Bombay HC : ବମ୍ବେ ହାଇକୋର୍ଟରେ ପହଞ୍ଚିଲା ଟାଟା ବିବାଦ
ମୁମ୍ବାଇ: ଟାଟା ଗ୍ରୁପ୍ ରେ ନେତୃତ୍ୱ ଓ ପରିଚାଳନାକୁ ନେଇ ବିବାଦ ତୀବ୍ର ହୋଇଛି।
ଟାଟା ସନ୍ସର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନଙ୍କୁ ତୃତୀୟ ଥର ପାଇଁ ପାଞ୍ଚ ବର୍ଷ ଲାଗି ପୁନଃନିଯୁକ୍ତି ଦେବା ନିଷ୍ପତ୍ତିକୁ ଟାଟା ଟ୍ରଷ୍ଟ ବମ୍ବେ ହାଇକୋର୍ଟ ରେ ଚ୍ୟାଲେଞ୍ଜ କରିଛି।
ଗତ ସେପ୍ଟେମ୍ବର ୧୭ରେ ଟାଟା ସନ୍ସ ବୋର୍ଡ ନେଇଥିବା ଏହି ନିଷ୍ପତ୍ତି କମ୍ପାନିର ନିୟମାବଳୀ ବିରୋଧୀ ବୋଲି ଟ୍ରଷ୍ଟ ଅଭିଯୋଗ କରିଛି।
ଟାଟା ଟ୍ରଷ୍ଟର ଦୁଇଟି ପ୍ରମୁଖ ସଂସ୍ଥା ସାର୍ ଦୋରାବଜୀ ଟାଟା ଟ୍ରଷ୍ଟ (ଏସ୍ଡିଟିଟି) ଓ ଆର୍ଡି ଟାଟା ଟ୍ରଷ୍ଟ ଏହି ମାମଲା ଦାଏର କରିଛନ୍ତି।
ଏଥିରେ ଟାଟା ସନ୍ସ ଓ ଏହାର ୬ ଜଣ ନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରାଯାଇଛି।
ଉଭୟ ଟ୍ରଷ୍ଟ ପକ୍ଷରୁ କ୍ଷତିପୂରଣ ବାବଦରେ ମୋଟ ୬୫ କୋଟି ଟଙ୍କା ସହ ବାର୍ଷିକ ୧୮ ପ୍ରତିଶତ ସୁଧ ଦାବି କରାଯାଇଛି।
ଏହି ମାମଲାର ଶୁଣାଣି ଶୁକ୍ରବାର ହେବା ସମ୍ଭାବନା ରହିଛି।
Advertisment ବିବାଦର ମୁଖ୍ୟ କାରଣ ହେଉଛି ଟାଟା ସନ୍ସର ଆର୍ଟିକିଲ୍ସ ଅଫ୍ ଆସୋସିଏସନ୍ର ଧାରା ୧୨୧ ବିବାଦର ମୁଖ୍ୟ କାରଣ ହେଉଛି ଟାଟା ସନ୍ସର ଆର୍ଟିକିଲ୍ସ ଅଫ୍ ଆସୋସିଏସନ୍ର ଧାରା ୧୨୧।
ଏହି ନିୟମ ଅନୁସାରେ, କୌଣସି ନିଷ୍ପତ୍ତି ପାଇଁ ଟ୍ରଷ୍ଟ ପକ୍ଷରୁ ମନୋନୀତ ନିର୍ଦ୍ଦେଶକଙ୍କ ମଧ୍ୟରୁ ଅଧିକାଂଶଙ୍କ ସମର୍ଥନ ଆବଶ୍ୟକ।
ସେପ୍ଟେମ୍ବର ୧୭ର ବୈଠକରେ ଟାଟା ଟ୍ରଷ୍ଟ ଅଧ୍ୟକ୍ଷ ନୋଏଲ ଟାଟା ଚନ୍ଦ୍ରଶେଖରନଙ୍କ ପୁନଃନିଯୁକ୍ତିକୁ ବିରୋଧ କରିଥିବା ବେଳେ ଅନ୍ୟ ମନୋନୀତ ନିର୍ଦ୍ଦେଶକ ବେଣୁ ଶ୍ରୀନିବାସନ ଏହାକୁ ସମର୍ଥନ କରିଥିଲେ।
ଫଳରେ ଉଭୟଙ୍କ ମତ ଭିନ୍ନ ହୋଇଥିଲା।
ଏହି ସ୍ଥିତିରେ ବୈଠକର ଅଧ୍ୟକ୍ଷତା କରୁଥିବା ସ୍ୱାଧୀନ ନିର୍ଦ୍ଦେଶକ ହରିଶ ମନୱାନିଙ୍କ କାଷ୍ଟିଂ ଭୋଟ୍ ବଳରେ ଚନ୍ଦ୍ରଶେଖରନଙ୍କ ପୁନଃନିଯୁକ୍ତି ପ୍ରସ୍ତାବ ଗୃହୀତ ହୋଇଥିଲା।
ଟ୍ରଷ୍ଟର ଯୁକ୍ତି ହେଉଛି, ମନୋନୀତ ନିର୍ଦ୍ଦେଶକଙ୍କ ଆବଶ୍ୟକ ସମର୍ଥନ ନଥିବାରୁ କାଷ୍ଟିଂ ଭୋଟ୍ ଦେଇ ଏହି ନିଷ୍ପତ୍ତିକୁ ବୈଧ କରାଯାଇପାରିବ ନାହିଁ।
ତେଣୁ ସେପ୍ଟେମ୍ବର ୧୭ର ନିଷ୍ପତ୍ତିକୁ ଅବୈଧ ଘୋଷଣା କରିବା ସହ ଏହା ଉପରେ ରୋକ୍ ଲଗାଇବାକୁ ଟ୍ରଷ୍ଟ ହାଇକୋର୍ଟଙ୍କ ନିକଟରେ ଅନୁରୋଧ କରିଛି।
ଆସନ୍ତା ନଭେମ୍ବର ୩୦ରେ ଟାଟା ସନ୍ସର ବୋର୍ଡ ବୈଠକ ହେବାକୁ ଥିବାରୁ ଏହି ମାମଲା ଗୁରୁତ୍ୱ ବହନ କରୁଛି।
ବୈଠକରେ ଟାଟା ସନ୍ସକୁ ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କରିବା ପ୍ରସ୍ତାବ ଉପରେ ଆଲୋଚନା ହେବାର ଅଛି।
ରିଜର୍ଭ ବ୍ୟାଙ୍କ ମଧ୍ୟ ଟାଟା ସନ୍ସକୁ ଉଚ୍ଚସ୍ତରୀୟ ଏନ୍ବିଏଫ୍ସି ପାଇଁ ଲାଗୁ ନିୟମ ପାଳନ କରିବାକୁ କହିଛି।
ଟାଟା ସନ୍ସର ପ୍ରାୟ ୬୬ ପ୍ରତିଶତ ଅଂଶଧନ ଟାଟା ଟ୍ରଷ୍ଟସ୍ ପାଖରେ ରହିଛି।
ତେଣୁ ଏହି ଆଇନଗତ ବିବାଦ ଟାଟା ଗ୍ରୁପ୍ର ଭବିଷ୍ୟତ ନିଷ୍ପତ୍ତି ଓ ପରିଚାଳନା ଉପରେ ପ୍ରଭାବ ପକାଇବ।
ମାଓବାଦୀଙ୍କ ଡମ୍ପ ଉପରେ ସୁରକ୍ଷାକର୍ମୀଙ୍କ ଚଢ଼ାଉ; ଅସ୍ତ୍ରଶସ୍ତ୍ର ସହ ୪୦ ଲକ୍ଷ ଟଙ୍କା ଜବତ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
