Utkalmani Gopabandhu Das ଗୋପବନ୍ଧୁ ଦାସଙ୍କ ଆଦର୍ଶରେ ସମୃଦ୍ଧ ଓଡ଼ିଶା ଗଠନ କରିବେ ଯୁବପିଢ଼ି: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Oct 09, 2026 - 21:42
Utkalmani Gopabandhu Das ଗୋପବନ୍ଧୁ ଦାସଙ୍କ ଆଦର୍ଶରେ ସମୃଦ୍ଧ ଓଡ଼ିଶା ଗଠନ କରିବେ ଯୁବପିଢ଼ି: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

"ଭୁବନେଶ୍ୱର: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ନିର୍ମାଣରେ ଆମର ଯୁବ ସମାଜ ହିଁ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଆଜି (ଶୁକ୍ରବାର) ଜୟଦେବ ଭବନଠାରେ ଆୟୋଜିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।Advertisment "ନିଜକୁ ସମର୍ପି ଦେଇଥିବା ଜଣେ ଉଜ୍ଜଳ ଜ୍ୟୋତିସ୍କ ହେଉଛନ୍ତି ଗୋପବନ୍ଧୁ ଦାସ" ମୁଖ୍ୟମନ୍ତ୍ରୀ  କହିଥିଲେ ଯେ, ଗୋପବନ୍ଧୁ କେବଳ ଜଣେ ବ୍ୟକ୍ତି ନଥିଲେ, ସେ ଥିଲେ ଏକ ମହାନ୍‌ ଅନୁଷ୍ଠାନ, ଜାତୀୟ ଚେତନା ଓ ଓଡ଼ିଆ ଅସ୍ମିତାର ଜୀବନ୍ତ ଆଲେଖ୍ୟ।

ଆଜିର ଯୁବପିଢ଼ି ଗୋପବନ୍ଧୁଙ୍କ ସେବା ମନୋଭାବକୁ ଆପଣାଇ ରାଷ୍ଟ୍ରଗଠନରେ ସକ୍ରିୟ ଯୋଗଦାନ ଦେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।

ଯୁବପିଢୀଙ୍କୁ ପରାମର୍ଶ ଦେଇ ସେ କହିଥିଲେ ଯେ, ଆପଣମାନେ କେବଳ ନିଜ ବ୍ୟକ୍ତିଗତ ସଫଳତା ପାଇଁ ନୁହେଁ, ବରଂ ସମାଜ ପ୍ରତି ଆପଣଙ୍କର ଦାୟିତ୍ୱକୁ ବୁଝନ୍ତୁ।

କେବଳ ନିଜ ପାଇଁ ବଞ୍ଚିବା ପ୍ରକୃତ ଜୀବନ ନୁହେଁ, ବରଂ ପଣ୍ଡିତ ଗୋପବନ୍ଧୁଙ୍କ ପରି ଅନ୍ୟର ମୁହଁରେ ହସ ଫୁଟାଇବାରେ ଏବଂ ରାଜ୍ୟର ସେବାରେ ନିଜକୁ ନିୟୋଜିତ କରିବାରେ ହିଁ ଜୀବନର ସାର୍ଥକତା ରହିଛି।

ଗୋପବନ୍ଧୁଙ୍କ  ପ୍ରେରଣାରେ ଓଡ଼ିଆ ଭାଷା, ସଂସ୍କୃତି ଓ ଅସ୍ମିତାର ସୁରକ୍ଷା ପାଇଁ 'ଓଡ଼ିଆ ଅସ୍ମିତା ଭବନ' ପ୍ରତିଷ୍ଠା, ସତ୍ୟବାଦୀସ୍ଥିତ 'ଓଡ଼ିଆ ବିଶ୍ୱବିଦ୍ୟାଳୟ'ର ଉନ୍ନତିକରଣ, ୯୦ କୋଟି ଟଙ୍କା ବ୍ୟୟରେ ବକୁଳ ବନର ପୁନର୍ବିକାଶ ଏବଂ ଗୋପବନ୍ଧୁଙ୍କ ଜନ୍ମମାଟି ସତ୍ୟବାଦୀ ଅଞ୍ଚଳର ବିକାଶ ପାଇଁ ପ୍ରାୟ ୫୦୦ କୋଟି ଟଙ୍କାର ପ୍ରକଳ୍ପ ହାତକୁ ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ସୁଆଣ୍ଡୋ: ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଗାଁ ସୁଆଣ୍ଡୋରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପହଞ୍ଚିଲେ.ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ବାବୁ ସିଂହ, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ପ୍ରମୁଖ ମଞ୍ଚସ୍ଥ ଥିଲେ।

ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡ ବିଜୟ କେତନ ଉପାଧ୍ୟାୟ ଧନ୍ୟବାଦ ଅର୍ପଣ କରିଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)