Bolero enters a slum: ଝୁମ୍ପୁଡ଼ି ଭିତରକୁ ପଶିଗଲା ବଲେରୋ, ୨ ଯୁବକ ସଂକଟାପନ୍ନ

Sep 07, 2026 - 08:00
Bolero enters a slum: ଝୁମ୍ପୁଡ଼ି ଭିତରକୁ ପଶିଗଲା ବଲେରୋ, ୨ ଯୁବକ ସଂକଟାପନ୍ନ

"ଧଉଳି: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଦଶହରା ପଡ଼ିଆ ନିକଟରେ ଆଜି ଅପରାହ୍ଣ ୩ଟା ବେଳେ ଏକ ଦ୍ରୁତଗାମୀ ବଲେରୋ ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ଥିବା ଏକ ଝୁମ୍ପୁଡ଼ି ଘର ଭିତରକୁ ପଶିଯିବାରୁ ଘର ଭିତରେ ଥିବା ୨ ଜଣ ଯୁବକଙ୍କୁ ଗୁରୁତର ଆହତ ହୋଇଛନ୍ତି।

ଜଣେ ଯୁବକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଡକାଇ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲେ।

ହେଲେ ବଲେରୋ ତଳେ ହାତ ଚାପି ହୋଇ ରହିଥିବା ଆଉ ଜଣେ ଯୁବକଙ୍କୁ ଗାଡ଼ିଚକା ତଳୁ ଭିଡ଼ି ବାହାର କରିବା ସମ୍ଭବ ହୋଇନଥିଲା।

ତେଣୁ ଲୋକମାନେ କଳ୍ପନା ଅଗ୍ନିଶମ ବାହିନୀଙ୍କୁ ଯୋଗାଯୋଗ କରିଥିଲେ।Advertisment Walkathon for clean air: ସ୍ବଚ୍ଛ ବାୟୁ ପାଇଁ ୱାକାଥନ୍‌: ଚାଲିଲେ ମେୟର, କର୍ପୋରେଟର୍‌, କ୍ରୀଡ଼ାବିତ୍‌ ଖବର ପାଇ କଳ୍ପନା ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ୨ଟି ଜଗ୍‌ ସାହାଯ୍ୟରେ ଗାଡ଼ି ଉପରକୁ ଉଠାଇ ଚାପି ହୋଇ ରହିଥିବା ଯୁବକଙ୍କୁ ଟାଣି ବାହାର କରି ହସ୍ପିଟାଲ ପଠାଇଥିଲେ।

ଆହତ ଯୁବକ ଦ୍ୱୟ କବାଡ଼ିଆ ସାମଗ୍ରୀ ସଂଗ୍ରହ କରୁଥିବା ବେଳେ ସେମାନଙ୍କ ପରିଚୟ ରିପୋର୍ଟ ଲେଖା ହେବା ସୁଦ୍ଧା ମିଳିପାରିନାହିଁ।

ସୂଚନା ଅନୁସାରେ, ଝୁମ୍ପୁଡ଼ି ଭିତରେ ସେମାନେ ବିଶ୍ରାମ ନେଇଥିବା ବେଳେ ସାଇମନ୍ଦିର ଅଭିମୁଖେ ଦ୍ରୁତ ବେଗରେ ଯାଉଥିବା ଚାଳକ ବ୍ରେକ କଷିଦେବାରୁ ନିୟନ୍ତ୍ରଣ ହରାଇ ରାସ୍ତାକଡ଼ ଝୁମ୍ପୁଡ଼ି ଭିତରକୁ ବଲେରୋଟି ପଶିଯାଇଥିଲା।

ଚାଳକ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ବଲେରୋଟି ପୁରୀରୁ ବାଇପାସ୍‌ ରାସ୍ତାରେ କଟକ ଅଭିମୁଖେ ଯାଉଥିଲା।

ତେବେ ଜଣେ ଯୁବକଙ୍କ ଅନ୍ତବୁଜୁଳା ଚାପି ହୋଇ ବାହାରି ପଡ଼ିଥିବା ଜଣାଯାଇଛି।

ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାରୁ କ୍ୟାପିଟାଲ ହସ୍ପିଟାଲରୁ ତାଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି।

Manja Katha: ମଞ୍ଜ କଥା: ସତକୁ ଲୁଚାଇ ପାରିବାନି"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)