BWF World Championships: ସୋମବାରଠୁ ଦିଲ୍ଲୀରେ ବିଶ୍ବ ବ୍ୟାଡ୍‌ମିଣ୍ଟନ୍‌: ରେକର୍ଡ ଷଷ୍ଠ ପଦକ ଲକ୍ଷ୍ୟରେ ସିନ୍ଧୁ

Aug 16, 2026 - 15:45
BWF World Championships: ସୋମବାରଠୁ ଦିଲ୍ଲୀରେ ବିଶ୍ବ ବ୍ୟାଡ୍‌ମିଣ୍ଟନ୍‌: ରେକର୍ଡ ଷଷ୍ଠ ପଦକ ଲକ୍ଷ୍ୟରେ ସିନ୍ଧୁ

"ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ ସୋମବାରଠୁ ବିଡବ୍‌ଲ୍ୟୁଏଫ୍‌ ବିଶ୍ବ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଆରମ୍ଭ ହେବ।

୧୭ ବର୍ଷ ପରେ ଭାରତକୁ ଫେରିଥିବା ଏହି ପ୍ରତିଯୋଗିତାରେ ଦୁଇ ଥରର ଅଲିମ୍ପିକ୍‌ ପଦକ ବିଜୟିନୀ ପିଭି ସିନ୍ଧୁ ବ୍ୟକ୍ତିଗତ ଭାବେ ରେକର୍ଡ ଷଷ୍ଠ ବିଶ୍ବ ପଦକ ଲକ୍ଷ୍ୟରେ ରହିଛନ୍ତି।

୫ ଥରର ବିଶ୍ବ ପଦକ ବିଜୟିନୀ ଭାରତୀୟ ତାରକା ସିନ୍ଧୁ ୨୦୧୯ରେ ସ୍ବର୍ଣ୍ଣ ଜିତିଥିଲା ବେଳେ ୨ ଥର ଲେଖାଏଁ ରୌପ୍ୟ ଓ କାଂସ୍ୟ କରାୟତ୍ତ କରିଛନ୍ତି।

ତାଙ୍କୁ ଛାଡ଼ିକି ଅନ୍ୟ ଦୁଇ ଜଣ ଚୀନ୍‌ର ଲିନ୍‌ ଡାନ୍‌ (୫ ପୁରୁଷ ଏକକ ସ୍ବର୍ଣ୍ଣ) ଓ ଝଶଓ ୟୁନଲେଇ (୩ ମିଶ୍ରିତ ଯୁଗଳ, ୨ ମହିଳା ଯୁଗଳ ସ୍ବର୍ଣ୍ଣ) ୫ ଲେଖାଏଁ ପଦକ ଜିତିଛନ୍ତି।

Advertisment ତେବେ ଘରୋଇ ପଡ଼ିଆରେ ସିନ୍ଧୁ ଯଦି କାଂସ୍ୟ ପଦକ ବି ଜିତନ୍ତି ତେବେ ସେ ବିଶ୍ବର ପ୍ରଥମ ଖେଳାଳି ଭାବେ ୬ ପଦକ ଜିତିବାର ଗୌରବ ଅର୍ଜନ କରିବେ।

ନବମ ମାନ୍ୟତାପ୍ରାପ୍ତ ସିନ୍ଧୁ ପ୍ରଥମ ରାଉଣ୍ଡରେ ୧୪୧ତମ ଆୟର୍ଲାଣ୍ଡର ସୋଫିଆ ନୋବେଲ୍‌ଙ୍କ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବେ।

ଯଦି ସିନ୍ଧୁ ଆଗକୁ ବଢ଼ନ୍ତି ତେବେ ପ୍ରିକ୍ବାର୍ଟର ଓ କ୍ବାର୍ଟରଫାଇନାଲ୍‌ରେ ତାଙ୍କର ମୁକାବିଲା ଯଥାକ୍ରମେ ତୃତୀୟ ମାନ୍ୟତାପ୍ରାପ୍ତ ଚୀନ୍‌ର ୱାଙ୍ଗ ଝି ୟି ଓ ଇଣ୍ଡୋନେସିଆର ପୁର୍ତି କୁସୁମାର ୱାର୍ଦାନୀଙ୍କ ସହ ହୋଇପାରେ।

ମହିଳା ଏକକରେ ଭାରତର ଯୁବା ଖେଳାଳି ଉନ୍ନତି ହୁଦା ବିଶ୍ବ ପଦାର୍ପଣ କରିବେ।

ସେ ପ୍ରଥମ ରାଉଣ୍ଡରେ ମିଆଁମାରର ଥେଟ ତାର୍‌ ତୁଜାରଙ୍କୁ ଭେଟିବେ।

ବ୍ୟାଡ୍‌ମିଣ୍ଟନ ଖେଳିବାକୁ ଯାଇଥିଲେ, ଶବ ହୋଇ ଫେରିଲେ ପଞ୍ଚମ ମାନ୍ୟତାପ୍ରାପ୍ତ ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ମଧ୍ୟ ପୋଡିୟମ୍‌ ଫିନିସ୍‌ ଲକ୍ଷ୍ୟ ରଖିଛନ୍ତି।

ଏହି ଭାରତୀୟ ପୁରୁଷ ଯୁଗଳ ଯୋଡ଼ି ୨ ଥର (୨୦୨୨, ୨୦୨୫) ବିଶ୍ବ ପ୍ରତିଯୋଗିତାରେ କାଂସ୍ୟ ଜିତିଛନ୍ତି।

ହେଲେ ସାତ୍ତ୍ବିକଙ୍କ କାନ୍ଧ ଜନିତ ଆହତ ସମସ୍ୟାଙ୍କୁ ଏହି ଯୋଡ଼ିଙ୍କୁ ଅଡ଼ୁଆରେ ପକାଇପାରେ।

ଦ୍ବିତୀୟ ଭାରତୀୟ ପୁରୁଷ ଯୁଗଳ ଯୋଡ଼ି ଭାବେ ଏମ୍‌ଆର୍‌ ଅର୍ଜୁନ ଓ ହରିହଣ ଆମସାକୁରୁନାନ୍‌ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି।

ପୁରୁଷ ଏକକରେ ପ୍ରଦାର୍ପଣକାରୀ ୨୧ ଆୟୁଷ ସେଟ୍ଟୀ ବିଶ୍ବର ଏକ ନମ୍ବର ତଥା ବିଜେତା ସି ୟୁ କ୍ବିଙ୍କ ବିପକ୍ଷରୁ ଅଭିଯାନ ଆରମ୍ଭ କରିବେ।

କ୍ବିଙ୍କ ବିପକ୍ଷରେ ଆୟୁଷ ୩ ମ୍ୟାଚ୍‌ ଖେଳି ପ୍ରତ୍ୟେକ ଥର ହାରିଥିଲେ ମଧ୍ୟ ଘରୋଇ ପଡ଼ିଆରେ ବିପର୍ଯ୍ୟୟ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛନ୍ତି।

୨୦୨୧ କାଂସ୍ୟ ବିଜେତା ୧୪ ମାନ୍ୟତାପ୍ରାପ୍ତ ଲକ୍ଷ୍ୟ ସେନ୍‌ ନିଜର ପ୍ରଥମ ମ୍ୟାଚ୍‌ ଅଷ୍ଟ୍ରିଆର କଲିସ୍ସ ଭାଲେଣ୍ଟିନ ଫିଲିମନ୍‌ଙ୍କୁ ଭେଟିବେ।

ମହିଳା ଯୁଗଳରେ ତ୍ରିଶା ଜଲି ଓ ଗାୟତ୍ରୀ ଗୋପୀଚାନ୍ଦ ଏବଂ ପଦାର୍ପଣକାରୀ ସିମ୍ରନ ସିଂହୀ ଓ କାଭିପ୍ରିୟା ସେଲଭାମ୍‌ ନିଜର ଦମ୍ ଦେଖାଇବେ।

ମିଶ୍ରିତ ଯୁଳଗରେ ପଞ୍ଚଦଶ ମାନ୍ୟତାପ୍ରାପ୍ତ ଧ୍ରୁବ କପିଳ ଓ ତନିଷା କ୍ରାଷ୍ଟୋ ପ୍ରଥମ ରାଉଣ୍ଡରେ ବାଇ ପାଇଥିଲା ବେଳେ ରୋହନ କାପୁର ଓ ଋତ୍ବିକା ଶିବାନୀ ଗଡ଼େ ପ୍ରଥମ ରାଉଣ୍ଡରେ ପ୍ରତିଦ୍ବନ୍ଦ୍ବିତା କରିବେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media