JD Vance’s: ଭାରତୀୟ କର୍ମଚାରୀଙ୍କୁ ଠିକା ଶ୍ରମିକ କହିଲେ ଉପରାଷ୍ଟ୍ରପତି ଭାନ୍ସ

Oct 09, 2026 - 15:54
JD Vance’s: ଭାରତୀୟ କର୍ମଚାରୀଙ୍କୁ ଠିକା ଶ୍ରମିକ କହିଲେ ଉପରାଷ୍ଟ୍ରପତି ଭାନ୍ସ

"ନୂଆଦିଲ୍ଲୀ: ଭାରତୀୟ ଆଇଟି କମ୍ପାନିଗୁଡ଼ିକ ଉପରେ ଆମେରିକାର କଟକଣାକୁ ଭାରତ ସରକାର କଡ଼ା ବିରୋଧ କରିଛନ୍ତି।

ଭାରତୀୟ ଆଇଟି ପେସାଦାରଙ୍କୁ ବନ୍ଧୁଆ ଶ୍ରମିକ ବୋଲି କହିଥିବା ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ମନ୍ତବ୍ୟକୁ ମଧ୍ୟ ଭାରତ ଅନୁଚିତ ଓ ଅପମାନଜନକ ବୋଲି କହିଛି।

ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଆମେରିକାର ଅର୍ଥନୀତି ଓ ନୂଆ ଜ୍ଞାନକୌଶଳର ବିକାଶରେ ଭାରତୀୟ ପେସାଦାରମାନେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛନ୍ତି।

ସେମାନଙ୍କୁ ଏପରି ଭାବେ ବର୍ଣ୍ଣନା କରିବା ଅତ୍ୟନ୍ତ ଅଶୋଭନୀୟ।Advertisment ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଭାରତୀୟ ପେସାଦାରମାନେ ଉଚ୍ଚଶିକ୍ଷିତ ଓ ଦକ୍ଷ।

ସେମାନେ ଆମେରିକାର ଅର୍ଥନୀତି, ଗବେଷଣା, ନୂଆ ଉଦ୍ଭାବନ ଓ ଉତ୍ପାଦନ କ୍ଷମତା ବୃଦ୍ଧିରେ ସହାୟତା କରୁଛନ୍ତି।

ବିଦେଶୀ ପ୍ରତିଭାଙ୍କ ଯୋଗଦାନ ଦ୍ୱାରା ଉଭୟ ଦେଶ ଲାଭବାନ ହେଉଛନ୍ତି।

ଏହା ଆମେରିକୀୟ କମ୍ପାନିଗୁଡ଼ିକୁ ମଧ୍ୟ ବିଶ୍ୱ ବଜାରରେ ପ୍ରତିଯୋଗିତା କରିବାରେ ସହାୟତା କରୁଛି।

ଦୁଇ ଦେଶ ମଧ୍ୟରେ ପ୍ରତିଭା ଓ ଦକ୍ଷ କର୍ମଚାରୀଙ୍କ ଆଦାନପ୍ରଦାନ ଉଭୟ ଅର୍ଥନୀତି ପାଇଁ ଲାଭଦାୟକ।

ତେଣୁ ଏପରି କଟକଣା ଦୁଇ ଦେଶର ସହଭାଗୀ ଆର୍ଥିକ ଲକ୍ଷ୍ୟକୁ ଆଗକୁ ନେବ ନାହିଁ।

ଏହି ଘଟଣାର ପରବର୍ତ୍ତୀ ବିକାଶ ଉପରେ ଭାରତ ସରକାର ନଜର ରଖିଥିବା ମନ୍ତ୍ରଣାଳୟ କହିଛି।

କଡ଼ା ନିନ୍ଦା କଲା ଭାରତ ଆମେରିକାର ଶ୍ରମ ବିଭାଗ ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌ (ଟିସିଏସ୍‌), ଇନ୍‌ଫୋସିସ୍‌, ୱିପ୍ରୋ, ଏଚ୍‌ସିଏଲ୍‌ଟେକ୍‌ ଓ କଗ୍ନିଜାଣ୍ଟ ସମେତ ୮ଟି ପ୍ରମୁଖ ଟେକ୍ନୋଲୋଜି କମ୍ପାନିକୁ ଗୁରୁତ୍ବପୂର୍ଣ୍ଣ ପିଇଆର୍‌ଏମ୍‌ କାର୍ଯ୍ୟକ୍ରମରୁ ନିଲମ୍ବିତ କରିଛି।

ଏହି ତାଲିକାରେ ମାଇକ୍ରୋସଫ୍ଟ, ଆଡୋବ୍‌ ଓ କ୍ୟାପ୍‌ଜେମିନି ମଧ୍ୟ ରହିଛନ୍ତି।

ଆମେରିକା ସରକାରଙ୍କ ଅଭିଯୋଗ ହେଉଛି ଯେ କେତେକ କମ୍ପାନି ଆମେରିକୀୟ କର୍ମଚାରୀଙ୍କ ବଦଳରେ ବିଦେଶୀ କର୍ମଚାରୀଙ୍କୁ ନିଯୁକ୍ତି ଦେଉଛନ୍ତି।

ଏହାଦ୍ୱାରା ଆମେରିକୀୟଙ୍କ ଚାକିରି ସୁଯୋଗ ପ୍ରଭାବିତ ହେଉଛି।ତେବେ ଭାରତ ସରକାର ଏହି ପଦକ୍ଷେପକୁ ଦୁଇ ଦେଶର ଆର୍ଥିକ ସହଯୋଗ ପ୍ରତି ଅନୁପଯୋଗୀ ବୋଲି କହିଛି।

ପର୍ମାନେଣ୍ଟ ଲେବର୍‌ ସାର୍ଟିଫିକେସନ୍‌ (ପିଇଆର୍‌ଏମ୍‌) ହେଉଛି ଆମେରିକାରେ କାମ କରୁଥିବା ବିଦେଶୀ କର୍ମଚାରୀଙ୍କୁ ସ୍ଥାୟୀ ଭାବେ ରହିବା ପାଇଁ ଗ୍ରିନ୍‌ କାର୍ଡ ଦେବା ପ୍ରକ୍ରିୟାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ଏହି କାର୍ଯ୍ୟକ୍ରମରୁ ନିଲମ୍ବିତ ହେବା ପରେ ସମ୍ପୃକ୍ତ କମ୍ପାନିଗୁଡ଼ିକ ନୂଆ ପିଇଆର୍‌ଏମ୍‌ ଆବେଦନ କରିପାରିବେ ନାହିଁ କିମ୍ବା ପୂର୍ବରୁ ଦାଖଲ ହୋଇଥିବା ଆବେଦନର ପ୍ରକ୍ରିୟା ଆଗକୁ ବଢ଼ାଇପାରିବେ ନାହିଁ।

ତେବେ ଏହି ନିଷ୍ପତ୍ତି ଯୋଗୁଁ ପୂର୍ବରୁ ଥିବା ଲଚ୍‌-୧ବି ଭିସା ସ୍ୱତଃ ବାତିଲ ହେବ ନାହିଁ।

ଆମେରିକାରେ ଏହି ଭିସାରେ କାମ କରୁଥିବା ଭାରତୀୟ କର୍ମଚାରୀ ଓ ସେମାନଙ୍କ ପରିବାରର ଭିସା ସ୍ଥିତି ମଧ୍ୟ ଏହି ନିଷ୍ପତ୍ତି ଯୋଗୁଁ ସ୍ୱତଃ ପ୍ରଭାବିତ ହେବ ନାହିଁ।

ନେବୋଲ ଶାନ୍ତି ପୁରସ୍କାର ପାଇବେ ଭାରତୀୟ ବଂଶୋଦ୍ଭବ ନବନେଥେମ୍‌ ପିଲ୍ଲେ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)