Chandahandi Maize Traders Pain ଛତିଶଗଡ଼ ପୁଲିସ ବିରୋଧରେ ଜିଲ୍ଲାପାଳଙ୍କୁ ଭେଟିଲେ ଚନ୍ଦାହାଣ୍ଡି ମକା ବ୍ୟବସାୟୀ

Nov 25, 2026 - 22:55
Chandahandi Maize Traders Pain ଛତିଶଗଡ଼ ପୁଲିସ ବିରୋଧରେ ଜିଲ୍ଲାପାଳଙ୍କୁ ଭେଟିଲେ ଚନ୍ଦାହାଣ୍ଡି ମକା ବ୍ୟବସାୟୀ

ନବରଙ୍ଗପୁର (ସୁରେଶ ନାଇଡ଼ୁ): ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡିର ମକାବ୍ୟବସାୟୀଙ୍କୁ ଆନ୍ତଃରାଜ୍ୟ ସଡ଼କରେ ଛତିଶଗଡ଼ ପୁଲିସ ଓ ପ୍ରଶାସନ ହଇରାଣ କରୁଥିବା ନେଇ ମକାବ୍ୟବସାୟୀଙ୍କ ଏକ ପ୍ରତିନିଧି ଦଳ ଆଜି ନବରଙ୍ଗପୁର ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟି ଆଲୋଚନା କରିଛନ୍ତି।

ଆଲୋଚନାରେ ଛତିଶଗଡ଼ ଜିଲ୍ଲାର ପ୍ରତିପକ୍ଷ ଅଧିକାରୀଙ୍କ ସହ କଥାବାର୍ତ୍ତା ହୋଇ ସମସ୍ୟାର ସମାଧାନ କରିବେ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି।

Advertisment Chhattisgarh Police Harassment ଛତିଶଗଡ଼ ପୁଲିସର କାର୍ଯ୍ୟକଳାପରେ ଅତିଷ୍ଠ ଚନ୍ଦାହାଣ୍ଡି ମକା ବ୍ୟବସାୟୀ, ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଦାବି ଆଜି (ବୁଧବାର) ମକାବ୍ୟବସାୟୀମାନେ ଜିଲ୍ଲାପାଳ ମଧୁମିତା ଓ ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକ ପାର୍ଥ କାଶ୍ୟପଙ୍କୁ ଭେଟିଥିଲେ।

ଚନ୍ଦାହାଣ୍ଡି ସୀମାନ୍ତ ଛତିଶଗଡ଼ ଦେଓଭୋଗ ପୁଲିସ, ତହସିଲଦାର ଏବଂ ଏସଡିଏମ କିଭଳି ଯାଞ୍ଚ ଆଳରେ ସେମାନଙ୍କୁ ହଇରାଣ କରୁଛନ୍ତି ସେନେଇ ଅବଗତ କରାଇଥିଲେ।

ଛତିଶଗଡ଼ର ଗାରିଆବନ୍ଧ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁଏ ନେଇ ଆଲୋଚନା କରିବା ସହ ପଦକ୍ଷେପ ନେବାକୁ କହିବେ ବୋଲି ଉଭୟ ପ୍ରତିଶ୍ରୃତିଦେଇଥିଲେ।

ଏହି ଆଲୋଚନାରେ ବ୍ୟବସାୟୀ ବିଷ୍ଣୁ ଜୈନ, ଦିୱାନ ଜୈନ, ବଣ୍ଟୁ ଜୈନ, ରାକେଶ ଜୈନ, ବାଲାଜୀ ପାଣ୍ଡୀ, ଏମ ଡି ଅସପାକ, ଠାକୁର ବିଶି, ଅନିଲ ଜୈନ, ଦୁତି ଖମାରୀ, ଗୁଡ୍ଡୁ ଦାଶ, ଏମଡି ମହସିନ, ତ୍ରିନାଥ ମାଳି, ଏମଡି ସକିଲ,ହେମନ୍ତ ସିହ୍ନା ପ୍ରମୁଖ ଉପସ୍ଥିତ ଥିଲେ।

Chandahandi Road Accident ବୋଲେରୋ-ବାଇକ ମୁହାଁମୁହିଁ ଧକ୍କା: ପୂର୍ବତନ ସମିତିସଭ୍ୟ ମୃତ, ଜଣେ ଗୁରୁତର ମକା ବ୍ୟବ‌ସାୟୀମାନେ ଉମରକୋଟ, ଝରିଗାଁ, ଚନ୍ଦାହାଣ୍ଡି ଅଂଚଳର ଚାଷୀଙ୍କ ଦ୍ବାରା ଉତ୍ପାଦିତ ମକାକୁ କିଣି ବଲାଙ୍ଗୀର , ବିଶାଖାପାଟଣା ଓ ପଶ୍ଚିମବଙ୍ଗକୁ ବିକ୍ରି ପାଇଁ ପଠାଉଛନ୍ତି।

ସେମାନେ ନିଜ ଟ୍ରକରେ ସୀମାନ୍ତରେ ୫ରୁ ୧୦କିମି ମଧ୍ୟରେ ଥିବା ଛତିଶଗଡ ଦେଓଭୋଗ ଦେଇ ପଠାଉଛନ୍ତି।

ତେବେ ସୀମାନ୍ତ ଦେଓଭୋଗ ଓଡିଶାର ଟ୍ରକ ଯିବା ବେଳେ ଯାଂଚ ନାଁରେ ଘଣ୍ଟାଘଣ୍ଟା ଧରି ରଖିବା ସହ ବ୍ୟାପକ ଲାଂଚ ମାଗୁଥିବା ଅଭିଯୋଗ କରିଛନ୍ତି।

ଏହି ପ୍ରସଙ୍ଗ ନେଇ ସେମାନେ ସାଂସଦ ଇବଳଭଦ୍ର ମାଝୀଙ୍କ ଦୃଷ୍ଟିଆକର୍ଷଣ କରାଇଛନ୍ତି ବୋଲି ବ୍ୟବସାୟୀମାନେ କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)