Chess Match: ବିଶ୍ବ ଚେସ୍: ସିନ୍ଦାରୋଭଙ୍କ ସହ ପଏଣ୍ଟ ବାଣ୍ଟିଲେ ଗୁକେଶ
ଜେନେଭା: ଭାରତୀୟ ଗ୍ରାଣ୍ଡ ମାଷ୍ଟର ଡି ଗୁକେଶ ଚଳିତ ବିଶ୍ୱ ଚେସ୍ ପ୍ରତିଯୋଗିତାରେ ଅମୀମାଂସିର ଅଭିଯାନ ଆରମ୍ଭ କରିଛନ୍ତି।
ବିଶ୍ବ ବିଜେତା ଗୁକେଶ ବୁଧବାର ନିଜର ପ୍ରଥମ ଗେମ୍ରେ ଉଜ୍ବିକିସ୍ତାନର ଜାଭୋଖିର ସିନ୍ଦାରୋଭଙ୍କ ସହ ଅମୀମାଂସିତ ରଖିଛନ୍ତି।
ଫଳରେ ତାଙ୍କର ଏହି ପ୍ରଥମ ମୁକାବିଲା ୦.୫-୦.୫ ପଏଣ୍ଟରେ ଶେଷ ହୋଇଛି।
କଳା ଗୋଟିରେ ଖେଳିଥିବା ଗୁକେଶ ସମୟ କମ୍ ଥିବାରୁ ଚାପରେ ପଡ଼ିଥିଲେ ମଧ୍ୟ ଚମତ୍କାର ରକ୍ଷଣାତ୍ମକ ଖେଳି ପରାଜୟ ଏଡ଼ାଇଥିଲେ।
Advertisment Spiritual: ପୁଣି ଥରେ ମହାକାଳଙ୍କ ଦର୍ଶନ କଲେ ୟୁଜଭେନ୍ଦ୍ର ଚହଲ, ସାଥୀରେ ଥିଲେ ନୀତିଶ-ରାହୁଲ ଏହି ଗେମ୍ ମୁକାବିଲା ୩୮ ଚାଲ୍ରେ ଶେଷ ହୋଇଥିଲା।
ଦ୍ବିତୀୟ ଗେମ୍ରେ ଗୁକେଶ ଧଳା ଗୋଟିରେ ଖେଳିବେ।
ଏହି ମ୍ୟାଚ୍ ଜିତି ବିଶ୍ବ ମୁକୁଟ ବଜାୟ ରଖିବା ଦିଗରେ ଅଗ୍ରସର ହେବା ଲକ୍ଷ୍ୟ ରହିଛନ୍ତି ଗୁକେଶ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
