Breast Cancer Awareness: ବିଶ୍ୱ ଓ ଭାରତରେ ସ୍ତନ କର୍କଟର ସ୍ଥିତି, ଜାଣନ୍ତୁ ସ୍ତନ କର୍କଟର ପ୍ରାରମ୍ଭିକ ଚିହ୍ନଟ କାହିଁକି ଜରୁରୀ?

Oct 24, 2026 - 17:56
Breast Cancer Awareness: ବିଶ୍ୱ ଓ ଭାରତରେ ସ୍ତନ କର୍କଟର ସ୍ଥିତି, ଜାଣନ୍ତୁ ସ୍ତନ କର୍କଟର ପ୍ରାରମ୍ଭିକ ଚିହ୍ନଟ କାହିଁକି ଜରୁରୀ?

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ଅନୁଯାୟୀ, ୨୦୨୪ ମସିହାରେ ସାରା ବିଶ୍ୱରେ ପ୍ରାୟ ୬.୯ ଲକ୍ଷ ମହିଳା ସ୍ତନ କର୍କଟ ଯୋଗୁଁ ପ୍ରାଣ ହରାଇଛନ୍ତି।

୧୮୬ଟି ଦେଶ ମଧ୍ୟରୁ ୧୬୪ଟି ଦେଶରେ ମହିଳାମାନଙ୍କ କ୍ଷେତ୍ରରେ ଦେଖାଯାଉଥିବା କର୍କଟ ରୋଗଗୁଡ଼ିକ ମଧ୍ୟରେ ଏହା ସବୁଠାରୁ ପ୍ରମୁଖ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରାୟ ୮୦ ପ୍ରତିଶତ କର୍କଟ ମାମଲାରେ ବୟସ ଓ ଲିଙ୍ଗ ବ୍ୟତୀତ ଅନ୍ୟ କୌଣସି ପୂର୍ବ ନିର୍ଦ୍ଧାରିତ ସ୍ୱାସ୍ଥ୍ୟଗତ ବିପଦ କାରକ ନଥାଏ।

Advertisment ଆହୁରି ପଢ଼ନ୍ତୁ: ଏକ ଛୋଟିଆ ରେସ୍ତୋରାଁରୁ ଆରମ୍ଭ ହୋଇଥିଲା ସୋନିଆ ଓ ରାଜୀବଙ୍କ ପ୍ରେମ ଯାତ୍ରା ଭାରତରେ ମଧ୍ୟ ଏହି ସମସ୍ୟା ଗମ୍ଭୀର ରୂପ ନେଉଛି।

ବିଶେଷଜ୍ଞଙ୍କ ଅନୁଯାୟୀ, ଭାରତରେ ପ୍ରାୟ ୪୦% ରୁ ଅଧିକ ମହିଳା ଶେଷ ପର୍ଯ୍ୟାୟରେ ଡାକ୍ତରଙ୍କ ପାଖକୁ ଆସିଥାନ୍ତି।

କିନ୍ତୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ଚିହ୍ନଟ ହେଲେ, ଏହା ସମ୍ପୂର୍ଣ୍ଣ ଆରୋଗ୍ୟସାଧ୍ୟ।

ସ୍କ୍ରିନିଂ ଓ ପରୀକ୍ଷାର ଗୁରୁତ୍ୱପୂର୍ଣ୍ଣ ନିୟମ କର୍କଟ ରୋଗକୁ ପ୍ରାରମ୍ଭିକ ଅବସ୍ଥାରୁ ଚିହ୍ନଟ କରିବା ପାଇଁ ଚିକିତ୍ସକମାନେ ନିମ୍ନଲିଖିତ ପରୀକ୍ଷାଗୁଡ଼ିକୁ ପରାମର୍ଶ ଦିଅନ୍ତି: ମ୍ୟାମୋଗ୍ରାମ୍: ୪୦ ରୁ ୭୪ ବର୍ଷ ବୟସର ମହିଳାମାନେ ପ୍ରତି ୨ ବର୍ଷରେ ଥରେ ଏହି ପରୀକ୍ଷା କରାଇବା ଉଚିତ୍।

କ୍ଲିନିକାଲ୍ ପରୀକ୍ଷା: ୫୦ ବର୍ଷରୁ ଅଧିକ ବୟସର ମହିଳାମାନେ ବର୍ଷକୁ ଥରେ ଡାକ୍ତରଙ୍କ ଦ୍ୱାରା ପରୀକ୍ଷା କରାଇବା ଆବଶ୍ୟକ।

ସ୍ୱୟଂ ପରୀକ୍ଷା: ପ୍ରତି ମହିଳା ପ୍ରତି ମାସରେ ନିଜେ ନିଜର ପରୀକ୍ଷା କରିବା ଉଚିତ୍।

ଶରୀରର ହରମୋନ୍‌ଗୁଡ଼ିକର ପରିବର୍ତ୍ତନ, ଗର୍ଭାବସ୍ଥା ଏବଂ ମନୋପୋଜ୍‌ ସମୟରେ ସ୍ତନରେ ସ୍ୱାଭାବିକ ପରିବର୍ତ୍ତନ ଆସିଥାଏ।

ଯଦିଓ ଅଧିକାଂଶ ପରିବର୍ତ୍ତନ କର୍କଟ ରୋଗର କାରଣ ନୁହଁନ୍ତି, କିନ୍ତୁ ନିମ୍ନଲିଖିତ ଲକ୍ଷଣଗୁଡ଼ିକ ଦେଖାଗଲେ ବିଳମ୍ବ ନକରି ଚିକିତ୍ସକଙ୍କ ପରାମର୍ଶ ନେବା ଜରୁରୀ: ସ୍ତନ କିମ୍ବା କାଖ ତଳେ କୌଣସି ନୂଆ ସକ୍ତ ମାଂସପିଣ୍ଡ ସୃଷ୍ଟି ହେବା।

ନିପଲ୍‌ରୁ ଅସ୍ୱାଭାବିକ ତରଳ ପଦାର୍ଥ କିମ୍ବା ରକ୍ତ ନିର୍ଗତ ହେବା।

ତ୍ୱଚାରେ ଲାଲ୍‌ପଡ଼ିବା, କୁଞ୍ଚିତ ହେବା, କାତି ଛାଡ଼ିବା କିମ୍ବା ନିପଲ୍ ଭିତରକୁ ପଶିଯିବା।

କୌଣସି ସ୍ଥାନରେ ନିରନ୍ତର ଯନ୍ତ୍ରଣା କିମ୍ବା ଆକାରରେ ଆକସ୍ମିକ ବଡ଼ ପରିବର୍ତ୍ତନ ହେବା।

ତେଣୁ ନିଜ ଶରୀରର ସ୍ୱାଭାବିକ ସ୍ଥିତିକୁ ଚିହ୍ନିବା ଏବଂ ପ୍ରତି ମାସରେ ସ୍ୱୟଂ ପରୀକ୍ଷା କରିବା ହେଉଛି କର୍କଟରୁ ସୁରକ୍ଷିତ ରହିବାର ସବୁଠାରୁ ବଡ଼ ଅସ୍ତ୍ର।

କୌଣସି ସନ୍ଦେହ ହେଲେ ଭୟ ନକରି ତୁରନ୍ତ ଡାକ୍ତରୀ ପରୀକ୍ଷା କରିବା ଉଚିତ।

ଆହୁରି ପଢ଼ନ୍ତୁ: ୫୦୦ ବିଲିଅନ୍ ଡଲାର୍ ଅର୍ଥନୀତି ସହ ଏକ ସମୃଦ୍ଧ ଓଡ଼ିଶା ଗଠନ କରିବା ଆମର ମୁଖ୍ୟ ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)