Boudh Cloth Merchant Missing for Four Days: ବ୍ୟବସାୟୀଙ୍କୁ ଅପହରଣ ସନ୍ଦେହ, ୪ ଦିନ ହେଲାଣି ମିଳୁନି ସନ୍ଧାନ

Nov 16, 2026 - 14:15
Boudh Cloth Merchant Missing for Four Days: ବ୍ୟବସାୟୀଙ୍କୁ ଅପହରଣ ସନ୍ଦେହ, ୪ ଦିନ ହେଲାଣି ମିଳୁନି ସନ୍ଧାନ

ବୌଦ୍ଧରୁ ନିଖୋଜ କପଡ଼ା ବ୍ୟବସାୟୀ ବିରୁପାକ୍ଷ ଅଗ୍ରୱାଲ।

୪ଦିନ ହେଲାଣି ମିଳୁନି ପତ୍ତା।ଅପହରଣ ଅଭିଯୋଗ କରିଛନ୍ତି ପରିବାର ଲୋକେ।

ସେପଟେ ପୋଲିସକୁ ମିଳିଛି ନୂଆ ସୁରାକ।

ସିସିଟିଭି ଫୁଟେଜରେ ବିରୁପାକ୍ଷଙ୍କୁ ଜଣେ ବ୍ୟକ୍ତିଙ୍କ ସହ ବାଇକ୍ ରେ ଯାଉଥିବା ଦେଖାଯାଇଛି।

ହେଲେ ଫେରିବା ସମୟରେ ଉକ୍ତ ବ୍ୟକ୍ତି ଜଣକ ଏକାକୀ ନଜର ଆସିବା ଘଟଣାକୁ ନେଇ ବଢ଼ିଛି ସନ୍ଦେହ।

Advertisment ସ୍ବାଧୀନ କୁମାର ପ୍ରଧାନ ନାମକ ଜଣେ ଶିକ୍ଷକଙ୍କ ସହ ବିରୁପାକ୍ଷଙ୍କର ଟଙ୍କା ଦେଣନେଣ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।

ସିସିଟିଭି ଫୁଟେଜରେ ମଧ୍ୟ ସ୍ବାଧୀନଙ୍କ ସହ ବିରୁପାକ୍ଷଙ୍କୁ ଦେଖିବାକୁ ମିଳିଥିଲା।

ସ୍ବାଧୀନଙ୍କ ଗତିବିଧି ଉପରେ ସନ୍ଦେହ କରି ପୋଲିସ ତଦନ୍ତ ଜାରି ରଖିଛି।

ଅଭିଯୋଗ ପରେ ପୋଲିସ ବୌଦ୍ଧ ସହରର ବଡ଼ପୁଲିଆ ନିକଟରେ ଥିବା ସ୍ବାଧୀନଙ୍କ ଘରେ ମଧ୍ୟ ତାଲା ଝୁଲୁଛି।

କିନ୍ତୁ ସ୍ବାଧୀନଙ୍କ କୌଣସି ପତ୍ତା ମିଳୁନି।

ସିସିଟିଭି ଭିଜୁଆଲ ଏବଂ ମୋବାଇଲ ଟ୍ରାକିଂକୁ ଆଧାର କରି ତଦନ୍ତ ଜାରି ରଖିଛି ପୋଲିସ୍।

ସେପଟେ ନିଖୋଜ ବ୍ୟବସାୟୀଙ୍କୁ ଯଥା ଶୀଘ୍ର ଖୋଜିବା ପାଇଁ ରାସ୍ତାରୋକ କରି ଦାବି କରିଛନ୍ତି ପରିବାର ଲୋକେ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)