‘Captain India’: କାର୍ତ୍ତିକ ଆର୍ଯ୍ୟନଙ୍କ ‘କ୍ୟାପ୍ଟେନ୍ ଇଣ୍ଡିଆ’ରେ ବଲିଉଡ୍କୁ ଫେରିବେ ଏହି ନାୟିକା
"ମୁମ୍ବାଇ: ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ "କ୍ୟାପ୍ଟେନ୍ ଇଣ୍ଡିଆ"କୁ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି।
ପ୍ରାୟ ୫ ବର୍ଷ ପୂର୍ବେ ଏହି ଫିଲ୍ମର ଅଫିସିଆଲ୍ ଘୋଷଣା ହୋଇଥିଲା।
ମଝିରେ ଫିଲ୍ମଟି ନିର୍ମାଣ ହେବ କି ନାହିଁ, ତାକୁ ନେଇ ଅନିଶ୍ଚିତତା ଦେଖାଦେଇଥିଲା।
ଏବେ ଫିଲ୍ମର କାଷ୍ଟକୁ ନେଇ ଆସିଥିବା ନୂଆ ଖବର ଦର୍ଶକଙ୍କ ଉତ୍ସାହ ବଢ଼ାଇଛି।
ସୂଚନା ଅନୁସାରେ, ଦକ୍ଷିଣ ଭାରତୀୟ ଅଭିନେତ୍ରୀ ପାର୍ବତୀ ଥିରୁଭୋଥୁ ଏହି ଫିଲ୍ମରେ କାର୍ତ୍ତିକ ଆର୍ଯ୍ୟନଙ୍କ ସହ ଅଭିନୟ କରିବାକୁ ଯାଉଛନ୍ତି। "ବଲିଉଡ୍ ହଙ୍ଗାମା"ର ଏକ ରିପୋର୍ଟରେ ପାର୍ବତୀଙ୍କ "କ୍ୟାପ୍ଟେନ୍ ଇଣ୍ଡିଆ"ରେ ଏଣ୍ଟ୍ରି ନେଇ ଦାବି କରାଯାଇଛି।
ତେବେ ଫିଲ୍ମରେ ତାଙ୍କ ଚରିତ୍ର କ"ଣ ରହିବ, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ।Advertisment ୯ ବର୍ଷ ପରେ କମ୍ବ୍ୟାକ୍ "କ୍ୟାପ୍ଟେନ୍ ଇଣ୍ଡିଆ"ର ଘୋଷଣା ପ୍ରଥମେ ୨୦୨୧ରେ ହୋଇଥିଲା।
ସେତେବେଳେ ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ହଂସଲ ମେହତାଙ୍କ ହାତରେ ଥିଲା।
ପରବର୍ତ୍ତୀ ସମୟରେ ହଂସଲ ମେହତା ଫିଲ୍ମରୁ ଓହରିଯିବା ପରେ ଫିଲ୍ମର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଥିଲା।
ଏହାପରେ ଦୀର୍ଘ ସମୟ ଧରି ଫିଲ୍ମକୁ ନେଇ କୌଣସି ବଡ଼ ଅପଡେଟ୍ ଆସିନଥିଲା।
ତେବେ ୨୦୨୬ରେ "କ୍ୟାପ୍ଟେନ୍ ଇଣ୍ଡିଆ" ପୁଣିଥରେ ନିର୍ମାଣ ଟ୍ରାକ୍କୁ ଫେରିବା ନେଇ ଖବର ସାମ୍ନାକୁ ଆସିଥିଲା।
ଏଥର ଫିଲ୍ମର ନିର୍ଦ୍ଦେଶନା ଭାର "ଚକ୍ ଦେ ଇଣ୍ଡିଆ" ଭଳି ଚର୍ଚ୍ଚିତ ଫିଲ୍ମର ନିର୍ଦ୍ଦେଶକ ଶିମିତ ଅମିନଙ୍କ ହାତରେ ରହିଛି।
ଶିମିତ ଅମିନଙ୍କ ପାଇଁ ମଧ୍ୟ "କ୍ୟାପ୍ଟେନ୍ ଇଣ୍ଡିଆ" ଏକ ଗୁରୁତ୍ୱପୂର୍ଣ୍ଣ ଫିଲ୍ମ।
୨୦୦୯ରେ ମୁକ୍ତିଲାଭ କରିଥିବା "ରକେଟ୍ ସିଂହ: ସେଲ୍ସମ୍ୟାନ୍ ଅଫ୍ ଦ ଇୟର" ପରେ ପ୍ରାୟ ୧୭ ବର୍ଷର ବ୍ୟବଧାନରେ ସେ ପୁଣି ନିର୍ଦ୍ଦେଶନାକୁ ଫେରୁଛନ୍ତି।
ତେଣୁ ଏହି ଫିଲ୍ମ ତାଙ୍କ ଫିଲ୍ମ କ୍ୟାରିୟରରେ ମଧ୍ୟ ଏକ ବିଶେଷ ସ୍ଥାନ ରଖିପାରେ।
ପାର୍ବତୀ ଥିରୁଭୋଥୁ ମୁଖ୍ୟତଃ ମାଲାୟାଲମ୍ ଓ ତାମିଲ୍ ସିନେମାରେ ନିଜ ଦମଦାର ଅଭିନୟ ପାଇଁ ପରିଚିତ।
୨୦୧୭ରେ "କରିବ କରିବ ସିଙ୍ଗଲ୍" ଫିଲ୍ମ ଜରିଆରେ ସେ ହିନ୍ଦୀ ସିନେମାରେ ପାଦ ରଖିଥିଲେ।
ଏହା ପରେ ତାଙ୍କୁ ବଲିଉଡ୍ରେ ନିୟମିତ ଭାବେ ଦେଖିବାକୁ ମିଳିନଥିଲା।
ଏବେ ପ୍ରାୟ ୯ ବର୍ଷ ପରେ "କ୍ୟାପ୍ଟେନ୍ ଇଣ୍ଡିଆ" ମାଧ୍ୟମରେ ତାଙ୍କ ବଲିଉଡ୍ କମ୍ବ୍ୟାକ୍ ହେବାର ଆଶା କରାଯାଉଛି।
ଏହି ଫିଲ୍ମ ଜରିଆରେ ପ୍ରଥମ ଥର ପାଇଁ କାର୍ତ୍ତିକ ଆର୍ଯ୍ୟନ୍ ଓ ପାର୍ବତୀ ଥିରୁଭୋଥୁଙ୍କ ଯୋଡ଼ି ପରଦାରେ ଦେଖିବାକୁ ମିଳିପାରେ।
ପାନ୍-ଇଣ୍ଡିଆ ସିନେମାର ଲୋକପ୍ରିୟତା ବଢ଼ୁଥିବା ବେଳେ ଦକ୍ଷିଣ ଓ ହିନ୍ଦୀ ସିନେମାର କଳାକାରମାନେ ଏକାଠି କାମ କରିବା ଧାରା ମଧ୍ୟ ବଢ଼ୁଛି।
ତେଣୁ "କ୍ୟାପ୍ଟେନ୍ ଇଣ୍ଡିଆ"ରେ ଏହି ନୂଆ ଯୋଡ଼ିକୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଏବେଠାରୁ ଉତ୍କଣ୍ଠା ବଢ଼ିବାରେ ଲାଗିଛି।
Kalyani in 'Pralaya': "ପ୍ରଳୟ"ରେ କଲ୍ୟାଣୀ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
