Blood donation: ରକ୍ତଦେଇ ସିକିଲସେଲ ଆକ୍ରାନ୍ତ ପିଲାଙ୍କ ଜୀବନବଂଚାଇଲେ ପ୍ରତ୍ୟୁଷ
"ନବରଙ୍ଗପୁର (ସୁରେଶ ନାଇଡୁ): ସିକିଲସେଲରେ ଆକ୍ରାନ୍ତ ୮ବର୍ଷର ପିଲା ଅସୁସ୍ଥ ହୋଇଥିବା ଯୋଗୁଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟଡାକ୍ତରଖାନାକୁ ନିଆଯାଇ ଭର୍ତ୍ତି କରାଯାଇଥିଲା।
ପିଲାର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ତୁରନ୍ତ ଓ ବି-ପଜିଟିଭ୍ ରକ୍ତ ଦେବାକୁ ପଡ଼ିବ ବୋଲି କହିଥିଲେ।
ପରିବାରବର୍ଗ ସହରରେ ଖୋଜାଖୋଜି କରିବା ସହ ଡିଏଚ୍ଏଚ୍ ପରିସରରେ ଥିବା ଚା ଦୋକାନୀଙ୍କୁ ସହାୟତା କରିବାକୁ କହୁଥିଲେ।
Advertisment ଏହି ସମୟରେ ସେଠାରେ ସାମ୍ବାଦିକ ଅଜିତ ନାୟକ ଉପସ୍ଥିତ ଥିଲେ।
ସେ ଏହା ଶୁଣିବା ପରେ ଅଳ୍ପ ଦିନ ତଳେ ୧୮ବର୍ଷ ପୂରଣ କରିଥିବା ନିଜ ପୁଅ ପ୍ରତ୍ୟୁଷ କୁମାର ନାୟକଙ୍କୁ ଡାକିଥିଲେ।
ପ୍ରତ୍ୟୁଷ ବି କେବେ ୧୮ବର୍ଷ ହେବ ସେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିବେ ସେ ଅପେକ୍ଷାରେ ରହିଥିଲେ।
ବାପାଙ୍କ ଡାକାରା ପାଇବା ମାତ୍ରକେ ପ୍ରତ୍ୟୁଷ ଡାକ୍ତରଖାନା ପହଞ୍ଚି ରକ୍ତକେନ୍ଦ୍ରରେ ରକ୍ତଦାନ କରି ଉକ୍ତ ପିଲାର ଜୀବନ ବଞ୍ଚାଇଥିଲେ।
ପିଲା ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ।
ଏହିଭଳି ସାହାଯ୍ୟ ଓ ମାନବିକତାର କାର୍ଯ୍ୟ ନିମନ୍ତେ ତାଙ୍କୁ ଖୁବ୍ ପ୍ରଶାଂସା କରିଛନ୍ତି।
Agitation: ବିଗୁଡ଼ୁଛି ୱାଙ୍ଗଚୁକ୍ଙ୍କ ସ୍ବାସ୍ଥ୍ୟାବସ୍ଥା ବାପା ଅଜିତ ମଧ୍ୟ ଡାକ୍ତରଖାନାରେ ବୁଲିବା ସମୟରେ ଏଭଳି ଜରୁରୀ ସମୟରେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ଆସୁଥାନ୍ତି।
ଏହା ଦେଖିବା ପରେ ଏହା ପ୍ରତ୍ୟୁଷଙ୍କୁ ପ୍ରେରଣା ଦେଇଥିବା କହିଛନ୍ତି।
ଯେଉଁ ପିଲା ମାନଙ୍କର ବୟସ ୧୮ବର୍ଷ ହେଉଛି ସେମାନେ ସ୍ବତଃସ୍ପୃତ ଭାବେ ଆସି ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ଜୀବନ ବଂଚାଇବାକୁ ପ୍ରତ୍ୟୁଷ ଅନୁରୋଧ କରିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
