30 OCTOBER 2026

Welcome!

Unlock your personalized experience.
Sign Up

Brown sugar trafficking: ବ୍ରାଉନ୍‌ସୁଗାର୍‌ କାରବାର ହବ୍‌ ପାଲଟିଛି ରାଜଧାନୀ: ୨ଦିନରେ କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ଧଳାଜହର ଜବତ

Oct 30, 2026 - 07:55
Brown sugar trafficking: ବ୍ରାଉନ୍‌ସୁଗାର୍‌ କାରବାର ହବ୍‌ ପାଲଟିଛି ରାଜଧାନୀ: ୨ଦିନରେ କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ଧଳାଜହର ଜବତ

ଭୁବନେଶ୍ବର: ରାଜଧାନୀ ବ୍ରାଉନ୍‌ସୁଗାର କାରବାରର ହବ୍‌ ପାଲଟିଲାଣି। ଗଳିକନ୍ଦିରେ ନିଶା ମାଫିଆ ସକ୍ରିୟ ହେଲେଣି। ନାଇଟ୍‌ କ୍ଲବ୍‌ଠାରୁ ଆରମ୍ଭ କରି ଯୁବଗୋଷ୍ଠୀଙ୍କୁ ଟାର୍ଗେଟ୍‌ କରି ମାଫିଆମାନେ ପ୍ରତି ଦିନ ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଆଣି ରାଜଧାନୀରେ କାରବାର ଚଳାଇଛନ୍ତି। ଗତ ଦୁଇଦିନରେ ଅବକାରୀ ବିଭାଗ ଚଢ଼ଉ କରି କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନ୍‌ସୁଗାର୍‌ ଜବତ ପରେ ରାଜଧାନୀର ନିଶା ମାଫିଆଙ୍କ ଚେର କେତେ ତଳକୁ ମାଡ଼ିଲାଣି, ତାହା ପଦାରେ ପଡ଼ିଛି। ଆଜି ଅବକାରୀ ଟିମ୍‌ ୩ଟି ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ଉ କରି ଶିଖରଚଣ୍ଡୀ ଜରିମୁଣ୍ଡା ବସ୍ତିର ଦୀପୁନ ଦାସ (୩୦), ବଳରାମ ରାଉଳ (୨୦) ଓ ବନଫୁଲ ବସ୍ତିର ବାବୁଲୁ ବାରିକ (୨୦)କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୭୫୯ ଗ୍ରାମ ଓଜନର ବ୍ରାଉନ୍‌ସୁଗାର ଜବତ କରାଯାଇଛି।

Patanjali university: ପତଞ୍ଜଳି ବିଶ୍ବବିଦ୍ୟାଳୟରେ ଅଖିଳ ଭାରତୀୟ ପ୍ରାଚ୍ୟ ବିଦ୍ୟା ସମ୍ମିଳନୀ

୨ଦିନରେ କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ଧଳାଜହର ଜବତ
୫ ନିଶାମାଫିଆ ଗିରଫ
ଟାର୍ଗେଟ୍‌ରେ ନାଇଟ୍‌ କ୍ଲବ୍‌, ଯୁବଗୋଷ୍ଠୀ

ଅବକାରୀ ବିଭାଗର ସୂଚନା ମୁତାବକ, ଦୀପୁନା, ବଳରାମ ଓ ବାବୁଲ୍‌ ଜଳେଶ୍ବର ଓ ପଶ୍ଚିମବଙ୍ଗରୁ ବ୍ରାଉନ୍‌ସୁଗାର୍‌ ଆଣି ରାଜଧାନୀରେ ଥିବା କେତେକ ନାଇଟ୍‌ କ୍ଲବ୍‌ ଓ ଖୁଚୁରା ନିଶା ବ୍ୟବସାୟୀଙ୍କୁ ଯୋଗାଉଥିଲେ। ଏପରିକି ଅଧିକ ଅର୍ଥ ରୋଜଗାର ପାଇଁ ସିଧାସଳଖ ଯୁବଗୋଷ୍ଠୀଙ୍କୁ ଟାର୍ଗେଟ୍‌ କରୁଥିଲେ। ଅବକାରୀ ଟିମ୍‌ ସେମାନଙ୍କୁ ଗିରଫ ପାଇଁ ଟିମ୍‌ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲା। ଯୋଜନା ମୁତାବକ ଆଜି ଭୁବନେଶ୍ବର ଅବକାରୀ ଟିମ୍‌ ପ୍ରଥମେ ଭୋଟପଡ଼ା ନିକଟରେ ଅତର୍କିତ ଚଢ଼ଉ କରି ଦୀପୁନାକୁ କାବୁ କରି ତାଠାରୁ ୨୭୧ ଗ୍ରାମ ବ୍ରାଉନ୍‌ସୁଗାର୍‌ ଜବତ କରିଥିଲା। ପରେ ହାଇଟେକ୍‌ ଛକ ନିକଟରେ ଚଢ଼ଉ କରି ବଳରାମକୁ କାବୁ କରି ତାଠାରୁ ୨୮୩ ଗ୍ରାମ ଏବଂ ହଂସପାଳ ଛକରେ ଚଢ଼ଉ କରି ବାବୁଲୁଠାରୁ ୨୦୫ ଗ୍ରାମ ବ୍ରାଉନ୍‌ସୁଗାର୍‌ ଜବତ କରିଥିଲା। ଏନେଇ ଅବକାରୀ ଟିମ୍‌ ୩ଟି ପୃଥକ ପୃଥକ ମାମଲା ରୁଜୁକରି ୩ ନିଶା ମାଫିଆଙ୍କୁ କୋର୍ଟ ଚାଲାଣ କରିଛି।

Neglect: ବିଧାୟକ ପାଣ୍ଠି ଖର୍ଚ୍ଚରେ ମନ୍ଥରତା: ବଳକା ପଡ଼ିଛି ୯.୬୭କୋଟି

ତେବେ ଗତକାଲି ମଧ୍ୟ ଅବକାରୀ ଟିମ୍‌ ଇନ୍‌ଫୋସିଟି ଥାନା ଅଧୀନ କାନନବିହାର ଛକ ନିକଟ ସାଇ ବନଫୁଲ ବସ୍ତି ଅଞ୍ଚଳରେ ଚଢ଼ଉ କରି ଗୁରୁବାରୀ ବାରିକଙ୍କ ନିକଟରୁ ୨୧୦ ଗ୍ରାମ୍‌ ବ୍ରାଉନସୁଗାର ଓ ବଡ଼ଗଡ଼ ଥାନା ମହିଷାଖାଲ ବସ୍ତିରେ ଚଢ଼ଉ କରି ସେକ୍‌ ସାହିଲ୍‌ଠାରୁ ୪୩ ଗ୍ରାମ ବ୍ରାଉନ୍‌ସୁଗାର ଜବତ କରିଥିଲା। ବାରମ୍ବାର ଚଢ଼ଉ ଓ ଗିରଫ ପରେ ବି ନିଶା ମାଫିଆଙ୍କ ଦୌରାତ୍ମ୍ୟ ନକମିବା ଅବକାରୀ ବିଭାଗ ମୁଣ୍ଡବ୍ୟଥାର କାରଣ ପାଲଟିଛି। ତେଣୁ ଏମାନଙ୍କ ପଛରେ ଥିବା ନେଟୱର୍କ ସମ୍ପର୍କରେ ଜାଣିବା ପାଇଁ ଟିମ୍‌ ଅଧିକ ଖୋଳତାଡ଼ କରୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)