Chandrabhaga Sea Turns Turbulent: ଚନ୍ଦ୍ରଭାଗାରେ ଅଶାନ୍ତ ସମୁଦ୍ର, ମତ୍ସ୍ୟଜୀବୀଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ

Nov 19, 2026 - 17:18
Chandrabhaga Sea Turns Turbulent: ଚନ୍ଦ୍ରଭାଗାରେ ଅଶାନ୍ତ ସମୁଦ୍ର, ମତ୍ସ୍ୟଜୀବୀଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ

ବାତ୍ୟା ଅକୱାନର ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ଲାଗି ରହିଛି ବର୍ଷା।

ପୁରୀ ଜିଲ୍ଲା କୋଣାର୍କରେ ତୁହାକୁ ତୁହା ବର୍ଷା।

ଚନ୍ଦ୍ରଭାଗାରେ ସମୁଦ୍ର ଅଶାନ୍ତ ରହିଛି।

ଚନ୍ଦ୍ରଭାଗାରେ କଚା ଘରେ ଥିବା ମତ୍ସ୍ୟଜୀବୀମାନଙ୍କୁ ସୁରକ୍ଷିତ ସ୍ଥାନ କିମ୍ବା ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ପାଇଁ ପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଯାଉଛି।

Advertisment କେନ୍ଦ୍ରାପଡ଼ାରେ ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ।

ସମ୍ଭାବ୍ୟ ବାତ୍ୟାକୁ ନେଇ ଜିଲ୍ଲାର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ, ମାଛଧରା କେନ୍ଦ୍ର ଓ ଜେଟି ବୁଲି ସ୍ଥିତି ସମୀକ୍ଷା କରିଛନ୍ତି ଏସପି।

ମଧ୍ୟାହ୍ନ ୧୨ଟା ସୁଦ୍ଧା ୧୩ ହଜାର ଲୋକଙ୍କୁ ସୁରକ୍ଷିତ ଭାବେ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି।

ଜିଲ୍ଲାର ୧୩୦ଟି ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରହିଥିବା ବେଳେ ୫୨ଟି କେନ୍ଦ୍ରରେ ରନ୍ଧା ଖାଦ୍ୟ ବିତରଣ କରାଯାଉଛି।

ଗର୍ଭବତୀ ମହିଳାଙ୍କ ସୁରକ୍ଷାକୁ ମଧ୍ୟ ପ୍ରାଥମିକତା ଦେଇଛି ପ୍ରଶାସନ।

ଚିହ୍ନଟ ହୋଇଥିବା ୩୦୬ ଜଣ ଗର୍ଭବତୀଙ୍କ ମଧ୍ୟରୁ ୬୦ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି।

ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ସଚେତନ କରାଯାଉଛି।

ମଧ୍ୟାହ୍ନ ସୁଦ୍ଧା ଜିଲ୍ଲାରେ ୭୦ ମିଲିମିଟର ବର୍ଷା ରେକର୍ଡ ହୋଇଛି।

ବାତ୍ୟା ମୁକାବିଲା ପାଇଁ ୬ଟି ଓଡ୍ରାଫ୍ ଟିମ୍ ସଜାଗ ରହିଥିବା ବେଳେ ଗୋଟିଏ ଏନଡିଆରଏଫ୍ ଟିମ୍ ମଧ୍ୟ ପହଞ୍ଚିବାକୁ ଥିବା ସୂଚନା ଦେଇଛନ୍ତି ଏସପି।

ଗଞ୍ଜାମ ଜିଲ୍ଲାର ଆସିକାରେ ବାତ୍ୟା ଯୋଗୁଁ ରାଜ୍ୟରେ ତୁହାକୁ ତୁହା ବର୍ଷା।

ମୁକାବିଲା ପାଇଁ ରାଜସ୍ବ ବିଭାଗ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ଅଗ୍ନିଶମ ବିଭାଗ ଯନ୍ତ୍ରପାତି ଗୁଡିକ ପରୀକ୍ଷଣ କରିବା ସହ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି।

Advertisment ବାତ୍ୟା ଆଶଙ୍କା ମଧ୍ୟରେ ଗଞ୍ଜାମ ଉପକୂଳରେ ବଢ଼ିଛି ସତର୍କତା।

ତଳିଆ ଅଞ୍ଚଳର ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ପାଇଁ ପ୍ରଶାସନର ତତ୍ପରତା।

ଅନ୍ୟପଟେ ଚିନ୍ତାରେ ଚିଲିକାର ଶହ ଶହ ମତ୍ସ୍ୟଜୀବୀ ପରିବାର।

ବର୍ଷସାରା ମାଛ ଧରି ଜୀବିକା ନିର୍ବାହ କରୁଥିବା ଏହି ପରିବାରଙ୍କୁ ଘାରିଛି ଜୀବିକା ହରାଇବା ଚିନ୍ତା।

ସେପଟେ ପର୍ଯ୍ୟଟନ ଉପରେ ଲାଗିଛି କଟକଣା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)