23 OCTOBER 2026

Welcome!

Unlock your personalized experience.
Sign Up

Young couple: ପାହାଡ଼ରେ ପ୍ରେମୀଯୁଗଳଙ୍କ ମୃତଦେହ: ବନ୍ଧା ହୋଇଥିଲା ହାତଗୋଡ଼, ହତ୍ୟା ସନ୍ଦେହ

Oct 23, 2026 - 06:42
Young couple: ପାହାଡ଼ରେ ପ୍ରେମୀଯୁଗଳଙ୍କ ମୃତଦେହ: ବନ୍ଧା ହୋଇଥିଲା ହାତଗୋଡ଼, ହତ୍ୟା ସନ୍ଦେହ

ଧର୍ମଗଡ଼/କୋକସରା/ବେହେରା: ୫ ଦିନ ହେଲା ସେମାନଙ୍କର କୌଣସି ଖୋଜଖବର ମିଳୁ ନଥିଲା। ଡଙ୍ଗରୀ (ପାହାଡ଼) ଶୀର୍ଷରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ମିଳିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ହାତଗୋଡ଼ ବନ୍ଧା ହୋଇଥିବାରୁ ଉଭୟଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଉଥିବା ଅଭିଯୋଗ ହୋଇଛି। କଳାହାଣ୍ଡିଜିଲ୍ଲା କୋକସରା ଥାନା ବେହେରା ଭଣ୍ଡାର ଡଙ୍ଗରୀରେ ଏହି ଅଘଟଣ ଦେଖିବାକୁ ମିଳିଛି। 

ପୁଲିସ ସୂଚନା ଅନୁଯାୟୀ ଟେଣ୍ଡାପାଲି ଗ୍ରାମର ଅଜିତ ନାଏକ ଓ ଧର୍ମଗଡ଼ କେନ୍ଦୁମୁଡ଼ିପଡ଼ାର ପ୍ରିୟଦର୍ଶିନୀ ନାଏକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ଗତ ୧୭ ତାରିଖ ରାତିରୁ ଉଭୟଙ୍କ ପତ୍ତା ମିଳି ନଥିଲା। ଏ ନେଇ ଉଭୟଙ୍କ ପରିବାର ପକ୍ଷରୁ କୋକସରା ଓ ଧର୍ମଗଡ଼ ଥାନାରେ ଅଭିଯୋଗ ପରେ ପୁଲିସ ପୃଥକ ମାମଲା ରୁଜୁ କରିଥିଲା। ଗୁରୁବାର ସକାଳେ କିଛି ଲୋକ କାଠ ସଂଗ୍ରହ କରିବା ପାଇଁ ଭଣ୍ଡାର ଡଙ୍ଗରୀକୁ ଯାଇଥିବା ବେଳେ ଗଛରେ ଝୁଲୁଥିବା ୨ଟି ମୃତଦେହ ଦେଖିବାକୁ ପାଇଥିଲେ। ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା। ମୃତକଙ୍କ ପରିବାର ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଚିହ୍ନଟ କରିଥିଲେ। ମୃତକଙ୍କ ଶରୀରରେ ରକ୍ତଛିଟା ଥିବା ଓ ଉଭୟଙ୍କ ହାତ ପଛପଟେ ବନ୍ଧା ହୋଇଥିଲା। ଏଭଳି ସ୍ଥିତିରେ ଏହା ଆତ୍ମହତ୍ୟା ନା ହତ୍ୟା, ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଅଜିତଙ୍କ ପରିବାର ପକ୍ଷରୁ ଏହା ହତ୍ୟାକାଣ୍ଡ ବୋଲି ଅଭିଯୋଗ କରାଯାଇଛି। ଧର୍ମଗଡ଼ ଓ କୋକସରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିବାବେଳେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ନାଗରାଜ ଦେବରାକୋଣ୍ଡା ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ଘଟଣାରେ ପୁଲିସ ଜଣକୁ ସନ୍ଦେହରେ ଅଟକ ରଖିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)