Ambulance Accident: ନାଲକୋ ଛକରେ ଭୟଙ୍କର ଦୁର୍ଘଟଣା! ଆମ୍ବୁଲାନ୍ସକୁ ପିଟିଲା ସିମେଣ୍ଟ ଢଳେଇ ଗାଡ଼ି

Nov 17, 2026 - 08:55
Ambulance Accident: ନାଲକୋ ଛକରେ ଭୟଙ୍କର ଦୁର୍ଘଟଣା! ଆମ୍ବୁଲାନ୍ସକୁ ପିଟିଲା ସିମେଣ୍ଟ ଢଳେଇ ଗାଡ଼ି

ଭୁବନେଶ୍ୱର ନାଲକୋ ଛକରେ ଭୟଙ୍କର ସଡ଼କ ଦୁର୍ଘଟଣା।

ଘରୋଇ ଆମ୍ବୁଲାନ୍ସକୁ ଧକ୍କା ଦେଇ ୫୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଲା ୧୦ ଚକିଆ ସିମେଣ୍ଟ ଢଳେଇ ଗାଡ଼ି।

ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା।

ଏଥିରେ ଆମ୍ବୁଲାନ୍ସ ଡ୍ରାଇଭର ଆହତ ହୋଇଛନ୍ତି।

Advertisment ତେବେ ଆମ୍ବୁଲାନ୍ସରେ କୌଣସି ରୋଗୀ ନଥିବା ପୋଲିସ ସୂଚନା ଦେଇଛି।

ଆମ୍ବୁଲାନ୍ସଟି ଜୟଦେବ ବିହାରରୁ ପଟିଆ ଅଭିମୁଖେ ଯାଉଥିବା ବେଳେ ନାଲକୋ ଛକରେ ଘଟିଥିଲା ଏହି ଦୁର୍ଘଟଣା।

ଦୁର୍ଘଟଣା ଘଟାଇଥିବା ଗାଡ଼ିର ଡ୍ରାଇଭରଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି।

ଘଟଣାର ତଦନ୍ତ କରୁଛି ମୈତ୍ରୀ ବିହାର ଥାନା ପୋଲିସ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)