FIFA: ଗୋଟିଏ ମ୍ୟାଚ୍ରେ ଖେଳିଲେ ନରଓ୍ବେର ତିନି ୧୯୯୪ ବିଶ୍ବକପ୍ ତାରକାଙ୍କ ପୁଅ
"ବୋଷ୍ଟନ୍: ଫୁଟ୍ବଲ୍ ବିଶ୍ବକପ୍ ଇତିହାସରେ ଏକ ବିରଳ ଐତିହାସିକ ସଂଯୋଗ ସୃଷ୍ଟି ହୋଇଛି।
୧୯୯୪ ବିଶ୍ବକପ୍ ଖେଳିଥିବା ତିନି ନରଓ୍ବେ ତାରକାଙ୍କ ପୁଅ ଚଳିତ ବିଶ୍ବକପ୍ର ଗୋଟିଏ ମ୍ୟାଚ୍ରେ ଖେଳିଛନ୍ତି।
ଏହି ତିନି ଖେଳାଳି ହେଲେ ଏର୍ଲିଙ୍ଗ ହାଲାଣ୍ଡ, ଆଲେକ୍ଜାଣ୍ଡାର ସର୍ଲୋଥ୍ ଓ କ୍ରିଷ୍ଟିଆନ୍ ଥରଷ୍ଟଭେଟ୍।Advertisment ସେମାନେ ବୁଧବାର ଇରାକ୍ ବିପକ୍ଷ ମ୍ୟାଚ୍ରେ ଖେଳିଥିଲେ।
୩୨ ବର୍ଷ ପୂର୍ବେ ଅର୍ଥାତ୍ ୧୯୯୪ ଫିଫା ବିଶ୍ବକପ୍ ମଧ୍ୟ ଆମେରିକାରେ ଅନୁଷ୍ଠିତ ହୋଇଥିଲା।
ସେହି ବିଶ୍ବକପ୍ରେ ଏହି ତିନି ଖେଳାଳିଙ୍କ ପିତା ନରଓ୍ବେ ତରଫରୁ ଖେଳିଥିଲେ।
ସେମାନେ ହେଲେ ଏର୍ଲିଙ୍ଗ୍ଙ୍କ ପିତା ଆଲ୍ଫ ଇଞ୍ଜେ ହଲାଣ୍ଡ, ଆଲେକ୍ଜାଣ୍ଡାରଙ୍କ ପିତା ଗୋରାନ୍ ସର୍ଲୋଥ୍ ଓ କ୍ରିଷ୍ଟିଆନ୍ଙ୍କ ପିତା ଏରିକ୍ ଥରଷ୍ଟଭେଟ୍।
ସେମାନେ ଜୁନ ୨୩, ୧୯୯୪ରେ ନରଓ୍ବେର ଇଟାଲୀ ବିପକ୍ଷ ମ୍ୟାଚ୍ରେ ଖେଳିଥିଲେ।
ଆହୁରି ପଢ଼ନ୍ତୁ: FIFA World Cup 2026: ଫିଫା ଫୁଟ୍ବଲ୍ ବିଶ୍ବକପ୍-୨୦୨୬: ମହାକୁମ୍ଭର ମହାଉଦ୍ଘାଟନ ମାଞ୍ଚେଷ୍ଟର୍ ସିଟି ପକ୍ଷରୁ ଖେଳୁଥିବା ହଲାଣ୍ଡ୍ ଫୁଟ୍ବଲ୍ ଜଗତରେ ଜଣେ ଲୋକପ୍ରିୟ ଫର୍ଓ୍ବାର୍ଡଭାବେ ଜଣାଶୁଣା।
୨୮ ବର୍ଷର ବ୍ୟବଧାନ ପରେ ନରଓ୍ବେର ବିଶ୍ବକପ୍ ପ୍ରତ୍ୟାବର୍ତ୍ତନ ପଛରେ ତାଙ୍କର ଏକ ବଡ଼ ଭୂମିକା ରହିଛି।
ନିଜ ସୁନାମର ଅନୁରୂପ ସେ ଇରାକ୍ ବିପକ୍ଷ ମ୍ୟାଚ୍ରେ ୨ ଗୋଲ୍ ୨୦ ତମ ମିନିଟ୍ ଓ ୪୩ ତମ ମିନିଟ୍ରେ କରିଥିଲେ।
ଏହି ମ୍ୟାଚ୍ରେ ନର୍ଓ୍ବେ ୪-୧ରେ ବିଜୟୀ ହୋଇଛି।
"