Brown Sugar Seizure: ବ୍ରାଉନସୁଗାର ମାଫିଆଙ୍କ ଉପରେ ପୋଲିସର ପ୍ରହାର; ୮ରୁ ୯ କେଜି ଧଳା ଜହର ଜବତ
ବାଲେଶ୍ୱରରେ ବ୍ରାଉନସୁଗାର ମାଫିଆଙ୍କ ଉପରେ ପୋଲିସର ବଡ଼ ପ୍ରହାର।
ଏକକାଳୀନ ଚଢ଼ାଉରେ ଜବତ ହୋଇଛି ବିପୁଳ ପରିମାଣର ଧଳା ଜହର।
ପାଖାପାଖି ୮ରୁ ୯ କିଲୋଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ପ୍ରାଥମିକ ସୂଚନା ମିଳିଛି।
ବାଲେଶ୍ୱର ଟାଉନ୍ ଥାନା ଅନ୍ତର୍ଗତ ଗୋପାଳଗାଁ ଅଞ୍ଚଳରେ ପୋଲିସ ଏହି ବଡ଼ ଧରଣର ଚଢ଼ାଉ କରିଛି।
Advertisment ଦୀର୍ଘଦିନ ଧରି ଏଠାରେ ବ୍ରାଉନସୁଗାର କାରବାର ଚାଲିଥିବା ସନ୍ଦେହରେ ପୋଲିସ ପକ୍ଷରୁ ଏହି ଚଢ଼ାଉ କରାଯାଇଥିବା ସୂଚନା।
ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ।
ଉଭୟଙ୍କୁ ଥାନାରେ ରଖି ଘନ ଘନ ପଚରାଉଚରା ଚାଲିଛି।
ଏତେ ପରିମାଣର ବ୍ରାଉନସୁଗାର କେଉଁଠୁ ଆସିଲା?
ଏହା ପଛରେ ଆଉ କେଉଁମାନଙ୍କ ହାତ ରହିଛି?
କେଉଁଠିକୁ ଚାଲାଣ ହେବାର ଥିଲା ଏହି ଧଳା ଜହର?
ଏଭଳି ଅନେକ ପ୍ରଶ୍ନ ଏବେ ଉଠିଥିବା ବେଳେ ଘଟଣାର ଖୋଳତାଡ଼ କରୁଛି ପୋଲିସ।
Advertisment ଏତେ ବ୍ରାଉନସୁଗାର ଆସିଲା କେଉଁଠୁ ?
ବ୍ରାଉନସୁଗାର ମାଫିଆଙ୍କ ଉପରେ ପୋଲିସର ପ୍ରହାର ବାଲେଶ୍ୱର ଟାଉନ୍ ଥାନା ଗୋପାଳଗାଁ ଅଞ୍ଚଳରେ ରେଡ୍ ରେଡ୍ ବେଳେ ବିପୁଳ ପରିମାଣର ଧଳା ଜହର ଜବତ ରେଡ୍ ବେଳେ ୮ରୁ ୯ କେଜି ଧଳା ଜହର ଜବତ ବ୍ରାଉନସୁଗାର କାରବାର ସନ୍ଦେହରେ ୨ ଜଣ ଅଟକ କେଉଁଠୁ ଆସିଲା ଏତେ ବ୍ରାଉନସୁଗାର?
ଖୋଳତାଡ଼ ଜାରି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
