British Couple: ଭାରତରୁ ଲଣ୍ଡନ ଗଲା ନାଲି ଅଟୋ ‘ଟିମି’, ୪,୨୧୮ କିମି ଯାତ୍ରା କରି ଚର୍ଚ୍ଚାରେ ବ୍ରିଟିଶ ଦମ୍ପତି

Oct 27, 2026 - 19:10
British Couple: ଭାରତରୁ ଲଣ୍ଡନ ଗଲା ନାଲି ଅଟୋ ‘ଟିମି’, ୪,୨୧୮ କିମି ଯାତ୍ରା କରି ଚର୍ଚ୍ଚାରେ ବ୍ରିଟିଶ ଦମ୍ପତି

ଭାରତର ରାସ୍ତାଘାଟରେ ସାଧାରଣତଃ ଦେଖାଯାଉଥିବା ନାଲି ରଙ୍ଗର 'ଅଟୋ ରିକ୍ସା' ଏବେ ସୁଦୂର ବ୍ରିଟେନର ରାସ୍ତାରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି।

ଜଣେ ବ୍ରିଟିଶ ଦମ୍ପତି ଭାରତ ଭ୍ରମଣ ସମୟରେ ଏକ ଅଟୋ କିଣି ୪, ୦୦୦ କିଲୋମିଟରରୁ ଅଧିକ ଯାତ୍ରା କରିଥିଲେ।

କିନ୍ତୁ ଏହି ଅଟୋ ପ୍ରତି ସେମାନଙ୍କର ପ୍ରେମ ଏତେ ବଢ଼ିଗଲା ଯେ, ସ୍ୱଦେଶ ଫେରିବା ସମୟରେ ସେମାନେ ଅଟୋଟିକୁ ନିଜ ସହ ଲଣ୍ଡନ ନେଇଯାଇଛନ୍ତି।

Advertisment ଆହୁରି ପଢ଼ନ୍ତୁ: ଓପିଭି ଓ ଆଇପିଭି: ଶିଶୁଙ୍କୁ ପୋଲିଓରୁ ସମ୍ପୂର୍ଣ୍ଣ ସୁରକ୍ଷା ଦେବାରେ ଦୁଇଟି ଯାକ ଟିକା କାହିଁକି ଆବଶ୍ୟକ?

ନାଁ ରଖିଛନ୍ତି 'ଟିମି ଦି ଟିନ୍ କ୍ୟାନ୍' ଏହି ବ୍ରିଟିଶ ଦମ୍ପତିଙ୍କ ନାମ ହେଉଛି ହେଲେନ୍ ଏବଂ ମିକ୍ ।

ସେମାନେ ଭାରତ ଆସି ତାମିଲନାଡୁର ଚେନ୍ନାଇରୁ ଏକ ନାଲି ରଙ୍ଗର ବଜାଜ୍ ଅଟୋ ରିକ୍ସା (ଗାଡ଼ି ନମ୍ବର: TN 03 AA 4342 କିଣିଥିଲେ।

ସେମାନେ ଆଦରରେ ଏହି ଅଟୋର ନାମ ରଖିଛନ୍ତି ଟିମି ।

ଅଟୋଟିକୁ ଆହୁରି ଆକର୍ଷଣୀୟ କରିବା ପାଇଁ ସେଥିରେ କାର୍ଟୁନ୍ ଆଖି ଏବଂ ଏକ ମିଠା ସ୍ମାଇଲି ଚିତ୍ରିତ କରାଯାଇଛି, ଯାହା ରାସ୍ତାରେ ଯାଉଥିବା ଲୋକଙ୍କ ମନ ଜିଣିନେଉଛି।

୪,୨୧୮ କିଲୋମିଟରର ରୋମାଞ୍ଚକର ଭାରତ ଯାତ୍ରା ଭାରତରେ ରହଣି ମଧ୍ୟରେ ହେଲେନ୍ ଓ ମିକ୍ ଏହି ଅଟୋରେ ବସି ଦେଶର କୋଣ ଅନୁକୋଣ ଭ୍ରମଣ କରିଥିଲେ: ଉତ୍ତରରୁ ଦକ୍ଷିଣ: ରାଜସ୍ଥାନର ମରୁଭୂମି, ଉତ୍ତର ପ୍ରଦେଶର ଐତିହାସିକ ସହରରୁ ଆରମ୍ଭ କରି ଦକ୍ଷିଣ ଭାରତର ମନୋରମ ସ୍ଥାନ ପର୍ଯ୍ୟନ୍ତ ସେମାନେ ଅଟୋରେ ଯାତ୍ରା କରିଥିଲେ।

ତାଜମହଲରୁ ଗୋଆ ବେଳାଭୂମି: ସେମାନେ ଅଟୋ ଚଲାଇ ଆଗ୍ରାର ବିଶ୍ୱପ୍ରସିଦ୍ଧ ତାଜମହଲ ଦେଖିବାକୁ ଯାଇଥିଲେ ଏବଂ ଗୋଆର ସମୁଦ୍ର ସୈକତରେ ମଧ୍ୟ ବୁଲିଥିଲେ।

ସେମାନେ ଅଟୋ ମାଧ୍ୟମରେ ମୋଟ ୪,୨୧୮ କିଲୋମିଟର ଦୂରତା ଅତିକ୍ରମ କରି ଶ୍ରୀଲଙ୍କା ରୁଟ୍ ପର୍ଯ୍ୟନ୍ତ ଯାତ୍ରା କରିଥିଲେ।

ସୋସିଆଲ ମିଡିଆରେ ଭାଲଚାଲ୍ ଏହି ଯାତ୍ରା ସମୟରେ ଦମ୍ପତି 'ଟିମି' ନାମରେ ଏକ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ( @timmy_the_tin_can ) ଖୋଲିଥିଲେ।

ଏହି ଆକାଉଣ୍ଟରେ ୯ ହଜାରରୁ ଅଧିକ ଫଲୋଅର୍ସ ଅଛନ୍ତି ଏବଂ ୯୨ରୁ ଅଧିକ ଭିଡିଓ ଓ ଫୋଟୋ ପୋଷ୍ଟ କରାଯାଇଛି।

ଭାରତର ବିଭିନ୍ନ ସ୍ଥାନରେ ଅଟୋ ଯାତ୍ରାର ଭିଡିଓଗୁଡ଼ିକ ନେଟିଜେନ୍ସଙ୍କ ଦ୍ୱାରା ବେଶ୍ ପସନ୍ଦ କରାଯାଇଛି।

ଭାରତରୁ ଲଣ୍ଡନ: ଏକ ଅଭୁଲା ସମ୍ପର୍କ ସେମାନଙ୍କର ଭାରତ ଭ୍ରମଣ ଶେଷ ହେବା ପରେ ଟିମିକୁ ଭାରତରେ ଛାଡ଼ିଯିବା ସେମାନଙ୍କ ପାଇଁ ସମ୍ଭବ ନଥିଲା, କାରଣ ସେମାନେ ଅଟୋଟିକୁ ନିଜ ପରିବାରର ସଦସ୍ୟ ଭାବେ ଗ୍ରହଣ କରିସାରିଥିଲେ।

ତେଣୁ ସେମାନେ ଆଇନଗତ ପ୍ରକ୍ରିୟା ପୂରଣ କରି ଅଟୋଟିକୁ କାର୍ଗୋ ମାଧ୍ୟମରେ ନିଜ ସହ ଯୁକେ ନେଇଯାଇଛନ୍ତି।

ଏବେ ଏହି ଭାରତୀୟ ଅଟୋ ଲଣ୍ଡନର ରାସ୍ତାରେ ଗଡ଼ୁଛି ଏବଂ ଦମ୍ପତି ଆଗାମୀ ଦିନରେ ଏହି ଅଟୋରେ ସାରା ଦୁନିଆ ବୁଲିବାକୁ ଯୋଜନା ରଖିଛନ୍ତି।

ଆହୁରି ପଢ଼ନ୍ତୁ: ୩୨ ବର୍ଷ ପରେ ପରଦାକୁ ଫେରିବ 'ମୋହରା ଅଧିକ ଦେଖନ୍ତୁ;

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)