BLO Attacked During SIR Work ଏସ୍‌ଆଇଆର୍‌ରେ ନିୟୋଜିତ ବିଏଲ୍‌ଓଙ୍କୁ ଗାଁଦାଣ୍ଡରେ ପ୍ରାଣାନ୍ତକ ଆକ୍ରମଣ

Nov 01, 2026 - 18:26
BLO Attacked During SIR Work ଏସ୍‌ଆଇଆର୍‌ରେ ନିୟୋଜିତ ବିଏଲ୍‌ଓଙ୍କୁ ଗାଁଦାଣ୍ଡରେ ପ୍ରାଣାନ୍ତକ ଆକ୍ରମଣ

ଝାରବନ୍ଧ: ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ବଡ଼ଅନକି ଗ୍ରାମରେ ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) କାର୍ଯ୍ୟ ଚାଲିଥିବା ସମୟରେ ଜଣେ ବୁଥ୍‌ସ୍ତରୀୟ ଅଧିକାରୀ (ବିଏଲ୍‌ଓ)ଙ୍କୁ ପ୍ରଣାନ୍ତକ ଆକ୍ରମଣ ହୋଇଛି।

ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।

Advertisment SIR: ଭୂତ ଭୋଟରଙ୍କୁ ରଖି କ୍ଷମତାରେ ରହିବାକୁ ବିରୋଧୀ ଚାହାନ୍ତି: ନୀତିନ ନବୀନ ମିଳିଥିବା ସୂଚନାରେ, ବଡ଼ଅନକି ବିଏଲ୍‌ଓ କୃପାସିନ୍ଧୁ ବରିହା ଏସ୍‌ଆଇଆର୍‌ ନିମନ୍ତେ ନିୟୋଜିତ ହୋଇଥିଲେ।

ଗାଁ ଦାଣ୍ଡରେ ହଠାତ୍‌ କେତେକ ଦୁର୍ବୃତ୍ତ ତାଙ୍କୁ ଘେରିଯାଇ ଆକ୍ରମଣ କରିଥିଲେ।

ଆହତ ବିଏଲ୍‌ଓଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଉଭା ଡାକ୍ତରଖାନାରେ ଭର୍ତ୍ତିକରାଯାଇଥିଲା।

ସେଠାରୁ ଅଧିକ ଚିକିତ୍ସା ନିମନ୍ତେ ପଦ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

SIR: ଏସ୍‌ଆଇଆର୍‌ ଉପରେ ଇସିଙ୍କ ଜବାବର ଖଣ୍ଡନ ପାଇଁ ଆବେଦନକାରୀଙ୍କୁ ୧୦ ଦିନ ଦେଲେ ସୁପ୍ରିମ୍‌କୋର୍ଟ କେଉଁ କାରଣରୁ ଆକ୍ରମଣ ହେଲା ଓ କିଏ ଆକ୍ରମଣ କଲା ତାହା ଏଯାଏଁ ଅସ୍ପଷ୍ଟ ରହିଛି।

ତେବେ ମତଦାତା ତାଲିକାରେ ନାମ ବାଦ୍‌ ଦେବା ଓ ନୂତନ ନାମ ସଂଯୋଗ କରିବାକୁ ନେଇ ସୃଷ୍ଟି ହୋଇଥିବା ବିବାଦରୁ ଏହି ଆକ୍ରମଣ ହେଉଥିବା ଅନୁମାନ କରାଯାଉଛି।

ଏନେଇ ଝାରବନ୍ଧ ବିଡ଼ିଓ ପର୍ଶୁରାମ ପଣ୍ଡା କହିଛନ୍ତି, ଘଟଣାର ପ୍ରକୃତ କାରଣ ଓ ଆକ୍ରମଣ ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି କହିଛନ୍ତି l ଏବଂ ଆଇନାନୁସାରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)