବା ପରେ ୧୧୨କୁ ସୂଚିତ କରିଥିଲେ।

ପୁଲିସ ପହଞ୍ଚି ଏକ ମାମଲା ରୁଜୁ କରିବା ସହ ସମ୍ପୃକ୍ତ ମାଲିକ ତରଣୀ ସାହୁଙ୍କୁ ଧରି ନେଇ ଥାନାରେ ରଖିଛି।

ତରଣୀ ୯ ମାସ ଧରି ଶିଶୁଟିକୁ ଖଟାଉଥିବା ତଦନ୍ତ ‌ବେଳେ ଜାଣିବାକୁ ପାଇଥିବା ଶିଶୁ କଲ୍ୟାଣ କମିଟି କହିଛି।

ଶିଶୁ ଶ୍ରମିକ ରଖିବା ସମ୍ପୂର୍ଣ୍ଣ ବେଆଇନ ହୋଇଥିବା ଓ ଏହାର ଖିଲାପକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ପ୍ରାବଧାନ ଥିଲେ ମଧ୍ୟ ଅନେକ ବ୍ୟକ୍ତି ଶିଶୁମାନଙ୍କୁ ଖଟାଉଥିବା ଦେଖିବାକୁ ମିଳିଛି।

"