Brave Doctor Battles Floodwaters and Snakes to Serve Patients: ଭୟଙ୍କର ରାତିର କାହାଣୀ, ବନ୍ୟାରେ ବି ହାରିଲାନି ଡାକ୍ତରଙ୍କ ସାହସ

Aug 06, 2026 - 16:04
Brave Doctor Battles Floodwaters and Snakes to Serve Patients: ଭୟଙ୍କର ରାତିର କାହାଣୀ, ବନ୍ୟାରେ ବି ହାରିଲାନି ଡାକ୍ତରଙ୍କ ସାହସ

ବନ୍ୟା ପାଣି ବଢୁଥିଲା... ବିଷଧର ସାପଙ୍କ ସଂଖ୍ୟା ବଢୁଥିଲା। ହସ୍ପିଟାଲ ବାହାରେ ସାପ... ହସ୍ପିଟାଲ ଭିତରେ ବି ସାପ। କେମିତି ରହିବେ, କେଉଁଠି ରହିବେ... ରୋଗୀଙ୍କ ସେବା କିପରି କରିବେ ? ସେ ନେଇ ପୁରା ଚିନ୍ତାରେ ଥାଆନ୍ତି ଡାକ୍ତର। ସେତେବେଳେ ନିଜ ଗାଡି ହିଁ ତାଙ୍କ ପାଇଁ ପାଲଟିଥିଲା ସେଫ୍ଟି ପ୍ଲେସ୍। ରାତି ତମାମ କାର୍ ଭିତରେ ହିଁ ବିତିଥିଲା ସମୟ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମାଧପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର  ଡାକ୍ତର ଦିଲୀପ ଦାସ ବନ୍ୟା ସମୟରେ ବିତାଇଥିବା ଏକ ଭୟଙ୍କର ରାତିର କଥା ଏବେ ସାମ୍ନାକୁ ଆସିଛି ।

ନିଜେ ଡାକ୍ତର ଦିଲୀପ ବଖାଣିଛନ୍ତି ସେହି ରାତିରେ କାହାଣୀ । ସେଦିନ ସେ ଡ୍ୟୁଟିରେ ଥାନ୍ତି । ତେବେ ସାଳନ୍ଦୀ ନଦୀର ବନ୍ୟା ଜଳ ସହ ବଢ଼ିଥିଲା ସାପଙ୍କ ଆତଙ୍କ। ମେଡିକାଲ ଭିତରେ ମଧ୍ୟ ସାପ ଓ ଜୋକ ଦେଖାଯିବାରୁ ଭୟଭୀତ ହୋଇଥିଲେ କର୍ମଚାରୀ। ଏହି ସମୟରେ ଡାକ୍ତର ଦିଲୀପ କୁମାର ଦାସ ନିଜ ଜୀବନକୁ ବିପଦରେ ପକାଇ ଲୋକଙ୍କ ସେବା ଜାରି ରଖିଥିଲେ। ସାପ ଭୟରେ ମେଡିକାଲ ଚାମ୍ବରରେ ରହିବା ସମ୍ଭବ ନହେବାରୁ ସେ ସାରା ରାତି ନିଜ ଗାଡ଼ି ଭିତରେ କାଟିଥିଲେ।

ବନ୍ୟା ଘେରରେ ଥିବା ଲୋକଙ୍କୁ ସେବା ଯୋଗାଇବା ଏବଂ କୌଣସି ରୋଗୀ ଯେପରି ଅସୁବିଧାରେ ନପଡ଼ନ୍ତି, ସେଥିପାଇଁ ଡାକ୍ତର ଦିଲୀପ ଦାସ ନିଜ କର୍ତ୍ତବ୍ୟ ପାଳନ କରିଥିଲେ। ତାଙ୍କ ଏହି ସାହସ ଓ ନିଷ୍ଠାକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି।...

ଅନ୍ଧାର ରାତି, ବନ୍ୟା ପାଣି ଓ ସାପ ଭୟ
ସାପ ଭୟରେ କାର୍ ରେ ରାତି କାଟିଲେ ଡାକ୍ତର
ବନ୍ୟା ଘେରରେ ଡାକ୍ତରଙ୍କ ସାହସ
ସାପ ଆତଙ୍କ ଭିତରେ ଚାଲିଲା ସେବା
କାର୍  ପାଲଟିଲା ଡାକ୍ତରଙ୍କ ଆଶ୍ରୟ ସ୍ଥଳ
ବନ୍ୟାରାତିର ଭୟଙ୍କର କାହାଣୀ 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।