Brook breaks Gill's record: ଦ୍ରୁତତମ ଦିନିକିଆ ଦ୍ବିଶତକ: ଗିଲ୍ଙ୍କ ରେକର୍ଡ ଭାଙ୍ଗିଲେ ବ୍ରୁକ୍
ରାୱଲପିଣ୍ଡି: ଭାରତୀୟ ଅଧିନାୟକ ଶୁବମନ ଗିଲ୍ଙ୍କ ନାଁରେ ଥିବା ଦ୍ରୁତତମ ଦିନିକିଆ ଦ୍ବିଶତକ ରେକର୍ଡକୁ ଇଂଲଣ୍ଡର ହାରି ବ୍ରୁକ୍ ଗୁରୁବାର ଭାଙ୍ଗି ଦେଇଛନ୍ତି।
ଗିଲ୍ ନିକଟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୧୧୭ ବଲ୍ରେ ଦ୍ବିଶତକ ହାସଲ କରିଥିଲା ବେଳେ ବ୍ରୁକ୍ ୧୧୪ ବଲ୍ରେ ଏହା ହାସଲ କରିଛନ୍ତି।
ରାୱଲପିଣ୍ଡିରେ ଚାଲିଥିବା ତ୍ରିରାଷ୍ଟ୍ରୀୟ ଦିନିକିଆ ଶୃଙ୍ଖଳାର ଶ୍ରୀଲଙ୍କା ବିପକ୍ଷ ତୃତୀୟ ମ୍ୟାଚ୍ରେ ବ୍ରୁକ୍ ୧୧୪ ବଲ୍ରେ ଦ୍ବିଶତକ ଅର୍ଜନ କରିଛନ୍ତି।
Advertisment ସେ ୧୧୬ ବଲ୍ରୁ ୨୧ ଚୌକା, ୧୦ ଛକା ସହାୟତାରେ ୨୦୨ ରନ୍ କରି ସାହାନ ଆରାଚଚିଗେଙ୍କ ହାତରେ ଜନିତ ଲିୟାନାଗେଙ୍କ ବଲ୍ରେ ଧରାପଡ଼ିଥିଲେ।
ଏଥିସହ ସେ ପ୍ରଥମ ଇଂଲଣ୍ଡ ବ୍ୟାଟର୍ ଭାବେ ୨୦୦ ରନ୍ର ମାଇଲ୍ଖୁଣ୍ଟ ଛୁଇଁଥିଲେ।
ପୂର୍ବରୁ ଇଂଲଣ୍ଡ ବ୍ୟାଟର୍ ଭାବେ ସର୍ବୋଚ୍ଚ ସ୍କୋର୍ ରେକର୍ଡ ବେନ୍ ଷ୍ଟୋକ୍ସ (୧୮୨, ନ୍ୟୁଜିଲାଣ୍ଡ, ୨୦୨୩)ଙ୍କ ନାଁରେ ଥିଲା।
ମୋଟ ଉପରେ ୧୪ଟି ଦିନିକିଆ ଦ୍ବିଶତକ ଦେଖିସାରିଛନ୍ତି ପ୍ରଶଂସକ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
