CEC: ସିଇସିଙ୍କ ବିରୋଧରେ ସୁପ୍ରିମ୍‌କୋର୍ଟ ଯିବ ଇଣ୍ଡିମେଣ୍ଟ

Oct 09, 2026 - 21:58
CEC: ସିଇସିଙ୍କ ବିରୋଧରେ ସୁପ୍ରିମ୍‌କୋର୍ଟ ଯିବ ଇଣ୍ଡିମେଣ୍ଟ

"ନୂଆଦିଲ୍ଲୀ: ଦେଶରେ ଭୋଟ୍ ଚୋରି ଅଭିଯୋଗକୁ ନେଇ ଇଣ୍ଡିମେଣ୍ଟର ନେତାମାନେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥିବା ବେଳେ ଆସନ୍ତା ସୋମବାର ଦିନ ସୁପ୍ରିମ୍‌କୋର୍ଟ ଯାଇ ପ୍ରଧାନବିଚାରପତିଙ୍କୁ ମଧ୍ୟ ଏକ ସ୍ମାରକପତ୍ର ଦେ‌ବାକୁ ଯୋଜନା କରିଛନ୍ତି।

ଏସ୍‌ଆଇଆର୍‌ ପ୍ରସଙ୍ଗରେ ଆଇନଗତ ଓ ନ୍ୟାୟିକ ପଦକ୍ଷେପ ପାଇଁ ସେମାନେ ପ୍ରଧାନବିଚାରପତିଙ୍କ ନିକଟରେ ଆବେଦନ କରିବେ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି।Advertisment ଆଜି ସଂଧ୍ୟା ୮ଟାରେ ରାଷ୍ଟ୍ରପତି ଭବନରୁ ଫେରିବା ପରେ ରାହୁଲ କହିଛନ୍ତି, ଦେଶରେ ଭୋଟ୍‌ ଚୋରି ଅଭିଯୋଗକୁ ରାଷ୍ଟ୍ରପତି ମୁର୍ମୁ ଖଣ୍ଡନ କରିନାହାନ୍ତି।

ବରଂ ଏ ସମ୍ପର୍କରେ ପ୍ରମାଣ ଦେବାକୁ କହିଛନ୍ତି।

ଶୁକ୍ରବାର ରାତିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବା ପରେ ସେ ଏହି ସୂଚନା ଦେଇଛନ୍ତି।

ଅଭିଯୋଗର ପ୍ରମାଣ ଦେବାକୁ ରାଷ୍ଟ୍ରପତି କହିଥିବାରୁ ଆମେ ପ୍ରମାଣ ଦେବୁ ବୋଲି ରାହୁଲ କହିଛନ୍ତି।

ଏହି ପ୍ରସଙ୍ଗରେ ରାଷ୍ଟ୍ରପତି ବିଚାର କରିବେ ଏବଂ ପଦକ୍ଷେପ ନେବେ ବୋଲି କହିଥିବାରୁ ରାହୁଲ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ କଂଗ୍ରେସ ନେତୃତ୍ୱରେ ଇଣ୍ଡି ମେଣ୍ଟର ଆନ୍ଦୋଳନ ଗତ କିଛି ଦିନ ଧରି ଜାରି ରହିଛି।

ଶୁକ୍ରବାର ସଂସଦର ସେଣ୍ଟ୍ରାଲ ହଲ୍‌ରେ ବିରୋଧୀ ସାଂସଦମାନେ ବୈଠକ କରିବା ପରେ ରାଷ୍ଟ୍ରପତି ଭବନ ଅଭିମୁଖେ ଯାଇଥିଲେ।

ରାତି ପ୍ରାୟ ୭ଟା ୪୦ ମିନିଟ୍‌ରେ ବିଜୟ ଚୌକ୍‌ଠାରେ ପୁଲିସ ସେମାନଙ୍କୁ ଅଟକାଇଥିଲା।

ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ୧୦ ଜଣ ନେତାଙ୍କୁ ଆଗକୁ ଯିବାକୁ ଅନୁମତି ମିଳିଥିଲା।

ଏହି ପ୍ରତିନିଧି ଦଳରେ ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡ଼ଗେ, ମମତା ବାନାର୍ଜୀ, ଓମାର ଅବଦୁଲ୍ଲା, ମନୋଜ ଝା, ଡି ରାଜା, ଟି ତିରୁମାଭାଲାଭନ, ଏମ୍‌ଏ ବେବି, ରାଜୀବ ରାୟ ଓ ସୁପ୍ରିୟା ସୁଲେ ସାମିଲ ଥିଲେ।

ସେମାନେ ରାଷ୍ଟ୍ରପତିଙ୍କୁ ଏକ ସ୍ମାରକପତ୍ର ଦେଇଥିଲେ।

Rairangpur: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ବୁଲିବେ ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀ ଦଳଗୁଡ଼ିକ ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବା, ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟା ବନ୍ଦ କରିବା ଏବଂ ଭୋଟର ତାଲିକାରୁ ବାଦ୍‌ ପଡ଼ିଥିବା ୧୩.୮ କୋଟି ଲୋକଙ୍କ ନାମ ପୁନଃ ଯୋଡ଼ିବା ଦାବି କରିଛନ୍ତି।

ଏଥିସହ ବାଲଟ୍‌ ପେପର୍‌ରେ ନିର୍ବାଚନ କରାଇବାକୁ ମଧ୍ୟ ଦାବି ହୋଇଛି।

ଅନ୍ୟପକ୍ଷରେ ସିଇସିଙ୍କ ଇସ୍ତଫା ଦାବିରେ ଆସନ୍ତାକାଲି ଦିଲ୍ଲୀରେ ସିଜେପିର ଆନ୍ଦୋଳନକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ସିଜେପି ପକ୍ଷରୁ ଆଜି ଦାବି କରାଯାଇଛି ଯେ, ଆସନ୍ତାକାଲିର ଆନ୍ଦୋଳନ ପୂର୍ବରୁ ଦେଶବ୍ୟାପୀ ଏବେ ପ୍ରାୟ ୧୦ ହଜାର ଲୋକଙ୍କୁ ଅଟକ ରଖାଯାଇଛି।

ପୁଲିସ ଲୋକମାନଙ୍କୁ ଟ୍ରେନ୍‌ ଓ ରେଳଷ୍ଟେସନ୍‌ରୁ ଅଟକ ରଖୁଛି ବୋଲି ସିଜେପି ନେତା ଆଶୁତୋଷ ରାଙ୍କା ଦାବି କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)