BRICS: ନୂଆଦିଲ୍ଲୀ ଶିଖର ସମ୍ମିଳନୀ ପାଇଁ ଯୁଗ୍ମ ଘୋଷଣାପତ୍ର ଉପରେ ସହମତି ପ୍ରକାଶ ପାଇଛି
"ନୂଆଦିଲ୍ଲୀ: ବ୍ରିକ୍ସ ସମୂହ ଦେଶମାନଙ୍କ ମଧ୍ୟରେ ଶନିବାର ସକାଳ ୪ଟା ପର୍ଯ୍ୟନ୍ତ ଘନ ଆଲୋଚନା ପରେ ନୂଆଦିଲ୍ଲୀ ଶିଖର ସମ୍ମିଳନୀ ପାଇଁ ଯୁଗ୍ମ ଘୋଷଣାପତ୍ର ଉପରେ ସହମତି ପ୍ରକାଶ ପାଇଛି।
ଘୋଷଣାପତ୍ର ଉପରେ ଆଲୋଚନାରେ ବିବାଦୀୟ ପ୍ରସଙ୍ଗଗୁଡ଼ିକ ଉପରେ ଅନେକ ମତଭେଦ ଦେଖିବାକୁ ମିଳିଥିଲା, କିନ୍ତୁ ଭାରତର ନେତୃତ୍ୱରେ ନିରନ୍ତର ପରାମର୍ଶ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ସହମତି ଗଠନ କରିବାରେ ସାହାଯ୍ୟ କରିଥିଲା।
ଏହି ଘଟଣା ବିଶ୍ୱ କୂଟନୀତିରେ ଭାରତର ବୃଦ୍ଧି ପାଉଥିବା ଶକ୍ତିକୁ ସ୍ପଷ୍ଟ କରୁଛି।Advertisment କୌଣସି ଦେଶ ନାଁ ନନେଇ ଯୁଦ୍ଧକୁ ନିନ୍ଦା କରାଯିବାର ସମ୍ଭାବନା ବ୍ରିକ୍ସ ଗୋଷ୍ଠୀରେ ଇରାନ ଓ ୟୁଏଇ ଅନ୍ତର୍ଭୁକ୍ତ, ଉଭୟଙ୍କ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ଉପରେ ମତଭେଦ ରହିଛି।
ଏହି କାରଣରୁ ଚଳିତ ବର୍ଷ ଘୋଷଣାପତ୍ର ଉପରେ ସହମତିରେ ପହଞ୍ଚିପାରିବ କି ନାହିଁ ସେ ଉପରେ ବହୁତ ଧ୍ୟାନ ଦିଆଯାଇଥିଲା। ଘୋଷଣାନାମା ଶନିବାର ଅପରାହ୍ଣ ୪ଟାରେ ନୂଆଦିଲ୍ଲୀ ସମ୍ମିଳନୀର ପ୍ରଥମ ରୁଦ୍ଧଦ୍ୱାର ଅଧିବେଶନ ଶେଷ ହେବାର କିଛି ସମୟ ପରେ ଜାରି କରାଯାଇପାରେ।
ନ୍ୟୁଜ ଏଜେନ୍ସି ରଏଟର୍ସ ଅନୁଯାୟୀ ଘୋଷଣାପତ୍ରରେ କୌଣସି ଦେଶ ନାଁ ନନେଇ ଯୁଦ୍ଧକୁ ନିନ୍ଦା କରାଯିବାର ସମ୍ଭାବନା ରହିଛି।
ବ୍ରିକ୍ସ ସମୂହ ଦେଶମାନଙ୍କ ମଧ୍ୟରେ ବ୍ରାଜିଲ, ରୁଷ୍ , ଭାରତ, ଚୀନ, ଦକ୍ଷିଣ ଆଫ୍ରିକା, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ ଓ ସଂଯୁକ୍ତ ଆରବ ଏମିରେଟ୍ସ ପ୍ରମୁଖ ଅଛନ୍ତି।
ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
