BWF World Tour Winner: ଅସ୍ମିତାଙ୍କ ପ୍ରଥମ ବିଡବ୍‌ଲ୍ୟୁ ଟୁର୍‌ ମୁକୁଟ‌: ଜିତିଲେ କୋରିଆ ମାଷ୍ଟର୍ସ

Aug 09, 2026 - 10:58
BWF World Tour Winner: ଅସ୍ମିତାଙ୍କ ପ୍ରଥମ ବିଡବ୍‌ଲ୍ୟୁ ଟୁର୍‌ ମୁକୁଟ‌: ଜିତିଲେ କୋରିଆ ମାଷ୍ଟର୍ସ

"ସିଓଲ: ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି ଅସ୍ମିତା ଚାଲିହା ନିଜର ପ୍ରଥମ ବିଡବ୍‌ଲ୍ୟୁଏଫ୍‌ ଟୁର୍‌ ମୁକୁଟ ରବିବାର କରାୟତ୍ତ କରିଛନ୍ତି।

ଏଠାରେ ଚାଲିଥିବା କୋରିଆ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ମହିଳା ଏକକ ଫାଇନାଲ୍‌ରେ ଏହି ୨୬ ବର୍ଷୀୟା ଗୁଆହାଟୀ ତରୁଣୀ ୧୪-୨୧, ୨୧-୧୪, ୨୧-୧୪ରେ ଚୀନ୍‌ଣ ହାଁ କ୍ବିଆନ୍‌ ଜି"ଙ୍କୁ ମାତ୍‌ ଦେଇଥିଲେ।Advertisment ପ୍ରଥମ ଗେମ୍‌ ହାରିବା ପରେ ସଫଳ ପ୍ରତ୍ୟାବର୍ତ୍ତନ କରି ପରବର୍ତ୍ତୀ ଦୁଇ ଗେମ୍‌କୁ ଜିତି ଟ୍ରଫି ନିଶ୍ଚିତ କରିଥିଲେ।

ଚତୁର୍ଥ ମାନ୍ୟତାପ୍ରାପ୍ତ ଚାଇନିଜ୍‌ ଖେଳାଳିଙ୍କ ବିପକ୍ଷ ଏହି ଫାଇନାଲ୍‌ ମ୍ୟାଚ୍‌ ଜିତିବାକୁ ବିଶ୍ବର ୫୦ ନମ୍ବର ଅସ୍ମିତାଙ୍କୁ ୫୩ ମିନିଟ୍‌ ଲାଗିଥିଲା।

ଆହତ ଯୋଗୁଁ ୩ ମାସର ବିଶ୍ରାମ ପରେ ମେ ମାସରେ ଫେରିଥିବା ଅସ୍ମିତା, ଚାଇନା ଓ ମାଲେସିଅ ମାଷ୍ଟର୍ସର କ୍ବାର୍ଟରଫାଇନାଲ୍‌ରେ ପହଞ୍ଚିଥିଲେ।

ମୁକୁଟ ଜିତିବାରେ ଅସ୍ମିତା ପଞ୍ଚମ ଭାରତୀୟ ‌ ଚଳିତ ଋତୁରେ ମକାଉ ଓପନ୍‌ ସେମିଫାଇନାଲ୍‌ ଖେଳିବା ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା।

ଗୁଆହାଟୀସ୍ଥିତ ଜାତୀୟ ଉତ୍କର୍ଷ କେନ୍ଦ୍ରରେ ପାର୍କ ଟାଏ-ସାଙ୍ଗ୍‌ଙ୍କ ତତ୍ତ୍ବାବଧାନରେ ପ୍ରଶିକ୍ଷଣ ନେଉଥିବା ଅସ୍ମିତା, କୋରିଆ ମାଷ୍ଟର୍ସ କ୍ବାର୍ଟରଫାଇନାଲ୍‌ରେ ଶୀର୍ଷ ମାନ୍ୟତାପ୍ରାପ୍ତ ଜାପାନର ହିନା ଆକେଚିଙ୍କୁ ଏବଂ ସେମିଫାଇନାଲ୍‌ରେ ସାଥୀ ଭାରତୀୟ ରକ୍ଷିତା ରାମରାଜଙ୍କୁ ହରାଇ ଟ୍ରଫି ଲଢ଼େଇ‌ରେ ଅବତୀର୍ଣ୍ଣ ହୋଇଥିଲେ।

ଅସ୍ମିତାଙ୍କ କୋରିଆ ମାଷ୍ଟର୍ସ ବିଜୟ ପରେ ଭାରତକୁ ଲଗାତାର ଦୁଇଟି ଟ୍ରଫି ଆସିଛି।

ଗତ ସପ୍ତାହରେ ତନ୍ବୀ ଶର୍ମା ତାଇପେଇ ଓପନ୍‌ରେ ଟ୍ରଫି ହାତେଇଥିଲେ।

ବିଡବଲ୍ୟୁ ଟୁର୍‌ ମୁକୁଟ ଜିତିବାରେ ଅସ୍ମିତା ପଞ୍ଚମ ଭାରତୀୟ ‌ହୋଇଛନ୍ତି।

ତାଙ୍କ ପୂର୍ବରୁ ତନ୍ବୀ ଶର୍ମା, ସାଇନା ନେହୱାଲ, ପିଭି ସିନ୍ଧୁ ଓ ଦେବୀକା ସିହାଗ ଏହି କ୍ଲବ୍‌ରେ ସାମିଲ ଥିଲେ।

A great day for Odisha: ଓଡ଼ିଶା ପାଇଁ ବଢ଼ିଆ ଦିନ: ମିଳିଲା ୩ ଜାତୀୟ ପଦକ, ହକି ଓ ସନ୍ତରଣରୁ ସ୍ବର୍ଣ୍ଣ, ଚେସ୍‌ରୁ ରୌପ୍ୟ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media