ଠକିଦେଲା ସରକାରୀ ବିହନ! CR-803 ଧାନ ଫସଲ ନଷ୍ଟ, ଚିନ୍ତାରେ ଚାଷୀ

Nov 01, 2026 - 18:16
ଠକିଦେଲା ସରକାରୀ ବିହନ! CR-803 ଧାନ ଫସଲ ନଷ୍ଟ, ଚିନ୍ତାରେ ଚାଷୀ

ନନ୍ଦିଘୋଷ ବିୁରୋ: ଠକିଦେଲା ସରକାରୀ ବିହନ। ଉଧଉନି ଫସଲ । ଧାନ କ୍ଷେତକୁ ଦେଖି ଚିନ୍ତାରେ ଚାଷୀ। ବର୍ଷକର ପରିଶ୍ରମ ମାଟିରେ ମିଶିବା ଆଶଙ୍କା । କେଉଁଠି ଧାନ ଗଛର ଥୋଡ଼ ବାହାରି ପାଚିଗଲାଣି ତ, ଆଉ କେଉଁଠି ଗଛର ଥୋଡ଼ ବାହାରୁ ନାହିଁ। ପୁଣି କେଉଁଠି ଗଛ ଆରମ୍ଭରୁ ବଢ଼ୁ ନାହିଁ ତ, ଆଉ କେଉଁଠି ଅଳ୍ପ ଥୋଡ଼ ବାହାରି ଗଛ ଭାଙ୍ଗି ପଡୁଛି। ଏଭଳି ସ୍ଥିତିରେ ଫସଲ ଅମଳ କରିବା ସମ୍ଭବପର ନୁହେଁ ବୋଲି ଚାଷୀ କହିଛନ୍ତି। ଧାନ ତଳି ରୋଇବା ସମୟରେ ଚାଷୀଙ୍କୁ ଦୁଇ କିସମର ସରକାରୀ ବିହନ ଯୋଗାଇ ଦିଆଯାଇଥିଲା। ତେବେ ସିଆର-୮୦୩ କିସମର ବିହନ ପାଇଥିବା ଚାଷୀ ମୁଣ୍ଡରେ ଏବେ ଚଡ଼କ ପଡ଼ିଛି।

ସିଆର-୮୦୩ ବିହନ ଖରାପ ପଡ଼ିଥିବା ନେଇ ସ୍ବୀକାର କରିଛନ୍ତି ଉଦଳା କୃଷି ଜିଲ୍ଲା ଅଧିକାରୀ। ସରକାରଙ୍କ ବିହନ ରଥ ଯୋଜନା ଉପରେ ଦୋଷ ଲଦି ଦେଇଛନ୍ତି। ସରକାର ସହାୟତା ଦେଲେ ଚାଷୀ ପାଇବେ। ଆମେ ସହାୟତା ଯୋଗାଇ ପାରିବୁନି ବୋଲି ରୋକଠୋକ କହିଛନ୍ତି। ବିଭାଗୀୟ ଅଧିକାରୀଙ୍କ ଏଭଳି ବେପରୁଆ ପ୍ରତିକ୍ରିୟା ଚାଷୀଙ୍କୁ ନିରାଶ କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)