Capital Hospital: କ୍ୟାପିଟାଲ ହସ୍ପିଟାଲ: କମିବ ଧାଡ଼ି ଯନ୍ତ୍ରଣା, ନୂଆ ନିଦାନ ୟୁନିଟ୍‌ରେ ନୂଆ ବ୍ୟବସ୍ଥା

Oct 23, 2026 - 05:08
Capital Hospital: କ୍ୟାପିଟାଲ ହସ୍ପିଟାଲ: କମିବ ଧାଡ଼ି ଯନ୍ତ୍ରଣା, ନୂଆ ନିଦାନ ୟୁନିଟ୍‌ରେ ନୂଆ ବ୍ୟବସ୍ଥା

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲର ପାଥୋଲୋଜି ବିଭାଗ‌ରେ ବିଭିନ୍ନ ପରୀକ୍ଷା କରିବାକୁ ରୋଗୀ, ସମ୍ପର୍କୀୟମାନେ ହନ୍ତସନ୍ତ ହେଉଛନ୍ତି।

କ୍ୟାପିଟାଲ ହସ୍ପିଟାଲକୁ ଆସୁଥିବା ରୋଗୀ ଗୋଟିଏ ଦିନରେ ଡାକ୍ତରଙ୍କଠାରୁ ସବୁ ପରାମର୍ଶ ପାଇ ପାରୁ ନାହିଁ।

ଅସନ୍ତୁଷ୍ଟ ରୋଗୀମାନେ ଏହାକୁ ନେଇ ବାରମ୍ବାର ଅଭିଯୋଗ କରିବା ପରେ ଏବେ କ୍ୟାପିଟାଲ ହସ୍ପିଟାଲରେ ଧାଡ଼ି କମାଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଉଛି।

ଏଥିପାଇଁ ହସ୍ପିଟାଲରେ ଏକ ସ୍ବତନ୍ତ୍ର ରକ୍ତ ନମୁନା ସଂଗ୍ରହ ୟୁନିଟ୍ ନିର୍ମାଣ କରାଯାଉଛି।

ଏହି ୟୁନିଟ୍‌ରେ କର୍ମଚାରୀ ସଂଖ୍ୟା ବଢ଼ିବା ସହିତ ଗୋଟିଏ ଧାଡ଼ିରେ ବିଲିଂ ବାରକୋଡ୍‌ ଓ ରକ୍ତସଂଗ୍ରହ ବ୍ୟବସ୍ଥା ରହିବ ‌ବୋଲି ଜଣାପଡ଼ିଛି।

Advertisment ନୂଆ ନିଦାନ ୟୁନିଟ୍‌ରେ ନୂଆ ବ୍ୟବସ୍ଥା ବଢ଼ିବ କର୍ମଚାରୀ ସଂଖ୍ୟା ଗୋଟିଏ ଧାଡ଼ିରେ ବିଲିଂ, ବାରକୋଡ୍‌, ରକ୍ତ ସଂଗ୍ରହ ବ୍ୟବସ୍ଥା‌ ସୂଚନା ଅନୁସାରେ କ୍ୟାପିଟାଲ ହସ୍ପିଟାଲକୁ ଦୈନିକ ୪ହଜାରରୁ ଅଧିକ ରୋଗୀ ଆସୁଛନ୍ତି।

ସେମାନଙ୍କ ମଧ୍ୟରୁ ୭୦୦ରୁ ଅଧିକ ରୋଗୀ ରକ୍ତ ପରୀକ୍ଷା କରାଉଛନ୍ତି।

ରୋଗୀଙ୍କୁ ପ୍ରଥମେ ରେଜିଷ୍ଟ୍ରେସନ୍ ପାଇଁ ଧାଡ଼ି କରିବାକୁ ପଡ଼ୁଛି।

ପରେ ଡାକ୍ତରଙ୍କ ପରାମର୍ଶ ଏବଂ ପରେ ରକ୍ତ ନମୁନା ଦେବା ପାଇଁ ବିଲିଂ, ବାରକୋଡ, ରକ୍ତ ସଂଗ୍ରହ ଓ ରକ୍ତ ନମୁନା ଦାଖଲ କରିବା ପାଇଁ ଅଲଗା ଅଲଗା ଧାଡ଼ିରେ ରହିବାକୁ ପଡ଼ୁଛି।

ଏହାଦ୍ୱାରା ବିଶେଷକରି ବୟସ୍କ, ଅସୁସ୍ଥ ଏବଂ ଦୂରଦୂରାନ୍ତରୁ ଆସୁଥିବା ରୋଗୀଙ୍କ ଅସୁବିଧା ବଢ଼ୁଛି।

ଏହାସହିତ ରିପୋର୍ଟ ମିଳିବାରେ ଅସୁବିଧା ହେଉଥିବାରୁ ଗୋଟିଏ ଦିନରେ ରୋଗୀଟିଏ ଡାକ୍ତରଙ୍କ ପରାମର୍ଶ ନେଇ ପାରୁନାହିଁ।

ଫଳରେ ରକ୍ତପରୀକ୍ଷା ପାଇଁ ବାଧ୍ୟ ହୋଇ ରୋଗୀମାନେ ଘରୋଇ ପାଥୋଲୋଜି ଉପରେ ନିର୍ଭର କରୁଛନ୍ତି।

ଏହାକୁ ଦୃଷ୍ଟିରେ ରଖି କ୍ୟାପିଟାଲ ହସ୍ପିଟାଲ ପରିସରରେ ଏକ ନୂତନ ରକ୍ତ ସଂଗ୍ରହ ୟୁନିଟର ନିର୍ମାଣ କରାଯାଉଛି।

ଏହି ୟୁନିଟଟି ସଂପୂର୍ଣ୍ଣ ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା ମଧ୍ୟରେ ରହିବା ସହିତ ବୟସ୍କ ଓ ଗୁରୁତର ରୋଗୀଙ୍କ ବସିବା ପାଇଁ ୧୦୦ରୁ ଅଧିକ ଚେୟାର ବ୍ୟବସ୍ଥା କରାଯିବ।

ଏହା ସହିତ ବାରମ୍ବାର ଧାଡ଼ି କରିବାକୁ ପଡ଼ିବ ନାହିଁ।

ଗୋଟିଏ ଧାଡ଼ିରେ ବିଲିଂ, ବାରକୋଡ ଓ ରକ୍ତ ସଂଗ୍ରହ କରାଯିବ ବୋଲି ଜଣାପଡ଼ିଛି।

ଏଥିପାଇଁ ଅଧିକ ୬ଟି କାଉଣ୍ଟର ବ୍ୟବସ୍ଥା ମଧ୍ୟ କରାଯାଇଛି। ‌‌ଏଥିରେ ଗୋଟିଏ ଦିନରେ ୧୦୦୦ ‌‌‌ରୋଗୀଙ୍କ ରକ୍ତ ସଂଗ୍ରହ ବ୍ୟବସ୍ଥା କରାଯିବ।

ଗୁରୁତର ରୋଗ ପରୀକ୍ଷା ପାଇଁ ନମୁନା ବାହାରକୁ ପଠାଯାଉଥିବା ବେଳେ ଆଗକୁ ଏହି ପରୀକ୍ଷା ହସ୍ପିଟାଲରେ କରିବାକୁ ଯୋଜନା ରହିଛି।

ଏନେଇ କ୍ୟାପିଟାଲ ହସ୍ପିଟାଲର ଅତିରିକ୍ତ ଅଧୀକ୍ଷକ ଡା ଧନଞ୍ଜୟ ଦାସ କହିଛନ୍ତି ଯେ, ଦିନକୁ ଦିନ ରୋଗୀ ସଂଖ୍ୟାରେ ବୃଦ୍ଧି ଘଟୁଥିବାରୁ ନୂଆ ୟୁନିଟରେ ଧାଡ଼ି ଓ ଭିଡ଼ ନିୟନ୍ତ୍ରଣ ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ସ୍ତ୍ରୀ ଓ ପ୍ରସୂତି ବିଭାଗ, ଶିଶୁ ବିଭାଗରେ ସ୍ବତନ୍ତ୍ର ରକ୍ତ ସଂଗ୍ରହ ୟୁନିଟ ଖୋଲାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)