12 SEPTEMBER 2026

Welcome!

Unlock your personalized experience.
Sign Up

Chief Minister's: ଓଡ଼ିଆ ସମୁଦାୟ ସହ ମୁଖ୍ୟମନ୍ତ୍ରୀଙ୍କ ଭାବ ବିନିମୟ: ୨.୪୩ ଲକ୍ଷ କୋଟି ନିବେଶ ଆଶା

Sep 12, 2026 - 03:58
Chief Minister's: ଓଡ଼ିଆ ସମୁଦାୟ ସହ ମୁଖ୍ୟମନ୍ତ୍ରୀଙ୍କ ଭାବ ବିନିମୟ: ୨.୪୩ ଲକ୍ଷ କୋଟି ନିବେଶ ଆଶା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨,୪୩,୧୬୨ କୋଟି ଟଙ୍କାର ନିବେଶ ପ୍ରସ୍ତାବ ହାସଲ କରି ତିନିଦିନିଆ ସଂଯୁକ୍ତ ଆରବ ଏମିରେଟ୍‌ସ (ୟୁଏଇ) ଗସ୍ତ ଶେଷ କରିଛନ୍ତି। ଏହି ନିବେଶ ଦ୍ବାରା ରାଜ୍ୟରେ ୬,୧୮, ୭୨୫ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି।  ତିନି ଦିନରେ ଆବୁଧାବି ଓ ଦୁବାଇରେ ୨୪ଟି ବୁଝାମଣାପତ୍ର ଓ ନିବେଶ ଇଚ୍ଛାପତ୍ର ସ୍ବାକ୍ଷର ହୋଇଥିଲା। ନିବେଶକମାନଙ୍କ ସହ ୪୬ଟି ପ୍ରତ୍ୟକ୍ଷ ବୈଠକ ଓ ୬ଟି ରାଉଣ୍ଡଟେବୁଲ୍‌ ବିଚାରବିମର୍ଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ଓଡ଼ିଶାର ନିବେଶ ସମ୍ଭାବନା ହାସଲ କରିବା ଲାଗି ୟୁଏଇର ଶିଳ୍ପସଂସ୍ଥା, ନିବେଶକ ଓ ବ୍ୟବସାୟୀ ସମୁଦାୟକୁ ଆହ୍ବାନ ଦେଇଥିଲେ।

Annual function: ‘ବରିଷ୍ଠ ନାଗରିକ ସମାଜର ଅମୂଲ୍ୟ ସମ୍ପଦ’

ଆଜି ଦୁବାଇରେ ଅନୁଷ୍ଠିତ ‘ଓଡ଼ିଶା ନିବେଶକ ସମ୍ମିଳନୀ-ୟୁଏଇ ୨୦୨୬’ରେ ଭ୍ରମଣ ଓ ପର୍ଯ୍ୟଟନ, ଲଜିଷ୍ଟିକ୍ସ, ଆର୍ଥିକ ନିବେଶ, ଏଲ୍‌ଏନ୍‌ଜି ଷ୍ଟୋରେଜ୍‌, ସବୁଜ ଶକ୍ତି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଓ ଡାଟା ସେଣ୍ଟର, ବିରଳ ମୃତ୍ତିକା, ସାର ଓ ରସାୟନ, ହାଉସିଂ, ଇସ୍ପାତ ଓ ଆନୁଷଙ୍ଗିକ ଶିଳ୍ପ ଆଦି କ୍ଷେତ୍ର ପାଇଁ ନିବେଶ ପ୍ରସ୍ତାବ ଆସିଥିଲା। ଏଲ୍‌ଏନ୍‌ଜି ଷ୍ଟୋରେଜ୍‌ ପାଇଁ କାଜ୍‌ବା ପ୍ରୋଜେକ୍ଟ ଭେଞ୍ଚର ଏଫ୍‌ଜେଡ୍‌ସିଓ, ସବୁଜ ଶକ୍ତି, ଏଆଇ ଡାଟା ସେଣ୍ଟର ଓ ବିରଳ ମୃତ୍ତିକା ପାଇଁ ରାଣା ହୋଲ୍‌ଡିଂସ୍‌ ଲିମିଟେଡ୍‌, ହାଉସିଂ ପାଇଁ ସରାଫ ଗ୍ରୁପ ଓ ଆନୁଷଙ୍ଗିକ ଇସ୍ପାତ ପ୍ରକଳ୍ପ ପାଇଁ ପିଟିସିଏଲ୍‌ ଇନ୍‌ଫ୍ରାଷ୍ଟ୍ରକ୍‌ଚର୍‌ ସହ ଏମ୍‌ଓୟୁ ସ୍ବାକ୍ଷର ହୋଇଥିଲା। ଜାହାଜ ମରାମତି ପାଇଁ ଡାଲ୍‌ୱିନ୍‌ ମେରାଇନ୍‌ ଆଣ୍ଡ ଟର୍ବୋ ପାୱାର ଇଞ୍ଜିନିୟରିଂ, ପ୍ରୋପେଲାଣ୍ଟ ଉତ୍ପାଦନ ପାଇଁ ଆଇରନ୍‌ ଟେକ୍ନୋଲୋଜିସ୍‌ ଏବଂ ସାର ଓ ରସାୟନ ପ୍ରକଳ୍ପ ପାଇଁ ଆଗ୍ରିଫିଲଡ୍‌ସ ଏଫ୍‌ଜେଡ୍‌ସିଓଠାରୁ ନିବେଶ ଇଚ୍ଛାପତ୍ର ମିଳିଥିଲା। 

୨୪ ବୁଝାମଣା, ୬,୧୮,୭୨୫ ନିଯୁକ୍ତି ସମ୍ଭାବନା
ଓଡ଼ିଆ ସମୁଦାୟ ସହ ମୁଖ୍ୟମନ୍ତ୍ରୀଙ୍କ ଭାବ ବିନିମୟ

ନିବେଶ ରୋଡ୍‌ସୋକୁ ସମ୍ବୋଧିତ କରି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ସରକାରଙ୍କ ଦ୍ରୁତ, ନିର୍ଦ୍ଦିଷ୍ଟ ଓ କାର୍ଯ୍ୟକାରିତା ନୀତି ଉପରେ ଆଲୋକପାତ କରିଥିଲେ। ପ୍ରକଳ୍ପର ପ୍ରତ୍ୟେକ ପର୍ଯ୍ୟାୟରେ ନିବେଶକଙ୍କୁ ସେ ସହଯୋଗର ଆଶ୍ବାସନା ଦେଇଥିଲେ। କାର୍ଯ୍ୟକ୍ରମରେ ଭାରତୀୟ କୂଟନୈତିକ ପ୍ରତିନିଧି ଓ ୟୁଏଇର ପ୍ରମୁଖ ଶିଳ୍ପପତିମାନେ ଉପସ୍ଥିତ ଥିବାବେଳେ ୪୦୦ରୁ ଅଧିକ ବ୍ୟବସାୟୀ ଏବଂ ନିବେଶକ ଭାଗ ନେଇଥିଲେ। ନିବେଶକ ସମ୍ମିଳନୀ ପରେ ମୁଖ୍ୟମନ୍ତ୍ରୀ ଦୁବାଇରେ ରହୁଥିବା ଓଡ଼ିଆ ସମୁଦାୟ ସହ ଭାବବିନିମୟ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ତାଙ୍କୁ ୮୦୦ରୁ ଅଧିକ ଓଡ଼ିଆ ସ୍ବାଗତ କରିଥିଲେ। ଶାସ୍ତ୍ରୀୟ ଓଡ଼ିଶୀ ଓ ଲୋକନୃତ୍ୟ ପରିବେଷଣ କରାଯାଇଥିଲା। ରାଜ୍ୟର ବିକାଶରେ ଯୋଗଦାନ ଦେବା ଓ ରାଜ୍ୟ ସହ ସମ୍ପର୍କକୁ ଆହୁରି ମଜଭୁତ କରିବାକୁ ସେ ଓଡ଼ିଆ ସମୁଦାୟଙ୍କୁ କହିଥିଲେ। ସାରା ଦୁନିଆରେ ଓଡ଼ିଶାର ଭାବମୂର୍ତ୍ତିକୁ ସୁଦୃଢ଼ କରିବାରେ ସେମାନଙ୍କ ଭୂମିକାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ। ଏଥି ସହିତ ସେ ବିଭିନ୍ନ ୟୁଏଇର ବିଭିନ୍ନ ଶିଳ୍ପପତିଙ୍କ ସହ ପ୍ରତ୍ୟକ୍ଷ ଭାବେ ଆଲୋଚନା କରି ଓଡ଼ିଶାରେ ନିବେଶ ସୁଯୋଗ ଓ ଶିଳ୍ପ ସମ୍ଭାବନା ଉପରେ ଆଲୋକପାତ କରିଥିଲେ।

Indravati reservoir: ୦.୪୧ମିଟର ବଢ଼ିଲେ ଇନ୍ଦ୍ରାବତୀ ଜଳଭଣ୍ଡାରରୁ ଖୋଲିବ ଅଧିକ ଗେଟ୍‌

ୟୁଏଇ ଗସ୍ତର ପ୍ରଥମ ଦିନରେ ୨.୧ ଲକ୍ଷ କୋଟି ଟଙ୍କା ଓ ଦ୍ବିତୀୟ ଦିନରେ ୮୪୧୭ କୋଟି ଟଙ୍କାର ନିବେଶ ପ୍ରସ୍ତାବ ହାସଲ ହୋଇଥିଲା। ମୁଖ୍ୟମନ୍ତ୍ରୀ ଆବୁଧାବିସ୍ଥିତ ଇଣ୍ଟରନ୍ୟାସନାଲ ହୋଲ୍ଡିଂ କମ୍ପାନି (ଆଇସିଏଚ୍‌) କାର୍ଯ୍ୟାଳୟ ଓ ଜାବେଲ୍‌ ଅଲ୍ଲୀସ୍ଥିତ ଏମିରେଟ୍‌ସ ଗ୍ଲୋବାଲ୍‌ ଆଲୁମିନିୟମ (ଇଜିଏ) ପରିଦର୍ଶନ କରିଥିଲେ। ମଧ୍ୟପ୍ରାଚ୍ୟ ରିସାଇକ୍ଲିଂ ବ୍ୟୁରୋ, ଜେଏସ୍‌ଡବ୍ଳ୍ୟୁ ଗ୍ରୁପ୍‌, ସରାଫ୍‌ ଗ୍ରୁପ୍‌, ଟ୍ରାନ୍ସୱାର୍ଲଡ୍‌ ଗ୍ରୁପ୍‌, ଇଣ୍ଡିଆନ ବିଜ୍‌ନେସ୍‌ ଆଣ୍ଡ ପ୍ରଫେସନାଲ୍‌ କାଉନ୍‌ସିଲ୍‌ (ଆଇବିପିସି) ଓ ପ୍ରବାସୀ ଓଡ଼ିଆଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଏହି ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ, ମୁଖ୍ୟ ସଚିବ ଅନୁ ଗର୍ଗ ଓ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମାଙ୍କ ସହିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଯାଇଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)