18th BRICS Summit: ଆଜିଠାରୁ ଦିଲ୍ଲୀରେ ୧୮ତମ ବ୍ରିକ୍ସ ସମ୍ମିଳନୀ: ବିଶ୍ୱ ନେତାଙ୍କ ମହାମେଳି
ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଦୁଇଦିନିଆ ବ୍ରିକ୍ସ ଶିଖର ସମ୍ମିଳନୀ ଭାରତର ଅଧ୍ୟକ୍ଷତାରେ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ଅବସରରେ ବିଶ୍ୱର ଅନେକ ପ୍ରମୁଖ ନେତା ଏକାଠି ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଶା ପ୍ରକାଶ କରିଛନ୍ତି ଯେ ଏହି ବୈଠକରେ ବିଶ୍ୱ କଲ୍ୟାଣ ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସକାରାତ୍ମକ ଓ ଅର୍ଥପୂର୍ଣ୍ଣ ଆଲୋଚନା ହେବ। ଏହି ସମ୍ମିଳନୀ ବିଶ୍ୱ ଭୂ-ରାଜନୀତି ଏବଂ ଅର୍ଥନୀତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବାକୁ ଯାଉଛି।
Editorial: ଆଶା ଓ ଆକାଶ: ଶୀତଳ ଭଣ୍ଡାରରେ ବନ୍ଦୀ ଶୀତଳ ଶୃଙ୍ଖଳ
ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି, ବ୍ରିକ୍ସ ସମ୍ମିଳନୀ ପାଇଁ ସମଗ୍ର ବିଶ୍ୱରୁ ନେତାମାନେ ଏକାଠି ହେଉଛନ୍ତି। ମୋର ପୂର୍ଣ୍ଣ ବିଶ୍ୱାସ ଯେ ବିଶ୍ୱ କଲ୍ୟାଣର ଆକାଂକ୍ଷା ନେଇ ଏହି ସମ୍ମିଳନୀରେ ବିଭିନ୍ନ ପ୍ରସଙ୍ଗରେ ସକାରାତ୍ମକ ଏବଂ ଅର୍ଥପୂର୍ଣ୍ଣ ଚର୍ଚ୍ଚା ଦେଖିବାକୁ ମିଳିବ। ଭାରତ ମଣ୍ଡପମ୍ରେ ଆୟୋଜିତ ହେଉଥିବା ୧୮ତମ ବ୍ରିକ୍ସ ସମ୍ମିଳନୀରେ ମୁଖ୍ୟତଃ ଖାଦ୍ୟ, ଶକ୍ତି, ସ୍ୱାସ୍ଥ୍ୟ, ବିପର୍ଯ୍ୟୟ ହ୍ରାସ ଏବଂ ଯୋଗାଣ ଶୃଙ୍ଖଳା ସୁରକ୍ଷାକୁ ମଜଭୁତ କରିବା ଉପରେ ଧ୍ୟାନ ଦିଆଯିବ। ବର୍ତ୍ତମାନର ବିଭାଜିତ ଭୂ-ରାଜନୈତିକ ପରିବେଶରେ ଭାରତ ବ୍ରିକ୍ସକୁ ଏକ ପ୍ରଭାବଶାଳୀ ନେତୃତ୍ୱ ଭାବରେ ଉପସ୍ଥାପିତ କରୁଛି।
ରୁଷ-ୟୁକ୍ରେନ ଯୁଦ୍ଧ, ପଶ୍ଚିମ ଏସିଆ ସଙ୍କଟ, ହର୍ମୁଜ ପ୍ରଣାଳୀରେ ବାଣିଜ୍ୟିକ ବାଧା ଏବଂ ଆମେରିକା ଟ୍ରମ୍ପ ପ୍ରଶାସନର ବାଣିଜ୍ୟ ଓ ଶୁଳ୍କ ନୀତି ଯୋଗୁଁ ବିଶ୍ୱ ଅର୍ଥନୀତି ପ୍ରଭାବିତ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ସମ୍ମିଳନୀ ଅନୁଷ୍ଠିତ ହେଉଛି। ଏହି ସମ୍ମିଳନୀରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ, ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ୍, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା, ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋୱୋ ସୁବିଆନ୍ତୋ, ଇଜିପ୍ଟ ରାଷ୍ଟ୍ରପତି ଅବଦେଲ ଫତାହ ଅଲ୍-ସିସି, ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ, ଆବୁଧାବି କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ଜାୟଦ ଅଲ ନାହ୍ୟାନ୍, ଇଥିଓପିଆ ପ୍ରଧାନମନ୍ତ୍ରୀ ଆବି ଅହମ୍ମଦ ଅଲ୍ଲୀ ଏବଂ ଭିଏତନାମ ପ୍ରଧାନମନ୍ତ୍ରୀ ଲେ ମିନ୍ ହୁଙ୍ଗଙ୍କ ପରି ଶୀର୍ଷ ନେତାମାନେ ଯୋଗ ଦେଉଛନ୍ତି। ସମ୍ମିଳନୀରେ ଯୋଗଦେବା ପାଇଁ ରୁଷ୍ ରାଷ୍ଟ୍ରପତି ପୁଟିନ ଶୁକ୍ରବାରଠାରୁ ନିଜର ତିନିଦିନିଆ ଭାରତ ଗସ୍ତ ଆରମ୍ଭ କରିଛନ୍ତି। ପୁଟିନ୍ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ସହ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଶୁକ୍ରବାର ଅପରାହ୍ଣରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ପୁଟିନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି।
Horoscope 2026 September 12: ଜାଣନ୍ତୁ ଆଜିର ରାଶିଫଳ...
ବିଶ୍ୱର ଶୀର୍ଷ ନେତାମାନଙ୍କ ଆଗମନକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସମଗ୍ର ଦିଲ୍ଲୀକୁ ହାଇଆଲର୍ଟରେ ରଖାଯାଇଛି। ସମ୍ମିଳନୀର ସୁରକ୍ଷା ପାଇଁ ପ୍ରାୟ ୧୫,୦୦୦ ଦିଲ୍ଲୀ ପୁଲିସ କର୍ମଚାରୀ, ଅର୍ଦ୍ଧସାମରିକ ବାହିନୀର ୨୦୦ କମ୍ପାନି ଏବଂ ୫୦୦ରୁ ଅଧିକ ସିସିଟିଭି କ୍ୟାମେରା ନିୟୋଜିତ କରାଯାଇଛି। ଦିଲ୍ଲୀ ଟ୍ରାଫିକ୍ ପୁଲିସ ସ୍ପଷ୍ଟ କରିଛି ଯେ ସହରକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ ନାହିଁ, ନିର୍ଦ୍ଦିଷ୍ଟ ରୁଟ୍ଗୁଡ଼ିକରେ କେବଳ ଭିଭିଆଇପି ଗାଡ଼ି ଚଳାଚଳ ସମୟରେ କିଛି ସମୟ ପାଇଁ କଟକଣା ଓ ଡାଇଭର୍ସନ୍ ରହିବ।
ବିଶ୍ବ ଅର୍ଥନୀତି ପାଇଁ ନାବିକଙ୍କ ସୁରକ୍ଷା ଜରୁରୀ: ମୋଦୀ
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପରେ ସମୁଦ୍ର ପଥରେ ଜାହାଜ ଚଳାଚଳ ଅସୁରକ୍ଷିତ ହୋଇପଡ଼ିଛି। ଜାହାଜ ଉପରେ ହେଉଥିବା ଆକ୍ରମଣରେ ନାବିକମାନେ ପ୍ରାଣ ହରାଇବା ଓ ନିଖୋଜ ହେବା ଭଳି ଖବର ଅସୁଛି। ଏଭଳି ସମୟରେ ବିଶ୍ବ ବାଣିଜ୍ୟର ପ୍ରସାର ଲାଗି ନୌବାଣିଜ୍ୟରେ ସ୍ବାଧୀନତା ଓ ନାବିକମାନଙ୍କ ସୁରକ୍ଷା ଅତ୍ୟନ୍ତ ଜରୁରୀ ବୋଲି ବ୍ରିକ୍ସ ବିଜ୍ନେସ୍ ଫୋରମ୍ ବୈଠକକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ସେ କହିଲେ, ସାରା ଦୁନିଆରେ ଜିନିଷର ଅବାଧ ପରିବହନ ଲାଗି ସୁରକ୍ଷିତ ସମୁଦ୍ରପଥ ଓ ଖୋଲା ଯୋଗାଣ ପଥ ଆବଶ୍ୟକ। ସମୁଦ୍ରପଥରେ ବିଭ୍ରାଟ ଦେଖାଦେଲେ ଏହାର ବ୍ୟାପକ ପ୍ରଭାବ ବିଶ୍ବ ଯୋଗାଣ ଶୃଙ୍ଖଳ ଉପରେ ପଡ଼ିଥାଏ। ତେଣୁ ବ୍ୟବସାୟ ଓ ଅର୍ଥନୀତିକୁ ଆଗକୁ ବଢ଼ାଇବାକୁ ହେଲେ ନାବିକମାନଙ୍କ ସୁରକ୍ଷା ଓ ନିରବଚ୍ଛିନ୍ନ ନୌବାଣିଜ୍ୟ ଅତ୍ୟନ୍ତ ଆବଶ୍ୟକ।
Indravati reservoir: ୦.୪୧ମିଟର ବଢ଼ିଲେ ଇନ୍ଦ୍ରାବତୀ ଜଳଭଣ୍ଡାରରୁ ଖୋଲିବ ଅଧିକ ଗେଟ୍
ବ୍ରିକ୍ସ ବିଜ୍ନେସ୍ ଫୋରମ୍ ବୈଠକ
ବିଶ୍ବ ଅର୍ଥନୀତି ପ୍ରତି ବ୍ରିକ୍ସର ଗୁରୁତ୍ବ ସମ୍ପର୍କରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ବର ମୋଟ୍ ଘରୋଇ ଉତ୍ପାଦ (ଜିଡିପି)ର ୪୦ ପ୍ରତିଶତ, ବିଶ୍ବ ବାଣିଜ୍ୟର ୨୫ ପ୍ରତିଶତ ଓ ଦୁନିଆର ୫୦ ପ୍ରତିଶତ ଜନସଂଖ୍ୟା ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ଅଧୀନରେ ରହିଛି। ତେଣୁ ଏହା ବିଶ୍ବ ଅର୍ଥନୀତିର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ପାଲଟିଛି। ବିଶ୍ବ ଅର୍ଥନୀତିରେ ୨.୫ ଗୁଣା ବୃଦ୍ଧି ଘଟିଥିବାବେଳେ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକର ଅଭିବୃଦ୍ଧି ୪.୫ ଗୁଣା ବଢ଼ିଛି। ଭାରତ ସମ୍ପର୍କରେ ସେ କହିଥିଲେ ଯେ ଏହା ଏକ ବିଶ୍ବସ୍ତରୀୟ ସମାଧାନ ହବ୍ ଭାବେ ଉଭା ହୋଇଛି, ଯେଉଁଠାରେ ୨ ଲକ୍ଷରୁ ଅଧିକ ପଞ୍ଜୀକୃତ ଷ୍ଟାର୍ଟଅପ୍ ଓ ୧୨୦ ୟୁନିକର୍ଣ୍ଣ ରହିଛି। ବିଶ୍ବ ଅର୍ଥନୀତିରେ ଅନିଶ୍ଚିତତା ଓ ବଢ଼ୁଥିବା କଟକଣା ପରିପ୍ରେକ୍ଷୀରେ ଅର୍ଥନୈତିକ ସେତୁ ଗଢ଼ିବା ପାଇଁ ଉଦ୍ୟମ କରିବାକୁ ପ୍ରଧାନମନ୍ତ୍ରୀ କହିଥିଲେ। ଏହି ଅବସରରେ ସେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିଥିଲେ। ବୈଠକରେ ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା, ବ୍ରାଜିଲର ବୈଦେଶିକ ମନ୍ତ୍ରୀ ମାଉରୋ ଭିଏରା ଉପସ୍ଥିତ ଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
