Cash theft: ଭୁବନେଶ୍ୱରରୁ ୬୫.୮୦ ଲକ୍ଷ ଧରି ଛୁ’, ୫୪ ଲକ୍ଷ ଟଙ୍କା ଜବତ

Sep 08, 2026 - 19:02
Cash theft: ଭୁବନେଶ୍ୱରରୁ ୬୫.୮୦ ଲକ୍ଷ ଧରି ଛୁ’, ୫୪ ଲକ୍ଷ ଟଙ୍କା ଜବତ

"ଅସ୍ତରଙ୍ଗ (ବିପିନ ବିହାରୀ ଦାସ): ପୁରୀ ଜିଲ୍ଲା ଅସ୍ତରଙ୍ଗ ସାମୁଦ୍ରିକ ଥାନା ପୁଲିସ୍ ମଙ୍ଗଳବାର  ଦିନ ସକାଳୁ ବାହୁଡ଼ିହର ବାସୁଦେବ ବିଶ୍ୱାଳଙ୍କ ଘରୁ ୫୪ ଲକ୍ଷ ୮୦ ହଜାର ଟଙ୍କା  ଓ ଏକ କଳା ରଙ୍ଗର  ଗାଡ଼ି  ଜବତ କରି ଚର୍ଚ୍ଚାରେ ରହିଛି।

ଏହି ଟଙ୍କା ଓ ଗାଡ଼ି  ଭୁବନେଶ୍ୱର ଲକ୍ଷ୍ମୀ ସାଗର ଅଞ୍ଚଳରେ ରହୁଥିବା ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ବିଶ୍ୱାଳଙ୍କର ବୋଲି ସୂଚନା ମିଳିଛି।

ତାଙ୍କ ପାଖରେ ବାସୁଦେବଙ୍କ ପୁଅ ବିକାଶ ବିଶ୍ୱାଳ(୨୫) ଜଣେ କେୟାର ଟେକର ଭାବେ କାମ କରୁଥିଲା ବେଳେ ବିଶ୍ୱାସରେ ବିଷ ଦେଇ ବ୍ୟାଗ୍ ଭର୍ତ୍ତି ଟଙ୍କା ଧରି ଘରକୁ ପଳାଇ ଆସିବା, ଘରେ ପୁଲିସ୍ ପହଞ୍ଚିବା ବେଳକୁ  ଟଙ୍କା ବ୍ୟାଗ୍  ଛାଡି କେୟାର ଟେକର ଜଣକ  କୁଆଡେ ଅନ୍ତର୍ଧ୍ୟାନ ହୋଇଯିବା ଘଟଣା ଘଟିଛି।

ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଧରିଥିଲା ବେଳେ ଏହି ଟଙ୍କା ବ୍ୟାଗ୍ ଓ ଗାଡି ପୁଲିସ୍ ହେପାଜତରେ ରହିବା ସୂଚନା ରହିଛି।

Advertisment ସୂଚନାନୁସାରେ ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ଶ୍ରୀ ବିଶ୍ୱାଳ ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ରୁହନ୍ତି।

ଅସ୍ତରଙ୍ଗ ସାମୁଦ୍ରିକ ଥାନା ଅର୍ନ୍ତଗତ ବାହୁଡ଼ିହର ବାସୁଦେବ ବିଶ୍ବାଳଙ୍କ ପୁଅ ବିକାଶ ବିଶ୍ୱାଳ ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଦୁଇବର୍ଷ ହେବ କେୟାର ଟେକର ଭାବେ କାମ କରୁଥିଲେ।

ବିପୁଳ ପରିମାଣର ଟଙ୍କା ଦେଖି ଲୋଭ ହେଉ ବା ଅନ୍ୟ କୌଣସି କାରଣରୁ ଯୋଗୁ ବ୍ୟାଗ୍ ଭର୍ତ୍ତି ଟଙ୍କା ଧରି ଏକ କାରରେ ବିକାଶ ଘର ଅଭିମୁଖେ ଫେରାର ହୋଇଥିଲେ।

ଏ ବିଷୟରେ ଜାଣିବା ପରେ ଶ୍ରୀ ବିଶ୍ବାଳ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ।

ଏଭଳି ସନ୍ଦିଗ୍ଧ ଫେରାର ବିଷୟରେ ଗତ ରାତି ୩ଟା ୧୫ରେ ପୁରୀ ପୁଲିସ୍ କଣ୍ଟ୍ରୋଲ ରୁମରୁ ଅସ୍ତରଙ୍ଗ ସାମୁଦ୍ରିକ ଥାନାକୁ ଏକ ଫୋନ୍ କଲ୍ ଆସିଥିଲା।

ସାମୁଦ୍ରିକ ଥାନା ଅଧିକାରୀ ଅଚ୍ୟୁତାନନ୍ଦ ବେହେରା ସଜାଗ ସହ କାଳବିଳମ୍ବ ନକରି ଏକ ଟିମ୍ ନେଇ ରାତି ୪ଟା ସୁଦ୍ଧା ବିକାଶର ଘର ନିକଟରେ ପହଞ୍ଚି ପ୍ରଥମେ କାରକୁ ଉଣ୍ଡିଥିଲେ।

କାର ମିଳିଯିବାରୁ ବିକାଶର ମାଆକୁ ଡାକି ଏ କାର କାହାର?

ପୁଅ କୁଆଡେ ଗଲା?

ଟଙ୍କା ବ୍ୟାଗ୍ କାହିଁ ?

ଏସବୁ ପଚାରିବାରେ ପୁଅ ଭୁବନେଶ୍ୱର ପଲାଇଛି ବୋଲି ବିକାଶର ମା କହିଥିଲେ।

ଘର ନିକଟରେ  କାର ଛିଡା ହେବା ଓ ପୁଅ ପଳାଇବା କଥା ଶୁଣି ପୁଲିସକୁ ଅଧିକ ସନ୍ଦେହ ହେବାରୁ ଘରକୁ ପଶି ଦେଖନ୍ତେ, ପୁଅ କାର ଛାଡି ପୁଅ ପଳାଇ ଥିବା କହିଥିଲେ।

ବୋଟରୁ ଖସି ଧୀବର ନିଖୋଜ, ଧାମରା ସାମୁଦ୍ରିକ ଥାନାରେ ଏତଲା ଉକ୍ତ ବ୍ୟାଗରେ ଟଙ୍କା ୫୪ ଲକ୍ଷ ୮୦ ହଜାର ଟଙ୍କା  ଦେଖି ପୁଲିସ ଆଶ୍ଚର୍ଯ୍ୟ ହେବା ସହ ଟଙ୍କା ବ୍ୟାଗ୍ ଓ ବାହାରେ ରହିଥିବା ଗାଡିକୁ ଜବତ କରି ପୁଲିସ୍ ହେପାଜତକୁ ନେଇଥିଲା।

କିନ୍ତୁ ୬୫ ଲକ୍ଷ ୮୦ ହଜାର ଟଙ୍କା କେୟାରଟ୍ରେକର ଧରି ଫେରାର ହୋଇଯିବା ଅଭିଯୋଗ ହେଉଥିଲା ବେଳେ ପ୍ରାୟ ୫୪ ଲକ୍ଷ ୮୦ ହଜାର ଟଙ୍କା ଜବତ ହେବା ସାମୁଦ୍ରିକ ଥାନାରୁ ସୂଚନା ମିଳିଛି।

ଅଭିଯୋଗ ଯଦି ସତ ହୁଏ ତେବେ ପ୍ରାୟ ୧୧ ଲକ୍ଷ ଟଙ୍କା ଗାଏବ୍ ହେବା କିମ୍ବା ଅଭିଯୋଗ ଉଠୁଥିବା କେୟାରଟ୍ରେକର ଜଣକ ଏଇ ଟଙ୍କା ନେଇ ଫେରାର ରହିବା ଅନୁମାନ କରାଯାଉଛି।

ସବୁଠାରୁ ବଡ଼କଥା ହେଲା ଜଣେ ଯନ୍ତ୍ରୀଙ୍କ ପାଖକୁ ଏତେ ଟଙ୍କା ଆସିଲା କେମିତି ଓ ଜଣେ କେୟାରଟ୍ରେକର ଉକ୍ତ ଟଙ୍କାକୁ ଏକ କାରରେ ଫେରାର ହେଲେ କେମିତି?

ଯାହାକୁ ନେଇ ସାଂଘାତିକ ପ୍ରଶ୍ନବାଚୀ ସୃଷ୍ଟିହୋଇଛି?

ପରେ ନିମାପଡା ଡ଼ିଏସପି ଜନାର୍ଦ୍ଦନ ପାଢ଼ୀ ସମେତ  ଲକ୍ଷ୍ମୀସାଗର ପୁଲିସ୍ ବାହୁଡିହରେ ପହଞ୍ଚି କେୟାର ଟେକର ଘର ଯାଞ୍ଚ କରିଥିଲେ।

ଅନ୍ୟପକ୍ଷରେ ଅଭିଯୁକ୍ତ ବିକାଶ ଫେରାର ଥିବା ବେଳେ ଜବତ ଟଙ୍କା ଓ ଗାଡିକୁ  ଲକ୍ଷ୍ମୀସାଗର ପୁଲିସ୍ କୁ ହସ୍ତାନ୍ତର କରିବା  ଓ ଘଟଣାରେ ଅଧିକ ତଦନ୍ତ ଆରମ୍ଭ ହେବା ଗଣମାଧ୍ୟମକୁ ପୁଲିସ ସୂଚନା ଦେଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)