BLOs Suspended ଏସ୍ଆଇଆର୍ କାର୍ଯ୍ୟରେ ଅବହେଳା, ଦୁଇ ବିଏଲଓ ନିଲମ୍ବିତ
"ବୌଦ୍ଧ: "ଏସ୍ଆଇଆର୍"ରେ ନିୟୋଜିତ ଦୁଇ ଜଣ ବିଏଲ୍ଓଙ୍କୁ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି।
ସେ ଦୁହେଁ ହେଲେ ଗନ୍ଧସର ସରକାରୀ ଉପ୍ରା ବିଦ୍ୟାଳୟର ସହକାରୀ ଶିକ୍ଷକ ବୀରେନ୍ଦ୍ର ବେହେରା ଏବଂ ଖରଭୂଇଁସରକାରୀ ଉପ୍ରା ବିଦ୍ୟାଳୟର ସହକାରୀ ଶିକ୍ଷକ ଶିବଚନ୍ଦ୍ର ଗଣ।Advertisment ଏନେଇ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଦୁଇଟି ପୃଥକ୍ ନିର୍ଦ୍ଦେଶନାମା ଜାରି ହୋଇଛି।
ଅଭିଯୋଗ ମୁତାବକ, ଶିକ୍ଷକ ଶିବଚନ୍ଦ୍ର ୮୬ନଂ ବୌଦ୍ଧ ବିଧାନସଭା ମଣ୍ଡଳୀର ୧୬୯ନଂ ପୁଲିଂ କେନ୍ଦ୍ର ଏବଂ ବୀରେନ୍ଦ୍ର ୧୭୬ନଂ ପୁଲିଂ କେନ୍ଦ୍ରରେ ଏସ୍ଆଇଆର୍ ପାଇଁ ବିଏଲ୍ଓ ଭାବେ ନିୟୋଜିତ ଥିଲେ।
ଧାର୍ଯ୍ୟ ସମୟରେ ଦୁହେଁ ନିଜର କାର୍ଯ୍ୟ ସମ୍ପନ୍ନ କରିପାରିନଥିଲେ।
ଏଇଆରଓଙ୍କ କ୍ଷେତ୍ର ପରିଦର୍ଶନ ବେଳେ ମଧ୍ୟ ଦୁହେଁ ଅନୁପସ୍ଥିତ ଥିବାରୁ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଥିଲା।
ଆଜି (ବୁଧବାର) ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲପାଳ ବିଭୂତି ଭୂଷଣ ନାୟକ ଦୁଇ ବିଏଲ୍ଓଙ୍କୁ ନିଲମ୍ବନ ଆଦେଶ ଜାରି କରିଛନ୍ତି।"