Bus Plunges 100 Metres Into Water: ମୃତ୍ୟୁର ତାଣ୍ଡବ! ୨ ଦିନରେ ୨ ଭୟଙ୍କର ଦୁର୍ଘଟଣା, ଚାଲିଗଲା ୧୨ ଜୀବନ

Nov 17, 2026 - 09:12
Bus Plunges 100 Metres Into Water: ମୃତ୍ୟୁର ତାଣ୍ଡବ! ୨ ଦିନରେ ୨ ଭୟଙ୍କର ଦୁର୍ଘଟଣା, ଚାଲିଗଲା ୧୨ ଜୀବନ

ଦୁଇ ଦିନ ଭିତରେ ଘଟିଛି ଦୁଇଟି ଛାତିଥରା ସଡ଼କ ଦୁର୍ଘଟଣା।

କେଉଁଠି ଗଭୀର ଖାଇରେ ପଡି ଚୁନା ହୋଇଛି ଗାଡ଼ି, ତ ଆଉ କେଉଁଠି ପୋଲ ଉପରୁ ପ୍ରାୟ ୧୦୦ ମିଟର ତଳକୁ ପାଣି ଭିତରେ ଖସିପଡ଼ିଛି ଯାତ୍ରୀବାହୀ ବସ୍।

ଏହି ଦୁଇଟି ଦୁର୍ଘଟଣାରେ ଏଯାଏଁ ୧୨ ଜଣଙ୍କ ଜୀବନ ଯାଇଛି।

ଅନେକ ଆହତ ହୋଇ ହସ୍ପିଟାଲରେ ଜୀବନ ସହ ସଂଘର୍ଷ କରୁଛନ୍ତି।

ଦୁଇଟି ଘଟଣା ପରେ ପୂରା ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା।

Advertisment ପ୍ରଥମ ଦୁର୍ଘଟଣା ଘଟିଛି ରୁଦ୍ରପ୍ରୟାଗ ଜିଲ୍ଲାରେ।

ସୋମବାର ସନ୍ଧ୍ୟାରେ ବାଂସୱାଡ଼ା-କଣ୍ଡାରା ମୋଟର ରାସ୍ତାରେ ଏକ ବୋଲେରୋ ଗାଡ଼ି ନିୟନ୍ତ୍ରଣ ହରାଇ ପ୍ରାୟ ୫୦୦ ମିଟର ଗଭୀର ଖାଇକୁ ଖସିପଡ଼ିଥିଲା।

ଗାଡ଼ିରେ ମୋଟ ୧୦ ଜଣ ଥିଲେ।

ସମସ୍ତେ ଏକ ବିବାହ ଉତ୍ସବରେ ଯୋଗଦେଇ ନିଜ ଗାଁକୁ ଫେରୁଥିଲେ।

ହେଲେ ଘରେ ପହଞ୍ଚିବା ପୂର୍ବରୁ ଘଟିଗଲା ଅଘଟଣ।

ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଗୁରୁତର ଆହତ ହୋଇଥିଲେ।

ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ DDRF, SDRF ଓ ସ୍ଥାନୀୟ ପୋଲିସ ଟିମ୍।

ଘନ ଅନ୍ଧାର ଓ ଦୁର୍ଗମ ପାହାଡ଼ିଆ ରାସ୍ତା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା।

ତଥାପି ଷ୍ଟ୍ରେଚର ସାହାଯ୍ୟରେ ସମସ୍ତ ୬ ଆହତଙ୍କୁ ଖାଇରୁ ଉଦ୍ଧାର କରାଯାଇ ହସ୍ପିଟାଲ ପଠାଯାଇଥିଲା।

Advertisment ସେପଟେ ମଙ୍ଗଳବାର ପୁଣି ଏକ ବଡ଼ ଦୁର୍ଘଟଣା ଉତ୍ତରାଖଣ୍ଡକୁ ଦୋହଲାଇ ଦେଇଛି।

ଋଷିକେଶ-ବଦ୍ରିନାଥ ହାଇୱେର ଗୁଲର ବଜାର ନିକଟରେ ଏକ ଯାତ୍ରୀବାହୀ ବସ୍ ପୋଲରୁ ପ୍ରାୟ ୧୦୦ ମିଟର ତଳକୁ ପାଣି ଭିତରେ ଖସିପଡ଼ିଛି।

ବସ୍‌ରେ ପ୍ରାୟ ୩୦ରୁ ୩୫ ଜଣ ଯାତ୍ରୀ ଥିବା ସୂଚନା ମିଳିଛି।

ଏହି ଭୟଙ୍କର ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଛି।

୭ ଜଣ ଘଟଣାସ୍ଥଳରେ ପ୍ରାଣ ହରାଇଥିବାବେଳେ ଆଉ ଜଣେ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି।

୧୮ ଜଣ ଆହତଙ୍କ ଚିକିତ୍ସା ଚାଲିଛି।

ତେବେ ଲଗାତାର ଦୁଇ ଦିନରେ ଦୁଇଟି ବଡ଼ ଦୁର୍ଘଟଣା ଓ ୧୨ ଜଣଙ୍କ ମୃତ୍ୟୁ ପରେ ପାହାଡ଼ିଆ ରାସ୍ତାରେ ଯାତ୍ରାର ସୁରକ୍ଷାକୁ ନେଇ ପୁଣି ଉଠିଛି ପ୍ରଶ୍ନ।

ଦୁର୍ଘଟଣାର ପ୍ରକୃତ କାରଣ ଜାଣିବାକୁ ତଦନ୍ତ ଜାରି ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)