Capital Hospital: କ୍ୟାପିଟାଲ ହସ୍ପିଟାଲ୍‌: ଉଠୁନି ଆବର୍ଜନା, ହେଉନି ସଫେଇ

Nov 23, 2026 - 07:26
Capital Hospital: କ୍ୟାପିଟାଲ ହସ୍ପିଟାଲ୍‌: ଉଠୁନି ଆବର୍ଜନା, ହେଉନି ସଫେଇ

ଭୁବନେଶ୍ବର: ରାଜଧାନୀର ପୁରାତନ ଓ ଭରସାଯୋଗ୍ୟ ସରକାରୀ ଡାକ୍ତରଖାନା କ୍ୟାପିଟାଲ ହସ୍ପିଟାଲ୍‌ର ଅପରିଚ୍ଛନ୍ନ ପରିବେଶକୁ ନେଇ ସମ୍ପ୍ରତି ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।

ହସ୍ପିଟାଲ୍‌ ପରିସରରେ ଠା'କୁ ଠା କୁଢ଼କୁଢ଼ ଅଳିଆ ଆବର୍ଜନା ଦିନ ଦିନ ଧରି ଜମି ରହିବା ଫଳରେ ଦୁର୍ଗନ୍ଧ ବାହାରୁଛି।

ସେହିଭଳି ଶୌଚାଳୟଗୁଡ଼ିକର ଅବସ୍ଥା ମଧ୍ୟ ଶୋଚନୀୟ।

ସଫେଇ ଦାୟିତ୍ବରେ ଥିବା ଠିକାସଂସ୍ଥାର ମନମାନି ଚାଲୁଥିବାରୁ ଏଭଳି ପରିବେଶ ସୃଷ୍ଟି ହୋଇଛି ବୋଲି ଅଭିଯୋଗ ହୋଇଆସୁଛି।

ହସ୍ପିଟାଲ କର୍ତ୍ତୃପକ୍ଷ କେବଳ ଚିଠି ‌ଲେଖି ହାତ ଟେକି ଦେଇଛନ୍ତି ବୋଲି ମଧ୍ୟ ଅଭିଯୋଗ ହେଉଛି।

Advertisment Kalinga ghati: ସୀମାରେ ଯାତ୍ରୀଙ୍କ ଦୁର୍ଦ୍ଦଶା; ହଇରାଣ ହେଲେ ରୋଗୀ-ସାଧାରଣ ଜନତା ବିଭିନ୍ନ ୱାର୍ଡରେ ଥିବା ଡଷ୍ଟବିନ୍‌ ପୂରିଯିବା ପରେ ରୋଗୀଙ୍କ ଉଚ୍ଚିଷ୍ଟ ବଳକା ଖାଦ୍ୟ, ରକ୍ତଭିଜା ଗଜ୍‌ କପଡ଼ା ଭଳି ଆବର୍ଜନା ବାହାରେ ତଳେ ଜମି ରହୁଛି।

ଦିନ ଦିନ ଧରି ଆବର୍ଜନା ଉଠୁ ନଥିବାରୁ ପଚା ଗନ୍ଧ ବାହାରୁଛି।

ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଥିଲେ ବି ସଫେଇ କର୍ମଚାରୀମାନଙ୍କ ନିଘା ନଥିବା ଦେଖିବାକୁ ମିଳୁଛି।

ଏନେଇ ସମ୍ପୃକ୍ତ ଠିକାସଂସ୍ଥାକୁ ଯେତିକି ଦାୟୀ କରାଯାଉଛି, ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ମଧ୍ୟ ସମ ପରିମାଣରେ ଲୋକେ ଦାୟୀ କରୁଛନ୍ତି।

ସଫେଇ ଦାୟିତ୍ବରେ ଥିବା ଠିକାସଂସ୍ଥା ମନମାନି କରୁଥିଲେ ହେଁ ତାକୁ କାମରୁ ବାହାର କରିବା‌ରେ କ'ଣ ପାଇଁ ବିଳମ୍ବ ହେଉଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ଉଠୁଛି।

କିନ୍ତୁ ହସ୍ପିଟାଲ କର୍ତ୍ତୃପକ୍ଷ ଏନେଇ କେବଳ ଉପରକୁ ଚିଠି କରାଯାଇଛି କହି କାନ୍ଧ ଖସାଇବାରେ ଲାଗିଛନ୍ତି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ସମସ୍ୟାକୁ ନେଇ ରୋଗୀ କଲ୍ୟାଣ ସମିତିର ଅଧ୍ୟକ୍ଷା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କ୍ଷୁବ୍ଧ ହୋଇଥିଲେ।

ସମ୍ପୃକ୍ତ ଠିକାସଂସ୍ଥାକୁ ବ୍ଲାକ୍‌ଲିଷ୍ଟ କରିବା ପାଇଁ ସେ ଚେତାବନୀ ଦେଇଥିଲେ।

ଆଶା କରାଯାଉଥିଲା ଏହାପରଠୁ ଠିକାସଂସ୍ଥା ସାବଧାନ ହୋଇଯିବ।

ମାତ୍ର ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ତାଗିଦକୁ ଫୁ' କରୁଥିବା ଠିକାସଂସ୍ଥା ସାଂସଦଙ୍କ ଚେତାବନୀକୁ ବି ମାନିଲା ନାହିଁ ବୋଲି ଜଳଜଳ ହୋଇ ଦେଖାଯାଉଛି।

ମନମାନି ଚଳାଇଛି ସଂସ୍ଥା Smuggling: ଏନଭିଡିଆ ଚିପ୍ ଚୋରାଚାଲାଣ ପଛରେ ଲି ମିଙ୍ଗ୍‌ : ଆଲିସ ହୁଆଙ୍ଗ କେବଳ ବାହ୍ୟ ଚେହେରା ଥିଲେ ଅନ୍ୟ ଏକ ବଡ଼ କଥାକୁ ନେଇ ବୁଦ୍ଧିଜୀବୀମାନେ କ୍ଷୋଭ ପ୍ରକାଶ କରିଛନ୍ତି।

ସଫେଇ ସଂସ୍ଥାର ଠିକା ଅବଧି ଗତ ଫେବ୍ରୁଆରିରୁ ଶେଷ ହୋଇସାରିଛି।

ଏହା ସତ୍ତ୍ୱେ ୧୦ ମାସ ଧରି ଠିକା ଅବଧିକୁ ବଢ଼ାଇ ଦିଆଯାଇଛି।

ନୂଆ ଠିକାସଂସ୍ଥା ଚୟନ ହୋଇପାରୁନାହିଁ।

ତେଣୁ ପୁରୁଣା ସଂସ୍ଥା ହାତରେ ହିଁ ଦାୟିତ୍ୱ ରହିଛି ଏବଂ ସେ ମନମାନି କରୁଛି।

୧୦ମାସ ହେଲା ଉକ୍ତ ସଂସ୍ଥାକୁ କ'ଣ ପାଇଁ ଅନୁକମ୍ପା ପ୍ରଦର୍ଶନ କରାଯାଉଛି ବୋଲି ପ୍ରଶ୍ନ ଉଠିଲାଣି।

ନୂଆ ଠିକାସଂସ୍ଥା ଚୟନ ବିଳମ୍ବ ପଛରେ କାହାର ହାତ ରହିଛି ବୋଲି ମଧ୍ୟ ଲୋକେ ସଂଗିନ ଅଭିଯୋଗ ଉଠାଇଲେଣି।

ନୂଆ ଠିକାସଂସ୍ଥା ଚୟନ ପାଇଁ ପିଜିଆଇ କର୍ତ୍ତୃପକ୍ଷଙ୍କୁ ଦାୟିତ୍ୱ ଦିଆଯାଇଥିଲେ ମଧ୍ୟ ଏଯାଏଁ ଚୂଡ଼ାନ୍ତ ହୋଇପାରିନାହିଁ।

ଟେଣ୍ଡର ଆହ୍ବାନ ସରିଛି, ମାତ୍ର ବିଡ୍‌ ଖୋଲାଯାଉନାହିଁ।

ଏହି ପ୍ରକ୍ରିୟା ଜାରି ରହିଛି ବୋଲି କର୍ତ୍ତୃପକ୍ଷ କହିଛନ୍ତି।

କିନ୍ତୁ ଦିନ ଗଡ଼ିଗଡ଼ି ଯାଉଛି।

ଖୁବ୍‌ଶୀଘ୍ର ନୂଆ ସଂସ୍ଥା ସଫେଇ ଦାୟିତ୍ବ ବହନ କରିବ ବୋଲି କର୍ତ୍ତୃପକ୍ଷ ପୂର୍ବ ଭଳି ଦୋହରାଉଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)