Eating Oats : ପ୍ରତିଦିନ ଓଟ୍ସ ଖାଇଲେ ଶରୀରରେ କ’ଣ ପ୍ରଭାବ ପଡ଼େ, ଚାଲନ୍ତୁ ଜାଣିବା...

Nov 23, 2026 - 18:28
Eating Oats : ପ୍ରତିଦିନ ଓଟ୍ସ ଖାଇଲେ ଶରୀରରେ କ’ଣ ପ୍ରଭାବ ପଡ଼େ, ଚାଲନ୍ତୁ ଜାଣିବା...

ସକାଳ ଜଳଖିଆରେ ଓଟ୍ସ କୁ ଅନେକ ଲୋକ ଏକ ସାଧାରଣ ଓ ସହଜ ଖାଦ୍ୟ ଭାବେ ଦେଖନ୍ତି।

କିନ୍ତୁ ଏହାକୁ ନିୟମିତ ନିଜ ଦୈନନ୍ଦିନ ଖାଦ୍ୟରେ ସାମିଲ କଲେ ହୃଦୟ ସ୍ୱାସ୍ଥ୍ୟଠାରୁ ଆରମ୍ଭ କରି ରକ୍ତ ଶର୍କରା, ହଜମ ଶକ୍ତି ଏବଂ ଭୋକ ନିୟନ୍ତ୍ରଣ ପର୍ଯ୍ୟନ୍ତ ଅନେକ କ୍ଷେତ୍ରରେ ଭଲ ପ୍ରଭାବ ପଡ଼ିପାରେ।

ଏମ୍ସ ଓ ହାର୍ଭାର୍ଡ ପ୍ରଶିକ୍ଷିତ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ନିଜର ଏକ ସୋସିଆଲ ମିଡିଆ ଭିଡିଓରେ ପ୍ରତିଦିନ ଓଟ୍ସ ଖାଇବାର ୫ଟି ସମ୍ଭାବ୍ୟ ଫାଇଦା ବିଷୟରେ ବୁଝାଇଛନ୍ତି।

Advertisment ଆହୁରି ପଢ଼ନ୍ତୁ: ଗରମ ପାଣିରେ ଗାଧୋଇବା ପୂର୍ବରୁ ସାବଧାନ!

ଡାକ୍ତରଙ୍କ ଏହି ଲାଭଗୁଡ଼ିକର ମୂଳ କାରଣ ହେଉଛି ଓଟ୍ସରେ ଥିବା ପ୍ରାକୃତିକ ଫାଇବର ବିଶେଷକରି ବିଟା-ଗ୍ଲୁକାନ୍ ଓ ପ୍ରିବାୟୋଟିକ୍ ଫାଇବର।

ପ୍ରତିଦିନ ଓଟ୍ସ ଖାଇବାର ୫ଟି ପ୍ରମୁଖ ଫାଇଦା ଖରାପ କୋଲେଷ୍ଟ୍ରଲ୍ କମାଇବାରେ ସହାୟକ: ଓଟ୍ସରେ ଥିବା 'ବିଟା-ଗ୍ଲୁକାନ୍' ଏକ ପ୍ରକାର ଦ୍ରବଣୀୟ ଫାଇବର।

ଏହା ଶରୀରରେ 'ଏଲ୍‌ଡିଏଲ୍‌' ବା ଖରାପ କୋଲେଷ୍ଟ୍ରଲ୍ ସ୍ତରକୁ କମାଇବାରେ ସାହାଯ୍ୟ କରିପାରେ, ଯାହା ହୃଦୟକୁ ସୁସ୍ଥ ରଖିବା ପାଇଁ ଜରୁରୀ।

ରକ୍ତ ଶର୍କରା ହଠାତ୍ ବଢ଼ିବାକୁ ରୋକେ: ଓଟ୍ସରେ ଥିବା ଫାଇବର ରକ୍ତରେ ଗ୍ଲୁକୋଜ୍ ଶୋଷଣ ପ୍ରକ୍ରିୟାକୁ ଧୀମା କରିଦିଏ।

ଫଳରେ ଖାଇବା ପରେ ରକ୍ତରେ ଶର୍କରା ସ୍ତର ହଠାତ୍ ବଢ଼ିବାର ଆଶଙ୍କା କମ୍ ରହେ।

ପେଟର ଉପକାରୀ ବ୍ୟାକ୍ଟେରିଆକୁ ପୋଷଣ ଦିଏ: ଆମ ପେଟରେ ଲକ୍ଷ ଲକ୍ଷ ଉପକାରୀ ବ୍ୟାକ୍ଟେରିଆ ଥାଆନ୍ତି, ଯେଉଁମାନେ ହଜମ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଅନ୍ତି।

ଓଟ୍ସରେ ଥିବା ପ୍ରିବାୟୋଟିକ୍ ଫାଇବର ଏହି ଭଲ ବ୍ୟାକ୍ଟେରିଆମାନଙ୍କୁ ଖାଦ୍ୟ ଯୋଗାଇ ପେଟର ସ୍ୱାସ୍ଥ୍ୟକୁ ଭଲ ରଖେ।

ଅଧିକ ସମୟ ପେଟ ଭର୍ତ୍ତି ରଖେ: ଓଟ୍ସ ଖାଇଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ପେଟ ଭର୍ତ୍ତି ରହିବା ଭଳି ଲାଗେ।

ଏହାଦ୍ୱାରା ଦିନସାରା ଅନାବଶ୍ୟକ ସ୍ନାକ୍ସ ବା ଖାଦ୍ୟ ଖାଇବାର ଅଭ୍ୟାସ କମ୍ ହୋଇପାରେ ଏବଂ ଖାଦ୍ୟ ରୁଟିନ୍ ବଜାୟ ରଖିବା ସହଜ ହୁଏ।

ନିୟମିତ ମଳତ୍ୟାଗରେ ସହାୟକ: ଓଟ୍ସରେ ଥିବା ଫାଇବର ମଳକୁ ସ୍ୱାଭାବିକ ଓ ନରମ ରଖିବାରେ ସାହାଯ୍ୟ କରେ, ଯାହା ଦୈନନ୍ଦିନ ହଜମ ଓ ପେଟ ସଫା ରଖିବା ପାଇଁ ଉପକାରୀ।

ଆହୁରି ପଢ଼ନ୍ତୁ: ଶିଶୁ ଶୀଘ୍ର ନିଶ୍ୱାସ ନେଉଛି କି?

ଏହାକୁ ଅବହେଳା କରନ୍ତୁ ନାହିଁ, ପଛରେ ଲୁଚି ଥାଇପାରେ ବଡ଼ ବିପଦ!

ଅଧିକ ଦେଖନ୍ତୁ:

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)