Book: ଭାସ୍କର ପରିଚ୍ଛାଙ୍କ ପୁସ୍ତକ ‘ମନନର ମେଘମାଳା’ ଉନ୍ମୋଚିତ

Sep 08, 2026 - 04:43
Book: ଭାସ୍କର ପରିଚ୍ଛାଙ୍କ ପୁସ୍ତକ ‘ମନନର ମେଘମାଳା’ ଉନ୍ମୋଚିତ

"ଭୁବନେଶ୍ବର: ଲେଖକ ଭା‌ସ୍କର ପରିଚ୍ଛାଙ୍କ ସମ୍ପାଦକୀୟ ସଂକଳନ "ମନନର ମେଘମାଳା"ର "ସମ୍ବାଦ ଭବନ"ରେ ପାଠକାର୍ପଣ ହୋଇଛି। "ସମ୍ବାଦ" ଓ "କନକ ନ୍ୟୁଜ୍‌"ର ସଂପାଦକ ତନୟା ପଟ୍ଟନାୟକ ପୁସ୍ତକକୁ  ଉନ୍ମୋଚନ କରି କହିଲେ, ଭାସ୍କର ପରିଚ୍ଛା ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଲେଖୁଥିବାରୁ ଓଡ଼ିଶା ତଥା ଓଡ଼ିଶା ବାହାରର ଲୋକେ ଆମ ଜନଜୀବନର କଥା ଜାଣିବାକୁ ପାଉଛନ୍ତି।

ଏଥିସହ ସେ ମୁଖ୍ୟତଃ ଗବେଷଣାଲବ୍ଧ ବିଷୟବସ୍ତୁ ଆଧାରରେ ରଚନା କରୁଥିବାରୁ ଏହା ପାଠକମାନଙ୍କ ପାଇଁ  ଉପାଦେୟ ସାବ୍ୟସ୍ତ ହୋଇପାରୁଛି।

ପାଠକମାନଙ୍କ ମଧ୍ୟରେ ଏହି ପୁସ୍ତକ ଆଦୃତି ପାଉ ବୋଲି ସେ କାମନା କରିଥିଲେ।

ଏକ ଓଡ଼ିଆ ଦୈନିକର ସଂପାଦକ ଥିବା ସମୟରେ ଶ୍ରୀ ପରିଚ୍ଛା ଲେଖିଥିବା ନିର୍ବାଚିତ ସଂପାଦକୀୟ ଏହି ସଂକଳନରେ ସ୍ଥାନ ପାଇଛି।Advertisment Nabarangpur: ଓସ୍ବାସ ଫାଇଲ୍ ପ୍ରକ୍ରିୟାକରଣରେ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରାଜ୍ୟରେ ପ୍ରଥମ ଲେଖକୀୟ ଅଭିବ୍ୟକ୍ତିରେ ଭାସ୍କର ପରିଚ୍ଛା କହିଥିଲେ, ସମ୍ବାଦପତ୍ର ଓ ସଂପାଦକୀୟ ସହିତ ତାଙ୍କର ଗଭୀର ସଂପର୍କ। "ସମ୍ବାଦ" ସହ ବି ସେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ।

ଏହି ବହିର ସମସ୍ତ ଲେଖା ଲେଖକ ନିଜେ ଲେଖିଛନ୍ତି।

ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ତୃତୀୟ ସଂସ୍କରଣଟି ତିଆରି କରିବାକୁ ସେ ମନ ବଳାଇଥିଲେ।

ଏହାର ଲୋକାର୍ପଣ ସମ୍ବାଦ ଭବନରେ ହୋଇଥିବାରୁ କୃତଜ୍ଞତା ଜଣାଇଥିଲେ।

କାର୍ଯ୍ୟକ୍ରମ ସଂଯୋଜନା କରି କବି ସୂର୍ଯ୍ୟ ମିଶ୍ର କହିଥିଲେ ଶ୍ରୀ ପରିଚ୍ଛାଙ୍କ ଲେଖାରେ ସତ୍ୟ ଓ ଗଭୀର ଅନୁଭୂତି ପ୍ରତିଫଳିତ ହୋଇଥାଏ।

ବିଶିଷ୍ଟ ଗାଳ୍ପିକ ରବି ସ୍ବାଇଁ କହିଥିଲେ, ତାଙ୍କର ନୂତନ ପୁସ୍ତକ "ମନନର ମେଘମାଳା" ହେଉଛି ଭାରତୀୟ ସଂସ୍କୃତିରେ ଜ୍ଞାନ ଆହରଣ ଓ ଚିନ୍ତନର ଏକ ସୁନ୍ଦର ସଂକଳନ।

ଶ୍ରବଣ, ମନନ ଓ ନିଦିଧ୍ୟାସନ ଏହି ତିନିଟି ସୋପାନ ମଧ୍ୟରୁ "ମନନ"କୁ ଭାରତୀୟ ପରମ୍ପରାରେ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଦିଆଯାଇଛି।

ମନରେ ଆସୁଥିବା ଗଭୀର ଚିନ୍ତା ଓ ଅନୁଭବବୋଧକୁ ଏହି ପୁସ୍ତକରେ ସ୍ଥାନିତ କରାଯାଇଛି।

ଏହା କେବଳ କିଛି ପ୍ରବନ୍ଧର ସମାହାର ନୁହେଁ, ବରଂ ଜୀବନର ଜଟିଳ ବାସ୍ତବତାକୁ ବୁଝିବାର ଏକ ଦର୍ପଣ ସଦୃଶ।

Traffic: ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ବିଯୁକ୍ତ ପଏଣ୍ଟ ମିଳିବ, ଭଲ ଆଚରଣ ପାଇଁ ରିୱାର୍ଡ ଭାସ୍କର ବାବୁଙ୍କ ଲେଖନୀର ସବୁଠୁ ବଡ଼ ବିଶେଷତ୍ବ ହେଲା, ତାଙ୍କ ଲେଖାସବୁ ତଥ୍ୟନିଷ୍ଠ।

ସେ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ସହ ସମ୍ପର୍କ ରଖନ୍ତି, ତାଙ୍କ ସମସ୍ୟାକୁ ବୁଝି ଲେଖନୀ ଚଳାନ୍ତି, ଯାହା ତାଙ୍କ ଲେଖକୀୟ ପରିଚୟ ବୋଲି କହିଥିଲେ ସମ୍ବାଦର ଫିଚର୍‌ ସମ୍ପାଦକ ଧୃତିକାମ ମହାନ୍ତି।

ଶେଷରେ ଧନ୍ୟବାଦ ଦେଇଥିଲେ କଥାର କାର୍ଯ୍ୟକାରୀ ସଂପାଦକ ଆଶିଷ ଗଡ଼ନାୟକ। ‌ଏହି ଉତ୍ସବରେ ରତ୍ନଚିରା ପ୍ରକାଶନର ପ୍ରକାଶକ କରୁଣାକର ପୃ‌ଷ୍ଟିଙ୍କ ସମେତ ସମ୍ବାଦ ପରିବାରର ସହଯୋଗୀବୃନ୍ଦ ଉପସ୍ଥିତ ଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)