Britain: ପ୍ରଧାନମନ୍ତ୍ରୀ ପଦ ଛାଡ଼ୁଛି, କିନ୍ତୁ ଦେଶସେବାର ପ୍ରତିଶ୍ରୁତି ନୁହେଁ
"ଲଣ୍ଡନ: ବ୍ରିଟେନର ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର ସୋମବାର ନିଜ ପଦରୁ ଇସ୍ତଫା ଘୋଷଣା କରିବା ସହ ଦେଇଥିବା ବିଦାୟୀ ଭାଷଣରେ ଦେଶବାସୀ, ସହଯୋଗୀ ଓ ନିଜ ପରିବାର ପ୍ରତି କୃତଜ୍ଞତା ଜଣାଇଛନ୍ତି।
ଲଣ୍ଡନର ୧୦ ଡାଉନିଂ ଷ୍ଟ୍ରିଟ୍ ସମ୍ମୁଖରେ ଦିଆଯାଇଥିବା ଏହି ଭାବପ୍ରବଣ ଭାଷଣରେ ସେ କହିଥିଲେ, ଦୁଇ ବର୍ଷ ପୂର୍ବେ ଏହି ସ୍ଥାନକୁ ପ୍ରଧାନମନ୍ତ୍ରୀ ଭାବେ ପହଞ୍ଚିବା ତାଙ୍କ ଜୀବନର ସବୁଠାରୁ ଗର୍ବର ମୁହୂର୍ତ୍ତ ଥିଲା।
ଆଜି ସେହି ପଦ ଛାଡ଼ିବାକୁ ପଡ଼ୁଥିଲେ ମଧ୍ୟ ଦେଶ ପ୍ରତି ତାଙ୍କର ସମର୍ପଣ ଅବିଚଳ ରହିବ।Advertisment ଆହୁରି ପଢନ୍ତୁ: railway safety award ସୁରକ୍ଷା ପ୍ରତି ସତର୍କତା: ରେଳଧାରଣା ମେଣ୍ଟେନର ସମ୍ମାନିତ ଷ୍ଟାର୍ମରକହିଥିଲେ, ଲେବର୍ ପାର୍ଟିର ନେତୃତ୍ୱ ଗ୍ରହଣ କରିବା ବେଳେ ଅନେକେ ଦଳକୁ ଶେଷ ହୋଇଯାଇଥିବା ଏକ ରାଜନୈତିକ ଶକ୍ତି ବୋଲି ଭାବୁଥିଲେ।
କିନ୍ତୁ ତାଙ୍କ ନେତୃତ୍ୱରେ ଦଳକୁ ପୁନର୍ଗଠନ କରାଯାଇଥିଲା।
ଦଳ ଭିତରେ ଥିବା ବିଭେଦ ଓ ଘୃଣାର ରାଜନୀତିକୁ ଦୂର କରାଯାଇଥିଲା, ଅର୍ଥନୀତି, ପ୍ରତିରକ୍ଷା ଓ ଜାତୀୟ ସୁରକ୍ଷା ପ୍ରତି ଜନସାଧାରଣଙ୍କ ବିଶ୍ୱାସ ପୁଣି ଫେରାଇ ଆଣିବାକୁ ପ୍ରୟାସ କରାଯାଇଥିଲା।
କ୍ଷମତା ଦଖଲ କରିବା ତାଙ୍କର ଲକ୍ଷ୍ୟ ନ ଥିଲା, ବରଂ ବ୍ରିଟେନକୁ ଅଧିକ ନ୍ୟାୟପୂର୍ଣ୍ଣ ଓ ସୁଯୋଗସମୃଦ୍ଧ ଦେଶରେ ପରିଣତ କରିବା ତାଙ୍କ ଉଦ୍ଦେଶ୍ୟ ଥିଲା ବୋଲି ସେ କହିଛନ୍ତି।
ଆହୁରି ପଢନ୍ତୁ: Icon Farm House robbery ଆଇକନ ଫାର୍ମ ହାଉସ ଡକାୟତି ମାମଲା: ଲୁଟ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ସହ ୭ ଗିରଫ ନିଜ ସରକାରର ସଫଳତା ଉଲ୍ଲେଖ କରି ସେ କହିଥିଲେ, ଅର୍ଥନୈତିକ ସ୍ଥିରତା ଫେରାଇବା, ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା, ସୀମା ସୁରକ୍ଷାକୁ ମଜବୁତ କରିବା ଏବଂ ଆନ୍ତର୍ଜାତିକ କ୍ଷେତ୍ରରେ ବ୍ରିଟେନର ବିଶ୍ୱସନୀୟତା ବଢ଼ାଇବା ଦିଗରେ ତାଙ୍କ ସରକାର କାମ କରିଛି।
ଆଗାମୀ ନେତା ଏକ ଅଧିକ ଶକ୍ତିଶାଳୀ ଓ ନ୍ୟାୟସଙ୍ଗତ ବ୍ରିଟେନର ଦାୟିତ୍ୱ ଗ୍ରହଣ କରିବେ ବୋଲି ସେ ବିଶ୍ୱାସ ପ୍ରକାଶ କରିଥିଲେ।
ତେବେ ସେ ସ୍ୱୀକାର କରିଥିଲେ ଯେ, ପରବର୍ତ୍ତୀ ସାଧାରଣ ନିର୍ବାଚନରେ ଦଳକୁ ନେତୃତ୍ୱ ଦେବା ପାଇଁ ସେ ଉପଯୁକ୍ତ ବ୍ୟକ୍ତି କି ନୁହେଁ, ଏହି ପ୍ରଶ୍ନ ତାଙ୍କ ଦଳ ଭିତରେ ଉଠିଥିଲା।
ସଂସଦୀୟ ଦଳ ଯେଉଁ ନିଷ୍ପତ୍ତି ନେଇଛି, ତାହାକୁ ସେ ସମ୍ମାନର ସହ ଗ୍ରହଣ କରୁଛନ୍ତି ବୋଲି କହିଥିଲେ।
ଦେଶର ସ୍ୱାର୍ଥକୁ ସର୍ବାଗ୍ରେ ରଖି ସେ ଏହି ନିଷ୍ପତ୍ତି ନେଇଥିବା କହିବା ସହ ଶାନ୍ତିପୂର୍ଣ୍ଣ ଭାବେ କ୍ଷମତା ହସ୍ତାନ୍ତର କରିବାର ପ୍ରତିଶ୍ରୁତି ଦେଇଥିଲେ।
ଆହୁରି ପଢନ୍ତୁ:First Solar Village ପାହାଡ଼ପୁର ହେବ ଦେଶର ପ୍ରଥମ ସୌରଗ୍ରାମ, ଆରମ୍ଭ ହେଲା ସର୍ଭେ ବିଦାୟୀ ଭାଷଣର ଶେଷ ଅଂଶ ସବୁଠାରୁ ଅଧିକ ଭାବପ୍ରବଣ ଥିଲା।
ସେ ନିଜ ସହଯୋଗୀ, ସରକାରୀ କର୍ମଚାରୀ ଓ ଦେଶର ସେବାରେ ନିୟୋଜିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।
ବିଶେଷ କରି ପତ୍ନୀ ଭିକ୍ ଓ ସନ୍ତାନମାନଙ୍କ ପ୍ରତି ସେ କୃତଜ୍ଞତା ଜଣାଇ କହିଥିଲେ, ସେମାନେ ସବୁ ସୁଖଦୁଃଖରେ ତାଙ୍କ ସହ ରହିଛନ୍ତି।
ଏବେ ଦେଶର ସବୁଠାରୁ ବଡ଼ ଦାୟିତ୍ୱ ଛାଡ଼ି ସେ ନିଜ ପରିବାର ପାଇଁ ଅଧିକ ସମୟ ଦେବେ ଏବଂ ଜଣେ ଭଲ ସ୍ୱାମୀ ଓ ଭଲ ବାପା ହେବାକୁ ଚେଷ୍ଟା କରିବେ।
ଏହି କଥା କହିବା ବେଳେ ସେ ଭାବବିହ୍ୱଳ ହୋଇପଡ଼ିଥିଲେ।"