Career: କ୍ୟାରିୟର୍‌: ଇକ୍ୱିଟି ରିସର୍ଚ ଆନାଲିଷ୍ଟ୍‌

Aug 23, 2026 - 08:52
Career: କ୍ୟାରିୟର୍‌: ଇକ୍ୱିଟି ରିସର୍ଚ ଆନାଲିଷ୍ଟ୍‌

"ଡା.

ମଙ୍ଗେଶ ଦାଶ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଭବିଷ୍ୟତ ପାଇଁ ସେମାନଙ୍କ କଷ୍ଟ ଅର୍ଜିତ ଟଙ୍କା ଷ୍ଟକ୍‌ ବଜାରରେ ବିନିଯୋଗ କରୁଛନ୍ତି।

ଉପଯୁକ୍ତ ଜାଗାରେ ଏହି ଅର୍ଥ ନିବେଶ ପଛରେ ଅନେକ ଗବେଷଣା, ଆର୍ଥିକ ବିଶ୍ଳେଷଣ ଓ ବ୍ୟାବସାୟିକ ମୂଲ୍ୟାଙ୍କନ ରହିଥାଏ।

ଏହି କ୍ଷେତ୍ରରେ ଇକ୍ବିଟି ରିସର୍ଚ ଆନାଲିଷ୍ଟ୍‌ମାନେ ବିଭିନ୍ନ କମ୍ପାନିର ଅଧ୍ୟୟନ ସାଙ୍ଗକୁ ସେଗୁଡ଼ିକର ବିଶ୍ଳେଷଣ ଓ ଆର୍ଥିକ ଦକ୍ଷତାର ମୂଲ୍ୟାଙ୍କନ କରି ନିବେଶ ପାଇଁ ସୁପାରିସ କରିଥାନ୍ତି।

ଆମ ଦେଶର ଅର୍ଥନୀତି ସମୃଦ୍ଧ ହେବା ସହ ଅଧିକରୁ ଅଧିକ ଲୋକ ଆର୍ଥିକ ବଜାରରେ ନିବେଶ କରିବା ପଛରେ ଏମାନଙ୍କର ଭୂମିକା ରହିଛି।

Advertisment Meeting: ପଶ୍ଚିମବଙ୍ଗ ପାହାଡ଼ିଆ ଅଞ୍ଚଳର ସମସ୍ୟା, ସ୍ଥାୟୀ ରାଜନୈତିକ ସମାଧାନ ନେଇ ଆଲୋଚନା ଇକ୍ୱିଟି ରିସର୍ଚ ଆନାଲିଷ୍ଟ୍‌ କିଏ?ଇକ୍ୱିଟି ରିସର୍ଚ ଆନାଲିଷ୍ଟ୍‌ ସାର୍ବଜନୀନ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ଅଧ୍ୟୟନ କରନ୍ତି, ଯାହାଦ୍ୱାରା ସେମାନଙ୍କ ସେୟାର୍‌ କିଣିବା, ସେଗୁଡ଼ିକୁ ରଖିବା କିମ୍ବା ବିକ୍ରୟ କରିବା ନିର୍ଣ୍ଣୟ କରାଯାଏ।

ଏଥିସହିତ ସେମାନେ କୌଣସି କମ୍ପାନିର ଭବିଷ୍ୟତ ଅଭିବୃଦ୍ଧି ଓ ମୂଲ୍ୟାଙ୍କନ ପାଇଁ ବଜାର ପରିସ୍ଥିତି, ବ୍ୟାବସାୟିକ ରଣନୀତି ଓ ଆର୍ଥିକ ବିକାଶର ବିଶ୍ଳେଷଣ କରନ୍ତି।

ସେମାନଙ୍କ ସୁପାରିସଗୁଡ଼ିକ ନିବେଶକ, ମ୍ୟୁଚୁଆଲ୍‌ ଫଣ୍ଡ୍‌, ବ୍ୟାଙ୍କ୍‌, ବ୍ରୋକରେଜ୍‌ ଫାର୍ମ, ପୋର୍ଟଫୋଲିଓ ମ୍ୟାନେଜର୍‌ ଓ ନିବେଶକମାନଙ୍କୁ ନିଷ୍ପତ୍ତି ନେବାରେ ସାହାଯ୍ୟ କରେ।

କ୍ୟାରିୟର୍‌ ଅଭିବୃଦ୍ଧିର କାରଣଗତ ଦଶନ୍ଧିରେ ଭାରତର ପୁଞ୍ଜି ବଜାରରେ ଦ୍ରୁତ ଅଭିବୃଦ୍ଧି ଘଟିଛି।

ଖୁଚୁରା ନିବେଶକଙ୍କ ଅଂଶଗ୍ରହଣ ବୃଦ୍ଧି, ମ୍ୟୁଚୁଆଲ୍‌ ଫଣ୍ଡ୍‌ର ପ୍ରସାର, ଡିଜିଟାଲ୍‌ ବାଣିଜ୍ୟ ପ୍ଲାଟ୍‌ଫର୍ମ, ବିଦେଶୀ ନିବେଶ ଏବଂ ବୃଦ୍ଧି ପାଉଥିବା ଆର୍ଥିକ ସଚେତନତା ଗୁଣାତ୍ମକ ଗବେଷଣାର ଚାହିଦାକୁ ବଢ଼ାଇଛି।

କମ୍ପାନିଗୁଡ଼ିକ ମଧ୍ୟ ବଜାର ଧାରା, ପ୍ରତିଯୋଗୀ କାର୍ଯ୍ୟଦକ୍ଷତା ଓ ନିବେଶକଙ୍କ ଆଶା ଆକାଂକ୍ଷାକୁ ବୁଝିବା ପାଇଁ ଆନାଲିଷ୍ଟ୍‌ମାନଙ୍କ ଆବଶ୍ୟକ କରନ୍ତି।

ତେଣୁ ଏହି କ୍ୟାରିୟର୍‌ ସମୃଦ୍ଧ ହେଉଛି।

କ"ଣ କରନ୍ତି?ଜଣେ ଇକ୍ୱିଟି ରିସର୍ଚ ଆନାଲିଷ୍ଟ୍‌ ବିଭିନ୍ନ ଦାୟିତ୍ୱ ନିର୍ବାହ କରନ୍ତି, ତା"ରି ଭିତରେ ରହିଛି କମ୍ପାନିର ଆର୍ଥିକ ବିବରଣୀ ଓ ବାର୍ଷିକ ରିପୋର୍ଟ ଅଧ୍ୟୟନ, ରାଜସ୍ୱ, କ୍ୟାସ୍‌ ଫ୍ଲୋ ଓ ବ୍ୟାବସାୟିକ କାର୍ଯ୍ୟଦକ୍ଷତାର ବିଶ୍ଳେଷଣ।

ଏଥିସହିତ ଶିଳ୍ପର ଧାରା ଏବଂ ପ୍ରତିଯୋଗିତାମୂଳକ ସ୍ଥିତିର ମୂଲ୍ୟାଙ୍କନ, ଭବିଷ୍ୟତର ଆୟ ଓ ବ୍ୟାବସାୟିକ ଅଭିବୃଦ୍ଧିର ପୂର୍ବାନୁମାନ କରିଥାନ୍ତି।

ସେ ମଧ୍ୟ ନିବେଶକୁ ପ୍ରଭାବିତ କରୁଥିବା ଆର୍ଥିକ ବିକାଶ ଉପରେ ନଜର ରଖି ବିସ୍ତୃତ ଭାବେ ଇକ୍ୱିଟି ରିସର୍ଚ ରିପୋର୍ଟ ପ୍ରସ୍ତୁତ କରିଥାନ୍ତି।

ଦକ୍ଷତାଏହି କ୍ୟାରିୟର୍‌ରେ ସଫଳତା ପାଇଁ ବିଶ୍ଳେଷଣାତ୍ମକ ଚିନ୍ତାଧାରା ଓ ବ୍ୟବସାୟକୁ ବୁଝିବାର ଆଗ୍ରହ ଦରକାର।

ଅର୍ଥନୈତିକ ବିଶ୍ଳେଷଣ ଦକ୍ଷତା, ତାର୍କିକ ଓ ସମାଲୋଚନାମୂଳକ ଚିନ୍ତାଧାରା, ଗବେଷଣା, ବ୍ୟବସାୟ ଓ ଅର୍ଥନୈତିକ ସଚେତନତା ମଧ୍ୟ ଜରୁରି।

ସେହିପରି ରିପୋର୍ଟ ଲିଖନ ଓ ସେଗୁଡ଼ିକର ଉପସ୍ଥାପନ ଦକ୍ଷତା ସହ ସମସ୍ୟା ସମାଧାନର କ୍ଷମତା ଥିବା ଦରକାର।

ପାଠ୍ୟକ୍ରମଏହି କ୍ୟାରିୟର୍‌ ପାଇଁ ବି.କମ୍‌, ବିବିଏ (ଫାଇନାନ୍‌ସ) ବା ଅର୍ଥନୀତିରେ ସ୍ନାତକ ଡିଗ୍ରି ଦରକାର।

ସେହିପରି ଫାଇନାନ୍‌ସରେ ଏମ୍‌ବିଏ, ଚାଟାର୍ଡ ​​ଫାଇନାନ୍‌ସିଆଲ୍‌ ଆନାଲିଷ୍ଟ୍‌ (ସିଏଫ୍‌ଏ), ଚାଟାର୍ଡ ​​ଆକାଉଣ୍ଟାଣ୍ଟ୍‌ (ସିଏ), ଫାଇନାନ୍‌ସିଆଲ୍‌ ମଡେଲିଂ, ସିକ୍ୟୁରିଟିଜ୍‌ ମାର୍କେଟ୍‌ ସହ ଜଡ଼ିତ ଏନ୍‌ଆଇଏସ୍‌ଏମ୍‌ ପ୍ରମାଣପତ୍ର ସହିତ ଏକ୍ସେଲ୍‌, ପାୱାର୍‌ ବିଆଇ ଓ ଫାଇନାନ୍‌ସିଆଲ୍‌ ଆନାଲିଟିକ୍‌ସ ପାଠ୍ୟକ୍ରମ ରହିଛି।

Weekly Horoscope 2026 August 23 to August 29: ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ଛାତ୍ର ଭାବେ ଆରମ୍ଭ କରିପାରିବେନିୟମିତ ବ୍ୟାବସାୟିକ ଖବରକାଗଜ ଓ ପତ୍ରିକା ପଠନ, ଷ୍ଟକ୍‌ ବଜାରର ବିକାଶ ଓ କର୍ପୋରେଟ୍‌ ନିଷ୍ପତ୍ତିଗୁଡ଼ିକର ଅନୁସରଣ, କମ୍ପାନିର ବାର୍ଷିକ ରିପୋର୍ଟ ବିଶ୍ଳେଷଣ, ଏକ୍ସେଲ୍‌ ବ୍ୟବହାର କରି ଆର୍ଥିକ ମଡେଲିଂ ଦକ୍ଷତା ଗଠନ ସହ ଷ୍ଟକ୍‌ ବଜାର ସିମୁଲେସନ୍‌ ଓ ନିବେଶ କ୍ଲବ୍‌ରେ ଅଂଶଗ୍ରହଣ କରି ଆପଣ କ୍ୟାରିୟର୍‌ ଆରମ୍ଭ କରିପାରିବେ।

ସେହିପରି ବ୍ରୋକରେଜ୍‌ ଫାର୍ମ, ନିବେଶ କମ୍ପାନି, ଗବେଷଣା ଫାର୍ମ କିମ୍ବା ଆର୍ଥିକ ପ୍ରତିଷ୍ଠାନ ସହ ଇଣ୍ଟର୍ନସିପ୍‌ କରିପାରିବେ।

କ୍ୟାରିୟର୍‌ ସୁଯୋଗଏହି କ୍ୟାରିୟର୍‌ରେ ଭବିଷ୍ୟତରେ ଆପଣ ସିନିଅର୍‌ ଇକ୍ବିଟି ରିସର୍ଚ ଆନାଲିଷ୍ଟ୍‌, ଇନ୍‌ଭେଷ୍ଟ୍‌ମେଣ୍ଟ୍‌ ଆନାଲିଷ୍ଟ୍‌, ପୋର୍ଟଫୋଲିଓ ମ୍ୟାନେଜର୍‌, ଫଣ୍ଡ୍‌ ମ୍ୟାନେଜର୍‌, ଇନ୍‌ଭେଷ୍ଟ୍‌ମେଣ୍ଟ୍‌ ବ୍ୟାଙ୍କର୍‌, ଫାଇନାନ୍‌ସିଆଲ୍‌ କନ୍‌ସଲ୍‌ଟାଣ୍ଟ୍‌, କର୍ପୋରେଟ୍‌ ଫାଇନାନ୍‌ସ ମ୍ୟାନେଜର୍‌, ‌େୱଲ୍‌ଥ ମ୍ୟାନେଜ୍‌ମେଣ୍ଟ୍‌ ଆଡ୍‌ଭାଇଜର୍‌ ଓ ଚିଫ୍‌ ଇନ୍‌ଭେଷ୍ଟ୍‌ମେଣ୍ଟ୍‌ ଅଫିସର୍‌ ଆଦି ହୋଇପାରିବେ।

ଅଭିଜ୍ଞତା ସହିତ ଅଗ୍ରଣୀ ନିବେଶ ବ୍ୟାଙ୍କ୍‌, ମ୍ୟୁଚୁଆଲ୍‌ ଫଣ୍ଡ୍‌, ବୀମା କମ୍ପାନି, ବ୍ରୋକରେଜ୍‌ ହାଉସ୍‌, ଘରୋଇ ଇକ୍ୱିଟି ଫାର୍ମ, ଭେଞ୍ଚର୍‌ କ୍ୟାପିଟାଲ୍‌ ସଙ୍ଗଠନ, ବହୁରାଷ୍ଟ୍ରୀୟ କର୍ପୋରେସନ୍‌ ଓ ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଷ୍ଠାନ ସହିତ ମଧ୍ୟ କାମ କରିପାରିବେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)